ହୁମାନ ସାଗର ଙ୍କ ସ୍ତ୍ରୀ କଲେ ବଡ଼ ଖୁଲାସା ଏହି ବଡ଼ ରୋଗରେ ପୀଡିତ ହୁମାନ ସାଗର…

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ବର୍ତ୍ତମାନ ସମୟରେ ହ୍ୟୁମାନ ସାଗର ଙ୍କ ସମ୍ପର୍କରେ ତ ଜାଣିବାକୁ ପାଇଥିବେ । ହ୍ୟୁମାନ ସାଗର ଙ୍କ ନାଁ ରେ ପତ୍ନୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ସାଗର ତାଙ୍କୁ ମଦ ପିଇ ମାଡ଼ ମାରୁଥିବାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର । ସମୟ ସମୟରେ ହ୍ୟୁମାନ ସାଗର ପତ୍ନୀ ଶ୍ରୀୟା ମିଶ୍ର ଙ୍କୁ ଧର୍ମ ପରିବର୍ତନ ପାଇଁ ବାଧ୍ୟ କରୁଥିବାର ଜଣାଇଥିଲେ । 

 

ତେବେ ଏହି ସବୁ ଘଟଣାରେ ହ୍ୟୁମାନ ସାଗର ଓହୋରି ଯାଇଥିବା ବେଳେ ସେ ଏପରି କିଛି କରି ନାହାନ୍ତି ଏବଂ ସବୁ ମିଛ ଅଭିଯୋଗ ବୋଲି ନିଜର ମତାମତ ଗଣ ମାଧ୍ୟମ ସାମ୍ନାରେ ରଖିଥିଲେ । ତେବେ ଏହି ସମସ୍ତ ଘଟଣା ମାଧ୍ୟମରେ ବର୍ତ୍ତମାନ ଶ୍ରୀୟା ମିଶ୍ର ରଖିଛନ୍ତି ମତ । କଲ ମାଧ୍ୟମରେ ଶ୍ରୀୟା ମିଶ୍ର ନିଜର ମତାମତ ଜଣାଇଛନ୍ତି । ଶ୍ରୀୟା ଙ୍କ କହିବା ଅନୁଯାୟୀ ହ୍ୟୁମାନ ସାଗର ମିଡ଼ିଆ ସାମ୍ନାରେ ମିଶିବେ ବୋଲି କହୁଛନ୍ତି ହେଲେ ନିଜେ ଚେଷ୍ଟା କରୁ ନାହାନ୍ତି।

 

ସେଦିନ ହ୍ୟୁମାନ ସାଗର ଙ୍କ ମା ଏତେ ବଡ ଅଭିଯୋଗ ତାଙ୍କ ମା ଙ୍କ ବିରୁଦ୍ଧରେ ଆଣୁଛନ୍ତି ତାହା ପୁଣି ବିନା ପ୍ରମାଣରେ ଏହା ଏକ ଅପରାଧ ଅଟେ ବୋଲି ମତାମତ ଦେଇଥିଲେ ଶ୍ରୀୟା । ତେବେ ଶାଶୁ ଙ୍କ ଏମିତି ମତାମତ ତାଙ୍କୁ ବହୁତ୍ କଷ୍ଟ ଦେଇଛି ବୋଲି ଦର୍ଶାଇଥିଲେ । ଅନ୍ୟ ପକ୍ଷରେ ଆପୋଷ ବୁଝାମଣା ସମ୍ପର୍କରେ ଶ୍ରୀୟା କହିଛନ୍ତି ଆପୋଷ ବୁଝାମଣା ଦୁଇ ଜଣ ଦୁଇଟି ହୃଦୟ ମଧ୍ୟରେ ହୋଇଥାଏ ଏହି ମଧ୍ୟରେ ତୃତୀୟ ଲୋକର କୌଣସି ପ୍ରଭାବ ରହିବା ଉଚିତ୍ ନୁହେଁ । 

 

ହ୍ୟୁମାନ ସାଗର ଘର କରିବାପାଇଁ ଯୋଜନା ଚାଲିଥିବା ବେଳେ ଯେତେବେଳେ ଟଙ୍କା ମାଗିଥିଲେ ସେ କ୍ଷେତ୍ରରେ ବିବାଦ ଆରମ୍ଭ ହୋଇଥିଲା  । ଟଙ୍କା କଥା ଶ୍ରୀୟା ମିଶ୍ର ଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ ଯଦି ଟଙ୍କା ଥାଆନ୍ତା ସେ ଚିରା ନାଇଟୀ ତଥା ଚିରା ଲୁଗା ପିନ୍ଧୁନଥାନ୍ତେ ବୋଲି ଦର୍ଶାଇଛନ୍ତି ।  ହ୍ୟୁମାନ ସାଗର ଙ୍କ ଶାଶୁ ଙ୍କ ଅଭିଯୋଗ କ୍ରମେ ବୋହୂ ମଦ୍ୟପାନ କରନ୍ତି । 

 

ତେବେ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର।  ପତ୍ନୀ ଶ୍ରୀୟା ମିଶ୍ର ଙ୍କ କହିବା ଅନୁଯାୟୀ ସେ ସବୁବେଳେ ୩-୬ ମାସ ମଧ୍ୟରେ ତାଙ୍କର ଏବଂ ପୁରା ପରିବାର ର ବଡି ଚେକ୍ଅପ୍ କରନ୍ତି । ଏବଂ ସେହି ରିପୋର୍ଟ ଆଧାର ରେ ସମସ୍ତେ ସବୁକିଛି ଜାଣି ପାରିବେ । ୬ ମାସ ଧରି ହ୍ୟୁମାନ ସାଗର ଙ୍କ ପାଖରେ ଶ୍ରୀୟା ମିଶ୍ର ନଥିବା ବେଳେ ସେହି ମଧ୍ୟରେ ତାଙ୍କ ଖାଦ୍ୟନଳୀ ନଷ୍ଟ ହେବାକୁ ଲାଗୁଛି ବୋଲି ସୂଚନା ମିଳିଥିଲା।  

 

ଶ୍ରୀୟା ମିଶ୍ର ଚାହୁଁଛନ୍ତି ଆପୋଷ ବୁଝାମଣା ହେଇ ଯାଉ ଏବଂ ଏହା ଦୁଇଟି ହୃଦୟ ମଧ୍ୟରେ ହିଁ ହେବା ଦରକାର ବୋଲି ନିଜର ମତ ଦେଇଛନ୍ତି । ଆଗାମୀ ସମୟରେ ଯଦି ଠିକ୍ ଭାବେ ବୁଝାମଣା ହୁଏ ତେବେ ସବୁକିଛି ଠିକ୍ ହୋଇ ପାରିବ ବୋଲି ଆଶା ରଖିଛନ୍ତି ଶ୍ରୀୟା ମିଶ୍ର ।

Leave a Reply

Your email address will not be published. Required fields are marked *