ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ । ସୁର ରାଉତରାୟ ସବୁବେଳେ ଅନେକ ବିବାଦ ସମ୍ପର୍କରେ ନିଜ ସଠିକ୍ ମତାମତ ଦେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି । ଅନେକ ଲୋକମାନେ ସୁର ରାଉତରାୟ ଙ୍କ ଫ୍ୟାନ ଅଟନ୍ତି । ସୁର ରାଉତରାୟ ଙ୍କ ମୁହଁରେ ମୁହଁରେ କଥା କହିବା ଶୈଳୀ ଲୋକମାନଙ୍କୁ ବହୁତ୍ ପ୍ରଭାବିତ କରିଥାଏ । ସୁର ରାଉତରାୟ ମୁଁହ ରେ ମୁହଁରେ କଥା କହିବା ଦ୍ଵାରା ଖୁବ୍ ଲୋକପ୍ରିୟ ହୋଇଛନ୍ତି ।
ସୁର ରାଉତରାୟ କଂଗ୍ରେସ ନେତା ହେଲେ ମଧ୍ୟ ତାଙ୍କୁ ସବୁ ଦଳର ଲୋକମାନେ ଖୁବ୍ ସମ୍ମାନ ଦିଅନ୍ତି । ତେବେ ସୁର ରାଉତରାୟ ଜଟଣୀ ର ବିଧାୟକ ଭାବେ ପରିଚିତ ଅଛନ୍ତି ।
ଏହି ନେତା ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ ଥନାନ୍ତି ଏବଂ ପ୍ରତ୍ୟେକ ଖବର ଉପରେ ତାଙ୍କ ନଜର ଥାଏ । ତେବେ ବର୍ତ୍ତମାନ ବହୁ ଚର୍ଚ୍ଚିତ ଖବର ସମ୍ପର୍କରେ ମୁଁହ ଖୋଲିଛନ୍ତି ସୁର ରାଉତରାୟ । ହ୍ୟୁମାନ ସାଗର ଙ୍କ ନାଁ ରେ ପତ୍ନୀ ଅଭିଯୋଗ ଏବଂ ଏହାର ଖଣ୍ଡନ କ୍ଷେତ୍ରରେ ସୁର ରାଉତରାୟ ଙ୍କ ମତାମତ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି
ସୁର ରାଉତରାୟ ଙ୍କ କହିବା ଅନୁଯାୟୀ ଏହା ଏକ ସାଧାରଣ କଥା ଦୁହେଁ ଏହାକୁ ଭୁଲି ଆଗକୁ ବଢିବା ଉଚିତ୍ । ଏବଂ ହ୍ୟୁମାନ ସାଗର ଙ୍କୁ କହିଛନ୍ତି ସେ ବେଶୀ ନଟର ପଟର ନହୋଇ ସ୍ତ୍ରୀ ଙ୍କ ସହ ଖୁସିରେ ରହିବାକୁ । ଅନେକ କଳାକାର ଙ୍କ କ୍ଷେତ୍ରରେ ଏମିତି ଦେଖିବାକୁ ମିଳେ ବୋଲି ହ୍ୟୁମାନ ସାଗର ଙ୍କ କ୍ଷେତ୍ରରେ ନିଜର ମତାମତ ଦେଇଛନ୍ତି ସୁର ରାଉତରାୟ। ପ୍ରତ୍ୟେକ ନାଗରିକ ର ଦୋଷ ଅଛି ଏବଂ ଏହାକୁ ସୁଧାରି ଆଗକୁ ବଢିବାର ଅଛି ବୋଲି ମତ ଦେଇଥିଲେ ସୁର ରାଉତରାୟ ।
ଏହା ଛଡ଼ା ଅନେକ ପରକୀୟା ପ୍ରୀତି ସମ୍ପର୍କରେ ଉଦାହରଣ ଦେଇଥିଲେ ସୁର ରାଉତରାୟ ଏବଂ ଏପରି କରିବା ଭୁଲ ଅଟେ ଏବଂ ନିଜ ପରିବାର ପ୍ରତି କିପରି ପ୍ରଥମ ନଜର ରହିବ ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଆକବର ଙ୍କ ଉଦାହରଣ ଦେଇ ସୁର ରାଉତରାୟ କହିଥିଲେ ତାଙ୍କ ଦେହରେ ଯେତିକି ରୁମ୍ ସେ ସେତିକି ନାରୀ ଙ୍କ ସହ ଏଞ୍ଜଏ କରି ଯାଇଛନ୍ତି ।
ଯେତେ ଶାସକ ତଥା କଳାକାର ସମସ୍ତଙ୍କ ନାରୀ ମାନଙ୍କ ପ୍ରତି ଦୁର୍ବଳତା ରହିଛି । ତେଣୁକରି ଏହା ଏତେ ବଡ କଥା ନୁହେଁ ଏହାକୁ ଭୁଲି ଯାଇ ଆଗକୁ ବଢ଼ିବାକୁ ହେବ। ଏବଂ ହ୍ୟୁମାନ ସାଗର ଙ୍କୁ ଏବଂ ପତ୍ନୀ ଶ୍ରୀୟା ମିଶ୍ର ଙ୍କୁ ଏକାଠି ହୋଇଯିବାର ପରାମର୍ଶ ଦେଇଛନ୍ତି ସୁର ରାଉତରାୟ ।