ଅନୁଭବ କହିଲେ ସେ ଦିନର ଅପମାନ ମୁଁ କେବେ ଭୁଲି ପାରିବିନି…କିଏ ଦେଇଥିଲା ଅନୁଭବ ଙ୍କୁ ଅପମାନ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତା ଅନୁଭବ ମହାନ୍ତି ଙ୍କୁ । ନିଜ ଅଭିନୟ ଦୁନିଆରେ ସମସ୍ତଙ୍କ ମନ କିଣି ଆଗକୁ ବଢ଼ି ବଢ଼ି ଚାଲିଛନ୍ତି ଅନୁଭବ ମହାନ୍ତି । ସୋସିଆଲ ମିଡିଆରେ ତଥା ପରଦା ଭିତରେ ଅନୁଭବ ମହାନ୍ତି ଖୁବ୍ ଲୋକପ୍ରିୟ ଅଟନ୍ତି । ଅନୁଭବ ମହାନ୍ତି ଙ୍କୁ ଲୋକମାନେ ଖୁବ୍ ଭଲ ପାଇବା ଦେବା ସହ ଆଗାମୀ ଦିନ ମାନଙ୍କରେ ଅନୁଭବ ମହାନ୍ତି ଙ୍କୁ ଖୁବ୍ ସପୋର୍ଟ ମିଳିଛି । 

 

ଅନୁଭବ ମହାନ୍ତି ଙ୍କ ଦୁଃଖ ସମୟରେ ଫ୍ୟାନ ମାନେ ତାଙ୍କ ପାଖରେ ଠିଆ ହୋଇଥିଲେ । ଅନୁଭବ ମହାନ୍ତି ଙ୍କ ଗତ ଜୀବନରେ ଅନେକ ପ୍ରକାର ଝଡ଼ ସୃଷ୍ଟି ହେବା କାରଣ ପାଇଁ ଫ୍ୟାନ ମାନେ ସାହସ ଦେଇଥିଲେ।  

ଅନୁଭବ ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ଅଭିନେତା ହେବା ସହ ବିଜେଡି ସାଂସଦ ମଧ୍ୟ । ଲୋକମାନଙ୍କ ପାଇଁ ଭଲ ଭଲ କାମ କରିବାପାଇଁ ଅନୁଭବ ମହାନ୍ତି ସବୁବେଳେ ଆଗେଇ ଆସିଥିବାର ଦେଖାଯାଏ । ଅନୁଭବ ମହାନ୍ତି ଆଲବମ୍ ଦୁନିଆରୁ ଫିଲ୍ମ ଦୁଣିଆକୁ ଧୀରେ ଧୀରେ ପାଦ ଦେଇଥିଲେ। 

 

ଆପଣ ମଧ୍ୟ କେଉଁଠି ନ କେଉଁଠି ଟିଭି ମାଧ୍ୟମରେ ଅନୁଭବ ମହାନ୍ତି ଙ୍କୁ ଆଲବମ୍ ଗୀତରେ ଦେଖିଥିବେ । ଅନେକ ପ୍ରକାର ଆଲବମ୍ କରିବା ପରେ ହିଟ ହୋଇଥିଲେ ଅନୁଭବ ମହାନ୍ତି ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହୋଇଥିଲେ । ଆଜି ଅନୁଭବ ମହାନ୍ତି ଏକ ବାଇଟ୍ ମାଧ୍ୟମରେ ଜଣାଇଲେ ତାଙ୍କ ବିତି ଯାଇଥିବା ସଂଘର୍ଷ କାହାଣୀ ସମ୍ପର୍କରେ । ସମୟ ଥିଲା ଲୋକମାନେ ଅନୁଭବ ମହାନ୍ତି ଙ୍କୁ ପରିହାସ କରୁଥିଲେ। ଠାକେରା ଗାଲିଆ କେମିତି ହିରୋ ହବ ବୋଲି ଚିଡାଉ ମଧ୍ୟ ଥିଲେ।

 

କିନ୍ତୁ ସେହି ସମୟରେ ଅନୁଭବ ମହାନ୍ତି ଙ୍କୁ ମାର୍ଗ ଦର୍ଶନ କରାଇଥିଲେ ବସନ୍ତ ନାୟକ । କିପରି ଭାବେ ଠିକ୍ ଭାବେ ଜୀବନ ରେ ଆଗକୁ ବଢ଼ିବେ ଏବଂ ଅଭିନୟ ଦୁନିଆରେ ସଫଳତା ପାଇବେ ସେ ନେଇ ଅନୁଭବ ମହାନ୍ତି ଙ୍କୁ ଅନେକ ପ୍ରକାର ଉପଦେଶ ଦେଇଥିଲେ ବସନ୍ତ ନାୟକ । ତେବେ ତାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ପହଞ୍ଚିଥିଲେ ଅନୁଭବ ମହାନ୍ତି ଏବଂ ସେଠାରେ ତାଙ୍କ ସହ ବିତାଇଥିବା ମୁହୂର୍ତ୍ତ ତଥା ତାଙ୍କ ମାର୍ଗ ଦର୍ଶକ ଭାବେ ଦେଖାଇଥିବା ପ୍ରତ୍ୟେକ କଥାକୁ ମନେ ପକାଇ ଭାବ ବିହ୍ୱଳ ହୋଇଥିଲେ ଅନୁଭବ ମହାନ୍ତି ।

ତେବେ ଏହି କାର୍ଯ୍ୟକ୍ରମ ରେ ଅନେକ କଳାକାର ମାନେ ଯୋଗ ଦେଇଥିଲେ ଏବଂ ବସନ୍ତ ନାୟକ ଙ୍କ ସହ ଜଡ଼ିତ ଥିବା ସମସ୍ତ ପ୍ରତିଭା ସମ୍ପର୍କରେ ନିଜ ନିଜ ମତାମତ ଦେଇଥିଲେ । ଅନୁଭବ ମହାନ୍ତି ସେଠାରେ ଦେଇଥିବା ନିଜର ମତାମତ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଅନୁଭବ ମହାନ୍ତି ତାଙ୍କ ସଂଘର୍ଷ ଦିନ ମନେ ପକାଇ ଏହି ମନ୍ତବ୍ୟ ଦେଇଥିବାର ଜଣା ପଡ଼ିଛି । 

Leave a Reply

Your email address will not be published. Required fields are marked *