ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଝିଅ ମାନଙ୍କର କଣ ପାଇଁ ମୁଡ଼ ସୁଈଙ୍ଗ ହୁଏ ଆଉ କଣ ପାଇଁ ଚିଡି ଚିଡି ହୁଅନ୍ତି ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମହିଳା ମାନଙ୍କର ଋତୁସ୍ରାବ ସମୟରେ କିମ୍ଵା ତା ପୂର୍ବରୁ ଶରୀରରେ ହରମୋନାଲ ପରିବର୍ତ୍ତନ ଆରମ୍ଭ ହୁଏ । ଏଭଳି ପରିସ୍ଥିତିରେ ମହିଳାମାନେ ଏହି ସମୟ ମଧ୍ୟରେ ପ୍ରେମ୍ସେସଟ୍ରୁରାଲ ସିଣ୍ଡ୍ରୋମ କିମ୍ବା ପିଏମଏସର ଶିକାର ହୁଅନ୍ତି । ଯାହା ଦ୍ବାରା ଉଦାସୀନତାର ଲକ୍ଷଣ ଅନୁଭବ ହୁଏ । ଏହା ସହିତ ମହିଳା ମାନଙ୍କଠାରେ କ୍ରୋଧ ଏବଂ ଚିନ୍ତା ମଧ୍ୟ ବଢ଼ିବାରେ ଲାଗେ ।ଏଭଳି ପରିସ୍ଥିତିରେ ପୁରୁଷ ମାନଙ୍କୁ ମହିଳାଙ୍କୁ ବୁଝିବା ଦରକାର ।ଯାହା ଦ୍ବାରା ଆପଣ ପେମ୍ପର କରି ସ୍ୱାଭାବିକ ଭାବରେ ନିୟନ୍ତ୍ରଣ କରିପାରିବେ।
ଏହାକୁ ନେଇ ନିକଟରେ ଏକ ସାକ୍ଷାତକାର ଦେଇ ଜନୈକ ଜଣେ ଯୁବତୀ କହିଛନ୍ତି ଯେ, “ମହିଳା ମାନଙ୍କ ପିରିୟଡସ୍ ସମୟରେ ଛୁଟି ଦେବା ନିହାତି ଦରକାର । ସେ ଷ୍ଟୁଡେଣ୍ଟ୍ ହେଉ, କର୍ପୋରେଟ ସେକ୍ଟର ହେଉ କି ସେ ପ୍ରଫେସନାଲ ପିଲ୍ଡରେ ହେଉ ଯେଉଁଠି ହେଉ ମହିଳାଙ୍କୁ ଏହି ସମୟରେ ଛୁଟି ଦେବା ଟା ନିହାତି ଦରକାର ।ପୁରୁଣା ଯେଉଁ ଆମର ରୀତି ନୀତି ଥିଲା ସେ ହିସାବରେ ଯେତେବେଳେ ଗୋଟେ ଝିଅର ପିରିୟଡ଼ସ ହେଉଥିଲା ସେହି ସମୟରେ ତାକୁ ଘରୁ ବାହାରିବାକୁ ଦିଆ ଯାଉନଥିଲା ।
ରୋଷେଇ ଘରେ ପଶିବାକୁ ମନା କରା ଯାଉଥିଲା । କୌଣସି କାମ ନ କରି ତାକୁ ଗୋଟେ ଜାଗାରେ ରହିବାକୁ ଦିଆଯାଉଥିଲା ଯାହାକି ଗୋଟିଏ ପ୍ରକାରର ଗୃହବନ୍ଦୀ କରି ରଖା ଯାଉଥିଲା । ତା ପଛରେ ବୈଜ୍ଞାନିକ କାରଣ ଥିଲା ଏଇୟା ଯେ ପିରିୟଡ଼ସ୍ ସମୟରେ ମହିଳାଙ୍କୁ ଅସାଧାରଣ ପୀଡ଼ା ହୋଇଥାଏ । ତାଙ୍କ ଶରୀରକୁ ରେଷ୍ଟ ଦେବା ପାଇଁ ଆଗରୁ ସେ ନିୟମ କରିଥିଲେ । କିନ୍ତୁ ଆଜିକା ଡେଟ୍ ରେ ଜଣେ ମହିଳାକୁ ପିରିୟଡ଼ସ୍ ପେନ୍ ସହିତ ସବୁ କାମ କରିବାକୁ ପଡ଼ୁଛି ।
ତେଣୁ ଓଡ଼ିଶାରେ ମଧ୍ୟ ମହିଳାଙ୍କୁ ପ୍ରଥମ ୩ ଦିନ ଛୁଟି ଦେବା ଦରକାର । ହର୍ମୋନାଲ ଡିସ୍ ବାଲାନ୍ସ ପାଇଁ ସେହି ସମୟରେ ମହିଳା ମାନେ ଚିଡ ଚିଡ଼ ହୋଇଥାନ୍ତି । ତେଣୁ ସେହି ସମୟରେ ଗୋଟେ ପୁରୁଷର ଡ୍ୟୁଟି ଯେ ତାଙ୍କ ସ୍ତ୍ରୀଙ୍କ ମୁଡ ସୁଇଙ୍ଗସ୍ କୁ କିପରି ସେନ୍ସିଟିଭଲି ମେନେଜ୍ କରିନେବା । ତେବେ ମେନ୍ସୁରେସନ୍ ଟା ଅପବିତ୍ର ନୁହେଁ । ଆଉ ଆଜିକା ସମୟରେ ଗୋଟିଏ ଜିନିଷ ହିଁ ଦରକାର କି ଝିଅ ମାନଙ୍କୁ ତାଙ୍କର ପିରିୟଡ଼ସ୍ ଟାଇମରେ ଫିଜିକାଲି ରେଷ୍ଟ୍ ଦିଆଯାଉ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।