ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଆଜିକାଲି ଦୁନିଆରେ କଣ କଣ ସବୁ ହେଉଛି । ଦିନକୁ ଦିନ ପରିଣାମ ଭୟଙ୍କର ହେବାକୁ ଲାଗୁଛି ସମସ୍ତ କ୍ଷେତ୍ରରେ ଖାସ କରି ପରକୀୟା ପ୍ରୀତିରେ । ପରକୀୟା ପ୍ରୀତି ସବୁଠାରୁ ଭୟଙ୍କର ଜିନିଷ ଅଟେ । ଯାହାଦ୍ବାରା ଆପଣଙ୍କ ଘର ପରିବାର ସବୁକିଛି ଭାଙ୍ଗି ଯାଇଥାଏ । ଅନେକ ଲୋକ ଜାଣି ପାରନ୍ତି ନାହିଁ ଏହି କ୍ଷେତ୍ରରେ ପାଦ ରଖି ଦିଅନ୍ତି ହେଲେ ପରେ ଭୁଲ ପାଇଁ ଖୁବ୍ ଗଭୀର ଭାବେ ପଶ୍ଚାତାପ କରନ୍ତି ।
ମାତ୍ର ଅନେକ ସମୟରେ ପଶ୍ଚାତାପ କରିବା ଆଗରୁ ସବୁକିଛି ଶେଷ ହୋଇଯାଇଥାଏ । ଆପଣ ଜାଣିଥିବେ ଅନେକ କଳାକାର ତଥା ସାଧାରଣ ବର୍ଗର ଲୋକମାନେ ମଧ୍ୟ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ଏତେ ମାତ୍ରାରେ ପରକୀୟା ପ୍ରୀତି ସାମ୍ନାକୁ ଆସିବାକୁ ଲାଗିଲାଣି ଯେ ଶେଷରେ ଲୋକମାନେ ମଧ୍ୟ ବିରକ୍ତି ଭାବ ପ୍ରକାଶ କଲେଣି । ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଖୁବ୍ ପବିତ୍ର ଅଟେ ମାତ୍ର ଆଜିକାଲି କିଛି ଯୁବପିଢି ସାମାନ୍ୟ ଲୋଭରେ ବଶବର୍ତ୍ତୀ ହୋଇ ଭୁଲ କରି ବସୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ହଇରାଣ ହେଉଛନ୍ତି ।
ଠିକ୍ ଆଜି ଏମିତି ଜଣେ ମହିଳା ଙ୍କ ସହ ଘଟି ଯାଇଛି । ମହିଳା ଜଣଙ୍କ ସ୍ଵାମୀ ବାହାରେ ଥିବାବେଳେ ଜଣେ ଯୁବକ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ଏବଂ ସେହି ପ୍ରେମରେ ସେମାନେ ଶାରିରୀକ ସମ୍ପର୍କ ମଧ୍ୟ ରଖିଲେ ମାତ୍ର ମହିଳା କେବେ ମଧ୍ୟ ବିଶ୍ୱାସ କରି ନଥିଲେ ଯାହାକୁ ସେ ପ୍ରେମ କରୁଛନ୍ତି ଆଉ କିଛିଦିନ ମଧ୍ୟରେ ସେ ହିଁ ତାଙ୍କୁ ବ୍ଲାକମେଲ କରିବ ବୋଲି । ମହିଳାଙ୍କ ସହ କେମିତି ସମ୍ପର୍କ ରଖିଥିଲେ ସମସ୍ତ ପ୍ରକାର ଅନ୍ତରଙ୍ଗ ଫଟୋ ଏବଂ ଭିଡିଓ ରଖିଛନ୍ତି ପ୍ରେମିକ ଜଣଙ୍କ ।
ଏବଂ ସମୟ ସମୟରେ ମହିଳା ଜଣଙ୍କୁ ଡରେଇ ରଖୁଛନ୍ତି ଏହା ସବୁ ଭାଇରାଲ କରିଦେବେ ବୋଲି । ଏବଂ ମହିଳାଙ୍କ କହିବା ଅନୁଯାୟୀ ସେ ଯୁବକ ଜଣଙ୍କ ପିସିଆର ଗାଡ଼ି ଚଳାଉଛନ୍ତି ଏବଂ ସେ ତାଙ୍କ ନାଁ ରେ ଅଭିଯୋଗ କରିବାକୁ କହିଲାଠୁ ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ଯୁକ୍ତି ତର୍କ କରିଥିଲେ । ତେବେ ମହିଳା ଜଣଙ୍କ ଆଉ ସହି ନପାରି ଶେଷରେ ପ୍ରତିବାଦ କରି ସାମ୍ନାକୁ ଆସିଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।
ସ୍ଵାମୀ ଜଣଙ୍କ ବାହାରେ ରହୁଥିବା ବେଳେ ମହିଳାଙ୍କ ଗୋଟିଏ କୁନି ଝିଅ ମଧ୍ୟ ରହିଛି ମାତ୍ର ଏହା ସବୁ ଥିବା ସତ୍ତ୍ୱେ ମଧ୍ୟ ତାଙ୍କୁ ମିଳୁଛି ଧମକ ଉପରେ ଧମକ ଯାହାର ପ୍ରତିବାଦ ରେ ସାମ୍ନାକୁ ଅଶିଛନ୍ତି ମହିଳା ଜଣଙ୍କ ଏବଂ ଗଣ ମାଧ୍ୟମ ସାମ୍ନାରେ ସବୁକିଛି ମୁଁହ ଖୋଲି କହିଛନ୍ତି ଏବଂ ଆଶା ରଖିଛନ୍ତି ତାଙ୍କୁ ନ୍ୟାୟ ମିଳିବ ବୋଲି ।