ହୁମାନ ସାଗର ଙ୍କ କଳା କାରନାମା ଧରା ପଡିଗଲା | ଜାଣନ୍ତୁ କାହିଁକି ମାରୁଥିଲେ ସ୍ତ୍ରୀ ଙ୍କୁ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଘରେ ଘରେ ପରିଚିତ ଥିବା ବରିଷ୍ଟ ଗୀତିକାର ହ୍ୟୁମାନ ସାଗର ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ ।  ହ୍ୟୁମାନ ସାଗର ଓଡ଼ିଶାରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି ସଙ୍ଗୀତ ଜଗତରେ । ଘରେ ଘରେ ପରିଚିତ ଅଛନ୍ତି ହ୍ୟୁମାନ ସାଗର ।  ହ୍ୟୁମାନ ସାଗର ଗୀତ ଗାଇବା ସହ ଅନେକ ଷ୍ଟେଜ ପୋଗ୍ରାମ କରିବାର ଦେଖା ଯାଆନ୍ତି ।  ହ୍ୟୁମାନ ସାଗର ଙ୍କୁ ଲୋକମାନେ ବହୁତ୍ ଭଲ ପାଆନ୍ତି । 

 

ତେବେ ତାଙ୍କୁ ନେଇ ବର୍ତ୍ତମାନ ଯେଉଁ ଖବର ସମସ୍ତଙ୍କ ସାମ୍ନାକୁ ଆସିଛି ଫ୍ୟାନ ମାନେ ଜାଣିବା ପରେ ଆଶ୍ଚର୍ୟ୍ଯ ଚକିତ ହୋଇ ଯାଉଛନ୍ତି । କେହି କେବେ ଭାବି ମଧ୍ୟ ନଥିଲେ ହ୍ୟୁମାନ ସାଗର ଙ୍କୁ ଏମିତି ଭାବେ ଦେଖିବାକୁ ମିଳିବ । ହ୍ୟୁମାନ ସାଗର ଙ୍କ ନାଁ ରେ ସ୍ତ୍ରୀ ଶ୍ରୀୟା ମିଶ୍ର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ହ୍ୟୁମାନ ସାଗର ତାଙ୍କ ଉପରେ ଅତ୍ୟାଚାର କରୁଥିବା ବେଳେ ସବୁବେଳେ ମଦ୍ୟପାନ କରି ମାଡ ମାରନ୍ତି । 

 

ଅଭିଯୋଗ କଲେ ମଧ୍ୟ କିଛି ଶୁଣନ୍ତି ନାହିଁ ହ୍ୟୁମାନ ସାଗର । ସବୁବେଳେ ପତ୍ନୀ ଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଅତ୍ୟାଚାର କରୁଥିବାର ଅଭିଯୋଗ ଆଣିଛନ୍ତି ପତ୍ନୀ । ତେବେ ଏହି ଘଟଣାରେ ବର୍ତ୍ତମାନ ହ୍ୟୁମାନ ସାଗର ଙ୍କ ଶଶୁର ମଧ୍ୟ ମୁଁହ ଖୋଲିଛନ୍ତି ଯାହାକି ବର୍ତ୍ତମାନ କ୍ଷେତ୍ରରେ ବଡ ଖବର । ଆଗରୁ ପତ୍ନୀ ଙ୍କ ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ଶ୍ରୀୟା ମିଶ୍ର ଙ୍କ ବାପା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । 

 

ନିହାତି ଭାବେ ଏହି ଘଟଣାରେ ସମାଧାନ କରିବାକୁ ଚାହୁଁଛନ୍ତି ସମସ୍ତେ ମାତ୍ର ହ୍ୟୁମାନ ସାଗର କଣ ମତ ଦେଇଛନ୍ତି ଏହି ସମ୍ପର୍କରେ ଜଣା ପଡିନାହିଁ । କାଲି ହ୍ୟୁମାନ ସାଗର ଙ୍କ ନାଁ ରେ ପତ୍ନୀ ଅଭିଯୋଗ ଆଣିଥିବା ବେଳେ ଆଜି ହ୍ୟୁମାନ ସାଗର ମହିଳା ଥାନାରେ ଉପସ୍ଥିତ ହୋଇଥିଲେ । ଏହା ଛଡା ଆଜି ଶ୍ରୀୟା ମିଶ୍ର ଙ୍କ ବାପା କହିଛନ୍ତି ଯେ ଝିଅ ତାଙ୍କର ଅତ୍ୟାଚାରିତ ହୋଇଛି ଏବଂ ସବୁବେଳେ ମଦ୍ୟପାନ କରି ମାଡ଼ ମାରନ୍ତି ହ୍ୟୁମାନ ସାଗର । 

 

ଏବଂ ଅନେକ ସମୟରେ ଧର୍ମ ପରିବର୍ତନ କରିବାକୁ ପତ୍ନୀ ଶ୍ରୀୟା ମିଶ୍ର ଙ୍କୁ ବାଧ୍ୟ କରୁଥିଲେ । ଶ୍ରୀୟା ମିଶ୍ର ଙ୍କୁ ହ୍ୟୁମାନ ସାଗର ପ୍ରେମ ବିବାହ କରିଥିଲେ କିନ୍ତୁ ଚାହୁଁଥିଲେ ସେ ବ୍ରାହ୍ମଣ ରୁ ଖ୍ରୀଷ୍ଟିଆନ ହୋଇ ଯାଆନ୍ତୁ। ତେବେ ଏପରି ଚାହୁଁ ନଥିଲେ ଶ୍ରୀୟା ମିଶ୍ର । ଯାହା ଫଳରେ ଅଯଥା ଯୁକ୍ତିତର୍କ ଲାଗି ରହିଥିଲା ଏହି ଦମ୍ପତି ଙ୍କ ମଧ୍ୟରେ ଯାହାଦ୍ବାରା ଅନେକ ସମୟରେ ଭୀଷଣ ପାଟିତୁଣ୍ଡ ହୁଏ । ହ୍ୟୁମାନ ସାଗର ଏହା ମଧ୍ୟ କହି ଧମକ ଦେଉଥିଲେ ଯେ ଧର୍ମ ପରିବର୍ତନ ନକଲେ ସେ ତାଙ୍କ ଘରେ ରହି ପାରିବେ ନାହିଁ ବୋଲି ।

Leave a Reply

Your email address will not be published. Required fields are marked *