ପିରିୟଡ଼ସ ବେଳେ ଝିଅ ମାନେ କାହିଁକି ଚିଡି ଚିଡି ହୁଅନ୍ତି | ଜାଣନ୍ତୁ ଅକୁହା କଥା…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ ଲକ୍ଷ କରିଥିବେ ଝିଅ ମାନଙ୍କ ସମୟ ସମୟରେ ମୁଡ଼ ସୁଇଙ୍ଗ ହୋଇଥାଏ । ଯାହାର ଅଧିକ ଉଦାହରଣ ଆପଣ ଆପଣଙ୍କ ଚାରି ପାଖରେ ଦେଖିବାକୁ ପାଇଥିବେ । ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିଥିବ ଏମିତି କାହିଁକି ଚିଡିଚିଡି ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କର ଏହି ସନ୍ଦେହ କୁ ଦୁରେଇବୁ । ଆପଣ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଇ ପାରିବେ। ଆପଣ ଜାଣିଥିବେ ପୁରୁଣା କାଳରେ କେତେ ସବୁ ନିୟମ ରହିଥିଲା । 

 

ଖାସ୍ କରି ଏହି ନିୟମ ସବୁ ନାରୀ ମାନଙ୍କ ପାଇଁ ବିଶେଷ କରି ହୋଇଥିଲା । ପୁରାତନ କାଳରେ ନାରୀ ମାନଙ୍କୁ ନେଇ ଅନ୍ୟାନ୍ୟ ମତ ଦିଆଯାଉଥିଲା । ଯେମିତି କି ଋତୁସ୍ରାବ ସମୟରେ ନାରୀ ମାନେ ଘର ଛୁଇଁବେନି କୁଆଡେ ବାହାରକୁ ଯିବେନି ରୋଷେଇ ଘରକୁ ଯିବେନି କେବଳ ଘରେ ହିଁ ରହିବେ । ଏହା ପରମ୍ପରା ସହ ଏକ ବୈଜ୍ଞାନିକ କାରଣ ମଧ୍ୟ ଥିଲା । ଏହି ସମୟରେ ନାରୀ ମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୁଏ ଯାହା ଫଳରେ ନାରୀ ମାନଙ୍କୁ ସିଧା ସିଧା ଏହି ଘଟଣାରେ ସମ୍ପୂର୍ଣ ଆରାମ ନେବାପାଇଁ ନିର୍ଦ୍ଦେଶ ଦିଆଯାଏ । 

 

କୁଆଡେ ନଯାଇ ଏହି ଦିନ ମାନଙ୍କରେ କେବଳ ରେଷ୍ଟ ନେବାପାଇଁ ମଧ୍ୟ କୁହାଯାଏ ପୁରାତନ କାଳରେ । କିନ୍ତୁ ଧୀରେ ଧୀରେ ଯୁଗ ପରିସ୍ଥିତି ବଦଳି ଯାଇଛି ଏବଂ ଲୋକମାନଙ୍କ ଚିନ୍ତାଧାରା ମଧ୍ୟ ବଦଳିବାକୁ ଲାଗିଲାଣି । ନାରୀ ମାନେ ବର୍ତ୍ତମାନ ସମୟରେ ପୁରୁଷ ମାନଙ୍କ ସହ କାନ୍ଧରେ କାନ୍ଧ ମିଳେଇ ଚାଲି ପାରୁଛନ୍ତି । ଚାକିରୀ ତଥା ବ୍ୟବସାୟ କରି ନିଜ ପରିବାର ର ଆର୍ଥିକ ତଥା ମାନସିକ କ୍ଷେତ୍ରରେ ବିକାଶ କରିବାକୁ ଚେଷ୍ଟା କରୁଛନ୍ତି । 

 

ତେବେ ବର୍ତ୍ତମାନ ଯୁଗରେ ନାରୀ ପୁରୁଷ ସମସ୍ତେ ସମାନ ବୋଲି ମତାମତ ମିଳିଲା ସାରିଛି । ନାରୀ ମାନେ କୌଣସି ମତେ ପୁରୁଷ ମାନଙ୍କ ଠାରୁ କମ ନୁହନ୍ତି । ତେବେ ନାରୀ ମାନଙ୍କ ଏହି ଋତୁସ୍ରାବ ସମୟ ଅତ୍ୟନ୍ତ ଗୁରୁତ୍ୱପୂ୍ଣ୍ଣ ସମୟ ଅଟେ । ଏହି ସମୟରେ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ଛୁଟି ମିଳେନାହିଁ । 

 

ମାତ୍ର କାମ କରୁଥିବା ସମସ୍ତ ନାରୀ ମାନେ ଏହା ଇଛାପ୍ରକାଶ କରିଥାନ୍ତି ଏହି ଅସହ୍ୟ ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ କେମିତି ଛୁଟି ମିଳିଯାଉ । କିନ୍ତୁ ଏପରି ହୁଏନାହିଁ । ଏହି ସମୟରେ ମଧ୍ୟ ନାରୀ ମାନଙ୍କୁ ତାଙ୍କ କର୍ମ କ୍ଷେତ୍ରରେ ଆଗେଇ ଯିବାକୁ ହୁଏ ଏବଂ କର୍ମ କ୍ଷେତ୍ରରେ ମଧ୍ୟ କଷ୍ଟ ସହିବାକୁ ହୁଏ ଯାହାଦ୍ବାରା ତାଙ୍କ ହର୍ମୋନ କ୍ଷେତ୍ରରେ ପ୍ରଭାବ ପକାଇଥାଏ । ଏମିତି ହେବା ଦ୍ଵାରା ତାଙ୍କ ମୁଡ ସୁଇଂ ହୋଇଥାଏ । 

Leave a Reply

Your email address will not be published. Required fields are marked *