ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଶ୍ରୀୟା କହିଲେ ହୁମାନ ସାଗର ଙ୍କ କାରନାମା…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ହ୍ୟୁମାନ ସାଗର ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ ଆପଣ ନିଜ ଗୀତ ପାଇଁ ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି ହ୍ୟୁମାନ ସାଗର । ହ୍ୟୁମାନ ସାଗର ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ତଥା ଆଲବମ୍ ଡୁନିଆକୁ । ଏହି ଗୀତିକାର ଙ୍କ ଖୁବ୍ ପପୁଲାରିଟି ରହିଛି । ଅନେକ ଗୀତ ଗାଇବା ସହ ଷ୍ଟେଜ ପୋଗ୍ରାମ୍ ମଧ୍ୟ କରନ୍ତି ହ୍ୟୁମାନ ସାଗର । 

 

ନିଜ ଗୀତରେ କେମିତି ସମସ୍ତ ଦର୍ଶକ ଆନନ୍ଦିତ ହେବେ ତାହା ତାଙ୍କ ମୂଳ ଲକ୍ଷ ବୋଲି ଏକ ସାକ୍ଷାତକାର ରେ ଜଣାଇଥିଲେ । ତେବେ ଏହି ପ୍ରସିଦ୍ଧ ଗୀତିକାର ବର୍ତ୍ତମାନ ବିବାଦ କ୍ଷେତ୍ରରେ ଛନ୍ଦି ହୋଇ ଯାଇଛନ୍ତି । ପାରିବାରିକ ବିବାଦ ରେ ସାମ୍ନାକୁ ଆସିଲେ ହ୍ୟୁମାନ ସାଗର । ହ୍ୟୁମାନ ସାଗର ହେଉଛନ୍ତି ଜଣେ ମଦ୍ୟପ ଏବଂ ସବୁବେଳେ ତାଙ୍କ ସ୍ତ୍ରୀ ଙ୍କୁ ଶାରୀରିକ ଏବଂ ମାନସିକ ଭାବେ ଅତ୍ୟାଚାର କରନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର । 

 

ଅନେକ ସମୟରେ ହ୍ୟୁମାନ ସାଗର କୁଆଡେ ମଦ୍ୟପାନ କରି ପତ୍ନୀ ଙ୍କୁ ମାଡ଼ ମଧ୍ୟ ମାରନ୍ତି ବୋଲି ପତ୍ନୀ ଅଭିଯୋଗ ଆଣିଛନ୍ତି । ସେହି ସମୟରେ ହ୍ୟୁମାନ ସାଗର ପତ୍ନୀ ଙ୍କ କଥା ଆଦୌ ଶୁଣନ୍ତି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀୟା ମିଶ୍ର । ଶ୍ରୀୟା ମିଶ୍ର ଙ୍କ କହିବା ଅନୁଯାୟୀ ହ୍ୟୁମାନ ସାଗର ଯାହା ଚାହାନ୍ତି ତାହା ନହେଲେ ସେ ରାଗି ଯାଆନ୍ତି । ତେବେ  ପ୍ରେମ ବାହାଘର ଦୁହିଁଙ୍କ ଇଛାରେ ହୋଇଥିଲା । 

 

ବାହାଘର ପରେ କନ୍ୟା ସନ୍ତାନର ବାପା ହୋଇଥିଲେ ହ୍ୟୁମାନ ସାଗର ଏବଂ ଖୁସି ନଥିଲେ ବୋଲି ପତ୍ନୀ ଅଭିଯୋଗ କରିଛନ୍ତି । ହ୍ୟୁମାନ ସାଗର ସବୁବେଳେ ଚାହୁଁଥିଲେ ତାଙ୍କର ଗୋଟିଏ ପୁଅ ହେଉ ବୋଲି ଯେହେତୁ ଝିଅ ହେଲା ସେ ଖୁସି ନଥିଲେ ବରଂ ଏହି କ୍ଷେତ୍ରରେ ଅନେକ ରାଗ ପତ୍ନୀ ଙ୍କ ଉପରେ ସୁଝାଇବା ସହ ତାଙ୍କୁ ବାରମ୍ବାର ବ୍ରାହ୍ମଣ ଧର୍ମ ରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ । ପତ୍ନୀ ଏହି କ୍ଷେତ୍ରରେ ରାଜି ନହେବାରୁ ଅନେକ ସମୟରେ ଝଗଡ଼ା ହେଉଥିଲା ବୋଲି ଦର୍ଶାଇଛନ୍ତି ପତ୍ନୀ ।

 

ତେବେ ହ୍ୟୁମାନ ସାଗର ଙ୍କ ନାଁ ରେ ଏମିତି ଅଭିଯୋଗ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ହ୍ୟୁମାନ ସାଗର ଏବଂ ଶ୍ରୀୟା ମିଶ୍ର ଙ୍କୁ ଏକାଠି ଦେଖା ଯାଇଥିଲା ମହିଳା ଥାନାରେ । ବର୍ତ୍ତମାନ ଦୁହେଁ ଦୁହିଁଙ୍କ ପକ୍ଷ ରଖିବା ସହ ଆପୋଷ ବୁଝାମଣା ପାଇଁ ଉଭୟଙ୍କୁ କିଛି ସମୟ ଦିଆଯାଇଥିବା ବୋଲି ଶୁଣିବାକୁ ମିଳୁଛି । 

Leave a Reply

Your email address will not be published. Required fields are marked *