ଧରା ପଡିଲା BDO ସାରଙ୍କ ପ୍ରେମ ପୂର୍ଣ୍ଣ ବାର୍ତାଳାପ | ଶୁଣନ୍ତୁ କଲ ରେକର୍ଡ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଯାଏ ସେହି ମଧ୍ୟରୁ ଅନେକ ସତ ସାମ୍ନାକୁ ଆସିଥାଏ । ଆଜିର ଭାଇରାଲ ଭିଡିଓ ମଧ୍ୟରେ ଏହି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବିଡ଼ିଓ ସାର ଆଉ ଭଲ ପାଉନାହାନ୍ତି ବୋଲି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋର୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଦୁହିଁଙ୍କ ବାର୍ତ୍ତାଳାପ ଦେଖି ସମସ୍ତେ ଅବାକ୍ ହେଇ ଯାଉଛନ୍ତି। 

 

ବିଡିଓ ସାର ଙ୍କୁ ଯୁବତୀ ଜଣଙ୍କ କଲ କରି ତାଙ୍କ କଥା ଵୁଝୁଥିବା ବେଳେ ଯୁବତୀ ଜଣଙ୍କ ତାଙ୍କୁ ଅଭିଯୋଗ କରିଥିଲେ ଯେ ଆପଣ ଆଗରୁ ସମୟ ଦେଉଥିଲେ ମାତ୍ର ଏବେ ଦେଉ ନାହାନ୍ତି । ଯୁବତୀ ଙ୍କ ଏହି କଥା ଶୁଣି ବିଡିଓ ମହାଶୟ ମଧ୍ୟ ଉତ୍ତର ଦେଇଥିଲେ ଯେ ଏହିପରି ଆଦୌ ନୁହେଁ ବରଂ ସେ କାମରେ ଖୁବ୍ ବ୍ୟସ୍ତ ରହିଯାଉଛନ୍ତି ଯାହାଦ୍ବାରା ସମୟ ଦେଇ ପାରୁ ନାହାଁନ୍ତି । ତେବେ ବିଡିଓ ଜଣଙ୍କ ପ୍ରଶ୍ନ କରିଥିଲେ କେମିତି ଜାଣିଲ ଯେ ମୁଁ ରାଗିଚି ବୋଲି । 

 

ତେବେ ଏହାର ଉତ୍ତର ରେ ଯୁବତୀ ଜଣଙ୍କ କହିଥିଲେ ଆପଣ ଠିକ୍ ଭାବରେ କଥା ହେଉ ନାହାନ୍ତି। ବିଡିଓ ସାର ମଧ୍ୟ ଉତ୍ତର ଦେଇଥିଲେ ଯେ ଏହିପରି ନୁହେଁ ତମେ ସେଦିନ ଆସିଥିଲ ମୁଁ ତମ ସହ ବହୁତ୍ ଭଲ ଭାବେ କଥା ହେଇଥିଲି । କିନ୍ତୁ ଯୁବତୀ ଜଣଙ୍କ ଏହି କଥାକୁ ଅମାନ୍ୟ କରିଥିଲେ । ଏହା ପରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିବାରୁ ବିଡିଓ ସାର ରାଗିଗଲେ ବୋଲି ପ୍ରଶ୍ନ କରିଥିଲେ ମାତ୍ର ସେମିତି ନୁହେଁ ବୋଲି ବିଡିଓ ସାର କହିଥିଲେ । 

 

ଯୁବତୀ ଜଣଙ୍କ କହିବା ଅନୁଯାୟୀ କୌଣସି ଏକ ଭୋଜିକୁ ଆମନ୍ତ୍ରିତ କରିଥିଲେ ଭିଡିଓ ସାର ଙ୍କୁ ଯାହାଦ୍ବାରା ବିଡ଼ିଓ ସାର ଯୋଗ ଦେଇ ନଥିଲେ ତେଣୁକରି ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ। ଏବଂ ତାଙ୍କ ବାପା କୁଆଡେ଼ କହିଥିଲେ ତୁ ଏମିତି କଣ କହିଲୁ ଯେ ବିଡିଓ ସାର ଆସିଲେନି । ଏହା ଛଡ଼ା ବିଡିଓ ଙ୍କ ପତ୍ନୀ କୁଆଡେ ତାଙ୍କୁ ଚଣ୍ଡି କହିଥିବାର ଅଭିଯୋଗ ଆଣିଥିଲେ ଯୁବତୀ । ତାଙ୍କୁ କେଉଁ ସିପି ଅଙ୍କଲ ଙ୍କ ମିସେସ ଏହି କଥା ଜଣାଇଥିବାର ଦର୍ଶାଇଥିଲେ ଯୁବତୀ ଜଣଙ୍କ ।ଏହା ପରେ ଯୁବତୀ ଜଣଙ୍କ କଥା ଶୁଣି ବିଡିଓ ଜଣଙ୍କ କହିଥିଲେ ତମେ ପିଲାଲୋକ ତମେ କଣ କହିଦେଲ ତମ କଥା ମୁଁ ଧରିନାହିଁ । 

କାର୍ଯ୍ୟ ବ୍ୟସ୍ତତା ବହୁତ୍ ଥିବାରୁ ମୁଁ କୌଣସି କଥା ଭାବିବାକୁ ସମୟ ପାଇପାରୁ ନାହିଁ । ଏହା ଛଡ଼ା ବିଡିଓ ସାର ଙ୍କ ପୁଅ ଙ୍କ ବିରୁଦ୍ଧରେ ଯେଉଁ ଖରାପ ଭାଷା କହୁଥିବା ଅଭିଯୋଗ ଆଣିଥିଲେ ଯୁବତୀ ଜଣଙ୍କ ଏହା ପ୍ରତି ନିଜର ପ୍ରତିକ୍ରିୟା ରଖିଥିଲେ ବିଡ଼ିଓ ସାର । ତେବେ ଏହି କଥା ପାଇଁ ସେ ଦୁଃଖ ଅନୁଭବ କରିଥିଲେ କାହିଁକି ନା  ସେ ଯୁବତୀ ଜଣଙ୍କୁ କହିଛନ୍ତି ସେ କେବେବି ମଧ୍ୟ ତାଙ୍କୁ କିମ୍ବା କୌଣସି ଲୋକଙ୍କୁ ଖରାପ ଭାଷାରେ ଗାଳି ଦିଅନ୍ତି ନାହିଁ ହେଲେ ତାଙ୍କ ପୁଅ ଏମିତି ବୋଲି ସେ ବିଶ୍ୱାସ କରିପାରିନାହାନ୍ତି । ଏହା ପରବର୍ତ୍ତୀ ସମୟରେ ବିଡିଓ ସାର ଙ୍କୁ ଯୁବତୀ ଜଣଙ୍କ ସବୁଠାରୁ ଭଲ ଲୋକ ଭାବେ ସମ୍ବୋଧିତ କରିଥିଲେ ।

Leave a Reply

Your email address will not be published. Required fields are marked *