ପୋଲିସ ପଚାରିଲା ପ୍ରଶ୍ନ ହ୍ୟୁମାନ ସାଗର ହେଲେ ଝାଳ ନାଳ |

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ନିହାତି ଭାବେ ହ୍ୟୁମାନ ସାଗର ଙ୍କୁ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକପ୍ରିୟ ଗୀତିକାର ଭାବେ ଜଣା ଯାଆନ୍ତି । ହ୍ୟୁମାନ ସାଗର ଙ୍କ ଗୀତ ଗାଇବାରେ ଖୁବ୍ ଲୋକପ୍ରିୟତା ରହିଛି । ଅନେକ ଗୀତ ଗାଇ ଓଡିଶାବାସୀ ଙ୍କ ହୃଦୟରେ ଜାଗା ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ।  ହ୍ୟୁମାନ ସାଗର ଙ୍କୁ ନେଇ ବର୍ତ୍ତମାନ ଯେଉଁ ଖବର ଟି ଚର୍ଚ୍ଚାର ବିଷୟ ପାଲଟିଛି ତାହା ସମ୍ପର୍କରେ ଆପଣ ମାନେ ଜାଣି ସାରିଥିବେ ।

 

ହ୍ୟୁମାନ ସାଗର ଙ୍କ ନାଁ ରେ ପତ୍ନୀ ଶ୍ରୀୟା ମିଶ୍ର ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଅନେକ ଦିନ ଅତ୍ୟାଚାର ସହିବା ପରେ ଖୋଲିଥିଲେ ମୁଁହ । ଶ୍ରୀୟା ମିଶ୍ର ଙ୍କୁ ପ୍ରେମ ବିବାହ କରିଥିଲେ ହ୍ୟୁମାନ ସାଗର । କିନ୍ତୁ ତଥାପି ତାଙ୍କ ଉପରେ ଅତ୍ୟାଚାର କରୁଥିବାର ଅଭିଯୋଗ ଆଣିଛନ୍ତି ପତ୍ନୀ । ସବୁବେଳେ ମାଡ଼ ମାରନ୍ତି ଏବଂ ଯେତେ ଅନୁରୋଧ କଲେ ମଧ୍ୟ ଶୁଣନ୍ତି ନାହିଁ ସେହି ସମୟରେ ବୋଲି ଅଭିଯୋଗ ଆଣିଛନ୍ତି ପତ୍ନୀ । 

 

ତେବେ ପତ୍ନୀ ହ୍ୟୁମାନ ସାଗର ଙ୍କ ଉପରେ ରାଗି ବାପ ଘରକୁ ଚାଲି ଯାଇଥିବା ବେଳେ ହ୍ୟୁମାନ ସାଗର ଙ୍କ କୌଣସି ପ୍ରତିକ୍ରିୟା ଦେଖିବାକୁ ପାଇ ନଥିଲେ ଶ୍ରୀୟା ମିଶ୍ର । ତେଣୁକରି ବାଧ୍ୟ ହୋଇ ଡିସିପି ଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗ ର ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଖବର ଭାଇରାଲ ହୋଇଥିଲା ଏବଂ ହ୍ୟୁମାନ ସାଗର ଙ୍କ ସମ୍ପର୍କରେ ଏମିତି କଥା ଜାଣିବାକୁ ପାଇଥିଲେ ସମସ୍ତ ଫ୍ୟାନ ମାନେ । 

 

ଗତ କାଲି ଅଭିଯୋଗ ହୋଇଥିବା ବେଳେ ଆଜି ହ୍ୟୁମାନ ସାଗର ଆସି ପହଞ୍ଚିଛନ୍ତି ମହିଳା ଥାନା ରେ । ଶ୍ରୀୟା ମିଶ୍ର ତାଙ୍କ ପ୍ରତି ମାନସିକ ଏବଂ ଶାରୀରିକ ଅଭିଯୋଗ ଆଣିଥିବା ବେଳେ ହ୍ୟୁମାନ ସାଗର ତାଙ୍କୁ ପ୍ରତ୍ୟେକ ଦିନ ଘରକୁ ଆସିବା ପରେ ମ-ଦ୍ୟ-ପା-ନ କରି ମାଡ଼ ମାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ପତ୍ନୀ ଶ୍ରୀୟା ମିଶ୍ର ଯେତେ ଅନୁରୋଧ କଲେ ମଧ୍ୟ ତାଙ୍କୁ ମାଡ ମାରି ଚାଲୁଥିଲେ ହ୍ୟୁମାନ ସାଗର। 

ତେବେ ସ୍ତ୍ରୀ ଙ୍କ ଅଭିଯୋଗ ଅନୁଯାୟୀ ଘଟଣାରେ ସତ କଣ ମିଛ କଣ ପ୍ରଶ୍ନ ବାଣ ରେ ସାମିଲ ହୋଇଛନ୍ତି ହ୍ୟୁମାନ ସାଗର ଏବଂ ପାଖରେ ରହିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର ସାମିଲ । ଯଦି ଶ୍ରୀୟା ମିଶ୍ର ଙ୍କ ପ୍ରତ୍ୟେକ ଅଭିଯୋଗ ସତ ହୋଇଥାଏ ତେବେ ହ୍ୟୁମାନ ସାଗର କାହିଁକି ଏମିତି କରୁଥିଲେ ତାଙ୍କୁ ଏହି ସବୁ ଉତ୍ତର ଦେବାକୁ ହେବ ମହିଳା ଥାନା ପୋଲିସ ଙ୍କୁ ।

Leave a Reply

Your email address will not be published. Required fields are marked *