ସିଦ୍ଧାନ୍ତ ମହାପାତ୍ର ଗାଇଲେ ତୋ ଆଖି ମୋ ଆଇନା | ଶୁଣନ୍ତୁ ସିଦ୍ଧାନ୍ତ ଙ୍କ ମୁଁହରୁ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯଦି ଭଲ ଭାବେ ଜଡ଼ିତ ଥିବେ ତେବେ ବରିଷ୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ। ଏବଂ ଯଦି ଆପଣ ସଙ୍ଗୀତ ପ୍ରିୟ ହୋଇଥିବେ ତେବେ ଅନ୍ତରା ଚକ୍ରବର୍ତ୍ତୀ ଙ୍କୁ ତ ନିହାତି ଜାଣିଥିବେ । ଦୁହିଁଙ୍କ ନାଁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଖୁବ୍ ପ୍ରଚଳିତ । ସିଦ୍ଧାନ୍ତ ମହାପାତ୍ର ଅଭିନୟ ପାଇଁ ତ ଅନ୍ତରା ଚକ୍ରବର୍ତ୍ତୀ ସଙ୍ଗୀତ ପାଇଁ । ଦୁହେଁ ଦୁହିଁଙ୍କ ଯାଦୁରେ ସମସ୍ତ ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି ।

 

ସୋସିଆଲ ମିଡିଆରେ ଉଭୟ ଖୁବ୍ ସକ୍ରିୟ ଅଟନ୍ତି ଏବଂ ଅନେକ ଫ୍ୟାନ ମାନେ ଏମାନଙ୍କ ପୋଷ୍ଟ କୁ ଅନୁସରଣ କରନ୍ତି । ସିଦ୍ଧାନ୍ତ ମହାପାତ୍ର ଏବଂ ଅନ୍ତରା ଚକ୍ରବର୍ତ୍ତୀ ଙ୍କୁ ଏକାଠି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ମଞ୍ଚରେ । ଦୁହେଁ ନିଜ ନିଜ ପ୍ରତିଭା ଦେଖାଇ ଜନ ସାଧାରଣ ମାନଙ୍କ ମନ ଏମିତି କିଣିଲେ ଯେ ସମସ୍ତ ଦର୍ଶକ ମାନଙ୍କ ମନ କିଣିନେଲେ ଏହି ଦମଦାର ଯୋଡ଼ି । ଅନ୍ତରା ଚକ୍ରବର୍ତ୍ତୀ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ଜଣା ଯାଆନ୍ତି ଏବଂ ସିଦ୍ଧାନ୍ତ ମହାପାତ୍ର ଭଲ ଅଭିନୟ ପାଇଁ ଜଣା ଯାଆନ୍ତି । 

 

ତେବେ ଦୁହେଁ ଏକାଠି ଗୀତ ବୋଲି କେନ୍ଦ୍ରାପ଼ଠା ବାସୀ ଙ୍କୁ ଏକ ଉପହାର ଦେବା ସହ ଆଶ୍ଚର୍ୟ୍ଯ କରିଦେଇଛନ୍ତି । କେହି ବିଶ୍ବାସ ମଧ୍ୟ କରିନଥିଲେ ଦୁହିଁଙ୍କୁ ଏକାଠି ଏବଂ ଏମିତି ଭାବରେ ଦେଖିବାକୁ ମିଳିବ ବୋଲି । ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସହ ସିଦ୍ଧାନ୍ତ ମହାପାତ୍ର ମଞ୍ଚ ଉପରେ ଗୀତ ଗାଇଲେ ସେ ପୁଣି ଅତି ପ୍ରିୟ ଗୀତ ଲୋକମାନଙ୍କର ” ସୁନେଲି ସୁନେଲି ଖରା ତୋ ମୁଁହ ସାରା ” । ଏହି ଗୀତଟି ଗାଇଲେ ଦୁହେଁ ଏବଂ ଏହା ଶୁଣି ସମସ୍ତ ଦର୍ଶକ ମାନେ ଖୁସି ହେବା ସହ ଏହି ସନ୍ଧ୍ୟାକୁ ଖୁବ୍ ସୁନ୍ଦର ଭାବେ ଉପଭୋଗ କରିଥିଲେ । 

 

ସିଦ୍ଧାନ୍ତ ମହାପାତ୍ର ସବୁବେଳେ ନିଜ ଫ୍ୟାନ ମାନଙ୍କ ସହ ଭଲ ଭାବେ ମିଶନ୍ତି ବୋଲି ଜଣାଯାଏ । ତେବେ ଫ୍ୟାନ ମାନଙ୍କ ପାଇଁ ଆଜି ଅନ୍ତରା ଙ୍କ ସହ ଗୀତ ଗାଇଲେ ଯାହାକି ଲୋକମାନଙ୍କ ପାଇଁ ଖୁବ୍ ଖୁସି ଆଣି ଦେଇଥିଲା।  ସିଦ୍ଧାନ୍ତ ମହାପାତ୍ର ଏହି ଗୀତ ଗାଇବା ସହ ଫ୍ୟାନ ମାନଙ୍କ ସହ ମନ ଖୋଲି କଥା ହୋଇଥିଲେ । 

ଏବଂ ନୂତନ ବର୍ଷର ଶୁଭେଛା ସମସ୍ତଙ୍କୁ ଜଣାଇଥିଲେ । ସିଦ୍ଧାନ୍ତ ମହାପାତ୍ର ଦମଦାର ଏଣ୍ଟ୍ରି ସହ ଏହି ସନ୍ଧ୍ୟା ମଞ୍ଚରେ ନିଜର କଳାକୁ ପଦର୍ସଂ କରିଥିଲେ ଏବଂ ଅନ୍ତରା ଙ୍କ ସହ ଗୀତ ଗାଇ ଲୋକମାନଙ୍କ ମନ କିଣିଥିଲେ।  ତେବେ ଏହି ଦୃଶ୍ୟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *