ବୋହୁ ଶ୍ରୀୟାଙ୍କ ବିଷୟରେ ମୁଁହ ଖୋଲିଲେ ଶାଶୁ | କହିଲେ ଶ୍ରୀୟା ଙ୍କ କାରନାମା…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ବର୍ତମାନ ସମୟରେ ଆପଣ ହ୍ୟୁମାନ ସାଗର ଙ୍କ ପାରିବାରିକ ବିବାଦ ସମ୍ପର୍କରେ ଅବଗତ ହୋଇ ସାରିବେଣି । ହ୍ୟୁମାନ ସାଗର ଙ୍କ ନାଁ ରେ ପତ୍ନୀ ସାଙ୍ଘାତିକ ଅଭିଯୋଗ ଆଣିଥିବା ଦେଖିଥିଲେ ସାରା ରାଜ୍ୟ ବାସୀ । ହେଲେ ଆଜି ହ୍ୟୁମାନ ସାଗର ଙ୍କ ଶାଶୁ ଆଣିଛନ୍ତି ଶ୍ରୀୟା ଙ୍କ ବିରୁଦ୍ଧରେ ଅଭିଯୋଗ ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ଶ୍ରୀୟା ମିଶ୍ର ଙ୍କ କହିବା ଅନୁଯାୟୀ ହ୍ୟୁମାନ ସାଗର ତାଙ୍କୁ ଶାରୀରିକ ଏବଂ ମାନସିକ ଭାବେ ଅତ୍ୟାଚାର କରୁଥିଲେ ଏବଂ ମଦ୍ୟପାନ କରି ତାଙ୍କୁ ମାଡ଼ ମଧ୍ୟ ମାରୁଥିଲେ । ଏହାର ପ୍ରତିବାଦ କରିବା ପରେ ମଧ୍ୟ ଟିକିଏ ବି ଶୁଣୁ ନଥିଲେ ହ୍ୟୁମାନ ସାଗର । ବାରମ୍ବାର ଧର୍ମ ପରିବର୍ତନ କରିବାକୁ ପତ୍ନୀ ଙ୍କୁ ବାଧ୍ୟ କରୁଥିଲେ ଏବଂ କହୁଥିଲେ ବ୍ରାହ୍ମଣ ରୁ ଖ୍ରୀଷ୍ଟିଆନ ହୋଇଯିବା ପାଇଁ । ମାତ୍ର ଏହା ଚାହୁଁ ନଥିଲେ ପତ୍ନୀ ଯାହା ଫଳରେ ରାଗି ଯାଉଥିଲେ ହ୍ୟୁମାନ ସାଗର । ଅନେକ ସମୟରେ ଝିଅ ହେଲା ଵୋଲ ମଧ୍ୟ ହ୍ୟୁମାନ ସାଗର ପତ୍ନୀ ଙ୍କୁ ଅନେକ ପ୍ରକାର କଥା ସୁଣାଉଥିଲେ । 

 

ତେବେ ଏହି ସମସ୍ତ ଘଟଣାରେ ହ୍ୟୁମାନ ସାଗର ଙ୍କ କିଛି ପରିବର୍ତ୍ତନ ଦେଖିବାକୁ ନପାଇ ବାପ ଘରକୁ ଚାଲି ଯାଇଥିଲେ ହ୍ୟୁମାନ ସାଗର ଙ୍କ ପତ୍ନୀ ଶ୍ରୀୟା ମିଶ୍ର । ତେବେ ଏହାର ପରବର୍ତ୍ତୀ ମୁହୂର୍ତ୍ତରେ ଅଭିଯୋଗ ଆଣିବା ଦ୍ଵାରା ମାମଲାରେ ଖୁଲାସା ହୋଇଯାଇଥିଲା । ତେବେ ଶ୍ରୀୟା ମିଶ୍ର ଙ୍କ ସମସ୍ତ ଅଭିଯୋଗ ପରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ହ୍ୟୁମାନ ସାଗର ଙ୍କ ମା ଅର୍ଥାତ୍ ଶ୍ରୀୟା ମିଶ୍ର ଙ୍କ ଶାଶୁ । ହ୍ୟୁମାନ ସାଗର ଙ୍କ ମା ଙ୍କ ବୟାନ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । 

 

ବୋହୂ ଶ୍ରୀୟା ଙ୍କ ଅଭିଯୋଗ ର ବିପରୀତ ବୟାନ ଦେଇଛନ୍ତି ଶାଶୁ । ଶାଶୂଙ୍କ କହିବା ଅନୁଯାୟୀ ବୋହୂ ମଦ୍ୟପାନ କରନ୍ତି ଏବଂ ବୋହୂର ପରକୀୟା ପ୍ରୀତି ରହିଛି । ପୁଅର ପରକୀୟା ପ୍ରୀତି ରହିଛି ଏହା ସମ୍ପୂର୍ଣ ଭୁଲ ଅଟେ ମାତ୍ର ବୋହୂର ରହିଛି ଏବଂ ଆବଶ୍ୟକ ପଡ଼ିଲେ ଏହାର ପ୍ରମାଣ ଦେବେ ବୋଲି ନିଜର ମତ ଦେଇଥିଲେ ହ୍ୟୁମାନ ସାଗର ଙ୍କ ମା । ପୁଅ ମଦ ପିଇଲେ ବୋହୂ କଣ ପିଇବ ବୋଲି ପ୍ରଶ୍ନ କରିଥିଲେ ଶ୍ରୀୟା ଙ୍କ ଶାଶୁ । 

 

ଶ୍ରୀୟା ଙ୍କ ଶାଶୁ ଙ୍କ କହିବା ଅନୁଯାୟୀ ଦିନ ସାରା ମଦ ପି ଘରେ ଶୋଇ ରୁହେ ଶ୍ରୀୟା ଏବଂ ଜନ୍ମ କଲା ଝିଅର ଟିକିଏ ହେଲେ ମଧ୍ୟ ଯତ୍ନ ନିଏ ନାହିଁ । ଏବଂ ଅନେକ ଘରର ଟଙ୍କା ତାଙ୍କ ଘରେ ଦେଇ ଦେଇଥିବା ଅଭିଯୋଗ ଆଣିଥିଲେ ଶାଶୁ ଏବଂ ସେହି ଟଙ୍କା ମାଗିବା ପରେ କୁଆଡେ ବାପଘରକୁ ଚାଲି ଯାଇଥିଲେ ଶ୍ରୀୟା ବୋଲି ମତ ଦେଇଛନ୍ତି ଶାଶୁ ।  

Leave a Reply

Your email address will not be published. Required fields are marked *