ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ ଜାଣିଥିବେ ନାରୀ ମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ବିବାହ ପୂର୍ବରୁ ବାପଘର ଲକ୍ଷ୍ମୀ ଏବଂ ବାହାଘର ପରେ ଶାଶୁଘର ଲକ୍ଷ୍ମୀ ହୋଇଥାନ୍ତି ନାରୀ ମାନେ । ଶାସ୍ତ୍ରରେ ନାରୀ ମାନଙ୍କର ଅନେକ ଲକ୍ଷଣ ଉଲ୍ଲେଖ ରହିଥାଏ । ନାରୀ ମାନେ ଯଦି ଏହି ସମସ୍ତ ଲକ୍ଷଣ ଅନୁଯାୟୀ ମନି ଚଳନ୍ତି ତେବେ ସମସ୍ତ କ୍ଷେତ୍ରରେ ସମସ୍ତଙ୍କର ମଙ୍ଗଳ ହୋଇଥାଏ ।
କାରଣ ନାରୀ ଟିଏ ଚାହିଁଲେ ଘରକୁ ସ୍ବର୍ଗ କରିପାରେ ଏବଂ ଚାହିଁଲେ ସେହି ଘରକୁ ମଧ୍ୟ ନର୍କ କରିପାରେ । ନାରୀ ମାନେ ଅନେକ ପ୍ରକାର ଧାର୍ମିକ କାର୍ଯ୍ୟରେ ନିୟୋଜିତ ଥାଆନ୍ତି । ନାରୀ ମାନେ ଏସବୁ କେବଳ ଘର ଲୋକଙ୍କ ପାଇଁ ଏବଂ ସ୍ଵାମୀ ମାନଙ୍କ ମଙ୍ଗଳ କାମନା କରି କରିଥାନ୍ତି ।
ଗୋଟିଏ ସ୍ତ୍ରୀ ପାଇଁ ସ୍ଵାମୀ ହିଁ ସବୁକିଛି ହୋଇଥାଏ। ସ୍ଵାମୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ରତ ରଖିଥାନ୍ତି ସ୍ତ୍ରୀ ମାନେ । ସ୍ତ୍ରୀ ମାନେ ଯଦି ଭଲ ଆଚରଣ କରନ୍ତି ତେବେ ଏହାର ପ୍ରଭାବ ସାରା ପରିବାର ରେ ପଡ଼ିଥାଏ ।
ଶାସ୍ତ୍ର ଅନୁଯାୟୀ ମହିଳା ମାନେ ଯଦି ମୁଣ୍ଡରେ ଓଢଣା ଦିଅନ୍ତି ତେବେ ତେବେ ଏହା ଏକ ଚକ୍ର ସହ ସଂଯୋଗ ହୋଇ ମାନସିକ ସ୍ତରରେ ବିକାଶ ଘଟାଇଥାଏ । ନକାରାତ୍ମକ ଚିନ୍ତାଧାରା ଆପଣଙ୍କ ମସ୍ତିସ୍କ ରୁ ଦୂରେଇ ଯାଇଥାଏ ଏପରି କଲେ । ଏବଂ ମନ୍ ଶାନ୍ତି ହୋଇଥାଏ ତେବେ ଏହା ଦ୍ଵାରା ଆମ ଜୀବନ ଶୈଳୀ ସହଜ ହୋଇଥାଏ ।
ଘରକୁ ଗୁରୁଜନ ଆସିଲେ ସ୍ତ୍ରୀ ସବୁବେଳେ ମୁଣ୍ଡରେ ଓଢଣା ଦେଇ ମୁଣ୍ଡିଆ ମାରିଥାନ୍ତି। ତେବେ ଏପରି କରିବା ଦ୍ୱାରା ଗୁରୁଜନ ମାନେ ହୃଦୟରୁ ଆଶ୍ରିବାଦ କରିଥାନ୍ତି ସବୁବେଳେ ଖୁସି ରହିବା ପାଇଁ ମନରୁ କୃପା କରିଥାନ୍ତି । ଆପଣ ତ ଜାଣିଥିବେ ସମସ୍ତଙ୍କ ପାଇଁ ଗୁରୁଜନ ମାନଙ୍କ ଆଶ୍ରିବାଦ ମିଳିବା କେତେ ଷୌଭାଗ୍ୟ ବିଷୟ ହୋଇଥାଏ।
ଅନେକ ସମୟରେ ଘରେ ମହିଳା ମାନେ ଏଥି ପାଇଁ ମୁଣ୍ଡରେ ଓଢଣା ଦେଇଥାନ୍ତି ଯେ ସେ କରୁଥିବା ଗୁରୁତ୍ୱପୂ୍ଣ୍ଣ କାର୍ଯ୍ୟରେ ତାଙ୍କ ମୁଣ୍ଡରୁ ଚୁଟି ଉପୁଡ଼ି ନପଡୁ ବୋଲି। ତେବେ ଆପଣ ବି ଏହା ଲକ୍ଷ କରିପାରିଥିବେ ଅନେକ କ୍ଷେତ୍ରରେ । ତେବେ ଏହି ସବୁ ନୀତି ନିୟମ ମାନି ଚଳିଲେ ସ୍ଵାମୀ ମାନଙ୍କ ସହ ସାରା ପରିବାର ର ଉନ୍ନତି ଉପରେ ଉନ୍ନତି ହୋଇଥାଏ।