ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୂଜାରେ ଲାଗିଥିବା ନଡ଼ିଆ ଖରାପ ବାହାରିଲେ କଣ ସଙ୍କେତ ଦେଇଥାଏ?ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ହିନ୍ଦୁ ଧର୍ମ ରେ ଆମେ ମଠ,ମନ୍ଦିର ଯାଉ।ଆଉ ସେଠାରେ ଆମର ଦେବୀ ଦେବତାଙ୍କୁ ପୂଜା ପାଠ କରିଥାଉ।ପୂଜା ପାଇଁ ଫୁଲ,ଫଳ,ଦୀପ ଧୂପ ଆଦି ଲାଗିଥାଏ।ଫଳ ମଧ୍ୟରେ ବିଭିନ୍ନ ପ୍ରକାରର ଆଉ ନାନାପ୍ରକାର ଫଳ ଠାକୁରଙ୍କ ପାଖରେ ଲଗାଇଥାଉ। ପ୍ରାୟତ ସବୁ ଫଳକୁ ଆମେ ଫଳ ଠିକ୍ ଅଛି କି ନାହିଁ ପଚି ସଢି ଯାଇନିତ ଦେଖି ଆମେ ପୂଜାକୁ ନଉ।
କିନ୍ତୁ ନଡ଼ିଆ ଏପରି ଏକ ଫଳ ଯାହା ଉପରେ ଠିକ୍ ଠାକ୍ ଥିବା ବେଳେ ଭିତର ଟି ବେଳେ ବେଳେ ପଚି ଯାଇଥାଏ। ଏହି ପଚା କୁ ଆମେ ଜମା ଜାଣିପାରି ନଥାଉ।ଆଉ ଯଦି ଆମେ ପୂଜା ରେ ଆମର ଏହି ପଚା ନଡ଼ିଆ ବାହାରେ ତେବେ ତାହା ଆମକୁ ବହୁତ କିଛି ସଂକେତ ଦେଇଥାଏ। ଆମ ମନକୁ ଆସେ ଯେ ନଡ଼ିଆଟି ପୂଜାରେ ପଚା ବାହାରିବା ପରେ ଆମର କିଛି ଅଶୁଭ ହେବ।
କିନ୍ତୁ ଏହା ପଛରେ ଆଉ କିଛି କାରଣ ଅଛି।ଶାସ୍ତ୍ରରେ ନଡ଼ିଆ କୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଛି। ଲକ୍ଷ୍ମୀ ପୂଜା ରେ ନଡ଼ିଆ ରହିବା ନିହାତି ଦରକାର। ଶ୍ରୀଫଳ ବା ନଡ଼ିଆ ସବୁ ଶୁଭ କାମରେ ଭଙ୍ଗା ଯାଇଥାଏ କାରଣ ଏହା ଶୁଭ ଫଳ ଦେଇଥାଏ।ମାନ୍ୟତା ଅନୁସାରେ ଯଦି ନଡ଼ିଆ ଟି ପଚା ବା ଶୁଖିଲା ବାହାରେ ପୂଜାରେ ତେବେ ତାହା ଶୁଭ ହୋଇଥାଏ।
କାରଣ ଭଗବାନ ତାହା ଗ୍ରହଣ କରିସାରିଛନ୍ତି ତେଣୁ ନଡ଼ିଆଟି ଏପରି ବାହାରିଲା।ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୁଏ।ଭଗବାନ ଆପଣଙ୍କ ଉପରେ ପୁରା ସନ୍ତୁଷ୍ଟ ରହିଛନ୍ତି। ତେବେ ଯଦି ଭଲ ନଡ଼ିଆଟି ପୂଜାରେ ବାହାରେ ତେବେ ସେଇ ନଡ଼ିଆ ଭୋଗଟି ଆପଣ ବlଣ୍ଟି ଦିଅନ୍ତୁ ତାହା ଆପଣଙ୍କୁ ଶୁଭ ଫଳ ଦେଇଥାଏ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।