ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ବେଶ୍ ଭଲ ଭାବେ ଜାଣିଥିବେ ନଡ଼ିଆ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନ୍ୟତା ରହିଥାଏ । ପୂଜାରେ ଶାନ୍ତି , ପ୍ରତିଷ୍ଠା ସୁଖ ସମୃଦ୍ଧି ପାଇଁ ନଡିଆ ପୂଜା କରାଯାଏ । ପ୍ରତ୍ୟେକ ଦେବା ଦେବୀ ଙ୍କ ନିକଟରେ ନଡ଼ିଆ ଅର୍ପଣ କରାଯାଏ । ତେବେ ନଡ଼ିଆ ଅର୍ପଣ କରିବା ଆମ ହିନ୍ଦୁ ଧର୍ମର ଏକ ପରମ୍ପରା । ଅନେକ ଥରେ ଘରେ ଆପଣ ଭଗବାନ ଙ୍କୁ ଏବଂ ମନ୍ଦିର ଯାଇ ମଧ୍ୟ ନଡ଼ିଆ ଚଢାଇ ଥାଆନ୍ତି ।
ଆପଣ କେବେ ଭାବିଛନ୍ତି କି ଆପଣ ନଡ଼ିଆ ଅର୍ପଣ କରିଛନ୍ତି ମନ୍ଦିରରେ ଏବଂ ସେହି ନଡ଼ିଆ ଟି ଖରାପ ହୋଇ ସାମ୍ନାକୁ ଆସୁଛି ଏବଂ ଆପଣଙ୍କ ଏହାକୁ ଅଶୁଭ ବୋଲି ଚିନ୍ତା କରୁଛନ୍ତି । ତେବେ ବାସ୍ତବରେ କଣ ଏହା ଅଶୁଭ କି ନୁହେଁ ଆପଣ ଜାଣିବାକୁ ଚେଷ୍ଟା କରନ୍ତି ନିଜ ମନ୍ ଭିତରେ ।କାରଣ ଅନେକ ଫିଲ୍ମ ଏବଂ ସିରିଏଲ ମଧ୍ୟରେ ଦେଖାଯାଏ ଯଦି ନଡ଼ିଆ ଠାକୁର ଙ୍କୁ ଅର୍ପଣ କରନ୍ତି ଏବଂ ସେହି ନଡ଼ିଆ ଖରାପ ବାହାରେ ତେବେ ଏହା ଦେଖୁ ଦେଖୁ ସମସ୍ତଙ୍କ ମନରେ ଚିନ୍ତା ଘର କରିନିଏ ।
ଏବଂ ଅନେକ ପ୍ରକାର ଅଶୁଭ ସଂକେତ ଦେଖା ଦେବାର ମଧ୍ୟ ଦେଖାଯାଏ । ଅନେକ ଲୋକ ମଧ୍ୟ ନିଜ ମାନସିକ ପୁରଣ ପାଇଁ ମନ୍ଦିର ମଧ୍ୟରେ ନଡ଼ିଆ ବସାନ୍ତି। ଏବଂ ସେହି ନଡ଼ିଆ ସାହାର୍ଯ୍ୟରେ ନିଜ ମନ କଥା ଭଗବାନ ଙ୍କୁ ଜଣାଇ ମାନସିକ କରି ଅପେକ୍ଷାରେ ଥାଆନ୍ତି । ତେବେ ଯଦି ମାନସିକ କରିଥିବା ବ୍ୟକ୍ତି ମାନସିକ ପରେ ନଡ଼ିଆ କୁ ଭାଙ୍ଗେ ତେବେ ନଡ଼ିଆ ଭଲ ବାହାରିଲେ ଖୁସି ହୋଇଥାଏ ଏବଂ ନଡ଼ିଆ ଯଦି ଶୁଖିଲା କିମ୍ବା ଖରାପ ପଡ଼ିଥାଏ ତେବେ ଚିନ୍ତାରେ ପଡିଥାନ୍ତି ।
ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏମିତି କିଛି ମାନ୍ୟତା ରହିଛି ଯେ ଯେଉଁଥିରେ ଯଦି ଆପଣଙ୍କ ମାନସିକ କରିଥିବା ନଡ଼ିଆ ଖରାପ ବା ଶୁଖିଲା ବାହାରେ ତେବେ ଏହା ଭଗବାନ ଙ୍କ ଦ୍ଵାରା ଆପଣଙ୍କୁ ସଂକେତ ଦିଆଯାଏ ଯେ ଆପଣଙ୍କ ମାନସିକ ଭଗବାନ ଙ୍କ ଦ୍ଵାରା ଶୀଘ୍ର ପୁରଣ ହେବାକୁ ଯାଉଛି । ଏବଂ ଯଦି ନଡ଼ିଆ ଭଲ ବାହାରେ ତେବେ ଏହାକୁ ମନ୍ଦିର ପରିସର ରେ ବାଣ୍ଟି ଦେବା ଅତ୍ୟନ୍ତ ଶୁଭ ହୋଇଥାଏ ।
ଯାହାଦ୍ବାରା ଆପଣଙ୍କ ମାନସିକ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ । ତେଣୁକରି ଆଜିଠାରୁ ଆପଣଙ୍କ ମନରୁ ଏହି ଭ୍ରମ ଦୂରେଇ ଦିଅନ୍ତୁ ଯେ ନଡ଼ିଆ ପୂଜା କଲେ ଯଦି ଏହା ଶୁଖିଲା କିମ୍ବା ଖରାପ ବାହାରେ ତେବେ ଏହା ଅଶୁଭ ହୋଇଥାଏ ବୋଲି । ସବୁବେଳେ ସକାରାତ୍ମକ ରୁହନ୍ତୁ ଜୀବନରେ ସବୁକିଛି ଶୁଭ ହେବାକୁ ଲାଗିବ ।