ହୁମାନ ସାଗର କହିଲେ ମୋ ବାଥରୁମ କୁ ଆସ ମୁଁ କଣ କରେ ସବୁ ଦେଖେଇବେ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ହ୍ୟୁମାନ ସାଗର ଙ୍କ ବିଷୟରେ ଚର୍ଚ୍ଚିତ ଘଟଣା ବର୍ତ୍ତମାନ ସମୟରେ ଜାଣି ସାରିଥିବେ। ହ୍ୟୁମାନ ସାଗର ଙ୍କ ନାଁ ରେ ପତ୍ନୀ ଶ୍ରୀୟା ମିଶ୍ର ଅଭିଯୋଗ ଆଣିଥିବା ବେଳେ ବର୍ତ୍ତମାନ ସେହି ଅଭିଯୋଗ ରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ହ୍ୟୁମାନ ସାଗର । ପତ୍ନୀ ଶ୍ରୀୟା ମିଶ୍ର ପରକୀୟା ପ୍ରୀତି ଏବଂ ଶାରୀରିକ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ସାଗର ଘରେ ପହଞ୍ଚି ଶାରୀରିକ ଭାବେ ଏବଂ ମାନସିକ ଭାବେ ମଦ୍ୟପାନ କରି କଷ୍ଟ ଦେଇଥିଲେ । 

 

ଅନେକ ସମୟରେ ମାଡ଼ ମାରିବା ସହ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ମଧ୍ୟ ବାଧ୍ୟ କରୁଥିଲେ ହ୍ୟୁମାନ ସାଗର । ପତ୍ନୀ ଶ୍ରୀୟା ମିଶ୍ର ଙ୍କୁ ବ୍ରାହ୍ମଣ ଧର୍ମ ରୁ ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତିତ ହେବା ପାଇଁ କୁଆଡେ ବାରମ୍ବାର ବାଧ୍ୟ କରନ୍ତି ହ୍ୟୁମାନ ସାଗର । ତେବେ ଏହାର ପ୍ରତିକ୍ରିୟାରେ ମିଡ଼ିଆ ସାମ୍ନାରେ ହ୍ୟୁମାନ ସାଗର କହିଛନ୍ତି ଯେ ଆମେ ସବୁ ଧର୍ମ କୁ ଭଲ ପାଉ ଏବଂ ସେ ଭଜନ ମଧ୍ୟ ଗାଇଛନ୍ତି ତେଣୁକରି ସେ ଏପରି କରି ନାହାନ୍ତି । ପତ୍ନୀ ଶ୍ରୀୟା ମିଶ୍ର ଙ୍କୁ ଧର୍ମ ପରିବର୍ତନ କରିବା ପାଇଁ ବାଧ୍ୟ କରି ନାହାନ୍ତି ବୋଲି ମତ ଦେଲେ ହ୍ୟୁମାନ ସାଗର । 

 

ଗଣ ମାଧ୍ୟମ ଙ୍କ ପ୍ରଶ୍ନ ରେ ହ୍ୟୁମାନ ସାଗର ଉତ୍ତର ଦେବା ସହ ରାଗି ମଧ୍ୟ ଯାଇଥିଲେ । ହ୍ୟୁମାନ ସାଗର ଏହା ବ୍ୟକ୍ତିଗତ କଥା କହିଥିଲେ ଏବଂ ଏହି ସବୁର ଖବର ପ୍ରସାର ସବୁଆଡେ କରିବାପାଇଁ ଯଦି ଚାହୁଁଛନ୍ତି ତେବେ ବାଥରୁମ ଭିତରକୁ ଆସନ୍ତୁ ଏବଂ ସେ କଣ କରୁଛନ୍ତି ସୁଟିଙ୍ଗ କରି ସମସ୍ତଙ୍କୁ ଦେଖାଇବେ ବୋଲି ନିଜର ମତ ଦେଇଥିଲେ ହ୍ୟୁମାନ ସାଗର । ତେବେ ଏହି ପ୍ରତିକ୍ରିୟା ହ୍ୟୁମାନ ସାଗର ଙ୍କୁ ଡାଉରି ଦାବି କ୍ଷେତ୍ରରେ ପଚରା ଯାଇଥିବା ବେଳେ ରାଗି ଯାଇଥିଲେ ହ୍ୟୁମାନ ସାଗର । 

 

ଏବଂ ବାରମ୍ବାର ପ୍ରଶ୍ନ କରିଥିଲେ ମୁଁ କିଏ ! ତେବେ ଏହା ପରେ କହିଥିଲେ ଆଦୌ ଏପରି ନୁହେଁ ଭଗବାନ ଙ୍କ କୃପାରୁ ସେ ବହୁତ୍ ଭଲରେ ଅଛନ୍ତି । ହ୍ୟୁମାନ ସାଗର ପତ୍ନୀ ଙ୍କ ଠାରୁ ୫ ଲକ୍ଷ ଏବଂ ୧୦ ଲକ୍ଷ ଟଙ୍କା ଥରେ ଡିମାଣ୍ଡ କରିଥିବାର ଅଭିଯୋଗ ହୋଇଥିଲା ଯାହାକି ସେ ଖଣ୍ଡନ କରିଛନ୍ତି ଏବଂ ଏହି ସବୁ ତଥ୍ୟ ମିଛ ବୋଲି କହିଛନ୍ତି । ତେବେ ଆଗାମୀ ସମୟରେ ସମସ୍ତେ ସବୁ ସତ ଜାଣିପାରିବେ ବୋଲି କହିଛନ୍ତି ହ୍ୟୁମାନ ସାଗର । 

ସେ ତାଙ୍କ ବୟାନ ଯାହା ଦେବାକଥା ଦେଇ ଦେଇଛନ୍ତି ବୋଲି ଦର୍ଶାଇଥିଲେ । ଏବଂ କଣ ହେଉଛି ୨ ଦିନ ମଧ୍ୟରେ ସମସ୍ତେ ସତ ଜାଣିପାରିବେ ବୋଲି ଦର୍ଶାଇଥିଲେ । ତେବେ ହ୍ୟୁମାନ ସାଗର ଙ୍କ ଏମିତି ପତ୍ନୀ ଙ୍କ ଠାରୁ ବିପରୀତ ପ୍ରତିକ୍ରିୟା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । 

 

Leave a Reply

Your email address will not be published. Required fields are marked *