ଅନୁଭବ ମହାନ୍ତି ଙ୍କ ସମ୍ପର୍କ ସମ୍ବନ୍ଧରେ ମୁଁହ ଖୋଲିଲେ ଜାଗୃତି ଶୁକ୍ଳା…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ବର୍ତ୍ତମାନ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା ଙ୍କୁ ଏକାଠି ଦେଖା ଯାଇଥିଲା ବସନ୍ତ ନାୟକ ଜନ୍ମ ଉତ୍ସବ ରେ । ତେବେ ଜାଗୃତି ଙ୍କ ସହ ଭଲ ଭାବେ କଥା ହେଇଥିଲେ ଅନୁଭବ ମହାନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଟ ଅଭିନେତା ତଥା ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ । ତେବେ ଏଠାରେ ବସନ୍ତ ନାୟକ ଙ୍କ ଅଭୁଲା ସ୍ମୃତି କୁ ମନେ ପକାଇ ସମସ୍ତେ ଭାବ ବିହ୍ୱଳ ହୋଇ ପଡ଼ିଥଲେ ।

 

ସେଠାରେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା ଙ୍କୁ ଏକାଠି ଦେଖି ସମସ୍ତେ ଏହା ନେଇ ପଡ଼ିଥିବା ବେଳେ ଅନୁଭବ ମହାନ୍ତି ଏବଂ ଜାଗୃତି ଙ୍କ ମଧ୍ୟରେ କିଛି ଅଛି ବୋଲି ଅନୁମାନ କରିଥିଲେ। ତେବେ ସମସ୍ତଙ୍କ ସନ୍ଦେହକୁ ନିଜେ ଦୂର କରିଦେଇଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଳା। ଆପଣ ଜାଣିଥିବେ ଅନୁଭବ ମହାନ୍ତି ଙ୍କ ବିବାଦ ସମୟରେ ଜାଗୃତି ଭଲ ବନ୍ଧୁ ଭାବେ ତାଙ୍କ ସହ ଠିଆ ହୋଇଥିଲେ। 

 

ଅନୁଭବ ମହାନ୍ତି ଙ୍କୁ ସପୋର୍ଟ କରିବା ସହ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଉପରେ ସ୍ୱର୍ ଉଠାଇଥିଲେ । ତେବେ ଅନେକ ସମୟରେ ଜାଗୃତି ଶୁକ୍ଳା ଏବଂ ଅନୁଭବ ମହାନ୍ତି ଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବା ସହ ପରସ୍ପର ସହ ବିତାଇଥିବା ସମୟର ମୁହୂର୍ତ୍ତ ର ଫଟୋ ନିଜ ଫ୍ୟାନ ମାନଙ୍କୁ ସେଆର କରନ୍ତି ।

 

ଅନୁଭବ ମହାନ୍ତି ଙ୍କ ଯେମିତି ଫ୍ୟାନ ଫାଲୋଇଂ ଅଛନ୍ତି ଠିକ୍ ସେମିତି ଜାଗୃତି ଶୁକ୍ଳା ଙ୍କ ମଧ୍ୟ ଅନେକ ଫ୍ୟାନ ଫଲୋଇଂ ଅଛନ୍ତି  । ଅନୁଭବ ମହାନ୍ତି ଅଭିନେତା ତଥା ସାଂସଦ ହୋଇଥିବା ବେଳେ ଜାଗୃତି ଜଣେ ସାମ୍ବାଦିକତା ଭାବେ ସାମ୍ନାକୁ ଆସନ୍ତି । ତେବେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ବିବାଦ ମଧ୍ୟରେ ନୁହେଁ ମୁଁହ ଖୋଲି କହିଲେ ଜାଗୃତି ଶୁକ୍ଳା । ଜାଗୃତି ଶୁକ୍ଳା ଙ୍କ କହିବା ଅନୁଯାୟୀ ଅନୁଭବ ମହାନ୍ତି ତାଙ୍କର ସବୁଠୁ ଭଲ ବନ୍ଧୁ । 

 

ସେ ଓଡ଼ିଶାବାସୀ ଙ୍କୁ ଖୁବ୍ ଭଲ ପାଆନ୍ତି ଏବଂ ଓଡ଼ିଶାବାସୀ ମଧ୍ୟ ତାଙ୍କୁ ଭଲ ପାଆନ୍ତି । ଅନୁଭବ ମହାନ୍ତି ଏବଂ ସେ ଗୋଟିଏ ପରିବାର ର ଅଟନ୍ତି । ତେବେ ଯେଉଁମାନେ ଅଧିକ କିଛି ଭାବୁଛନ୍ତି ସେପରି ଆଦୌ ନୁହେଁ ବୋଲି ଦର୍ଶାଇଥିଲେ ଜାଗୃତି ଶୁକ୍ଳା । ତେବେ ଜାଗୃତି ଙ୍କ ଏହି ବୟାନ ସେହି ମାନଙ୍କୁ ଭୁଲ ସାବ୍ୟସ୍ତ କରିଛି ଯେଉଁଥିରେ ଯେଉଁମାନେ ସନ୍ଦେହ କରୁଥିଲେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା ଙ୍କ ମଧ୍ୟରେ ବନ୍ଧୁତା ବ୍ୟତୀତ ଆଉ କିଛି ଅଛି । 

Leave a Reply

Your email address will not be published. Required fields are marked *