ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି କରିଥିବା ଏଏସଆଇ ଗୋପାଳ କିଏ ଆଉ କାହିଁକି ମା-ରି-ଲେ ଗୁ-ଳି ତାକୁ ନେଇ ପ୍ରଶ୍ନବାଚୀ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି ତାହା ହେଉଛି ଯେ ଆଖି ବୁଜିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ୬୧ ବର୍ଷ ବୟସରେ ନବଙ୍କ ପରଲୋକ ଘଟିଛି । ଆଜି ସକାଳେ ତାଙ୍କୁ ଜଣେ ଆରକ୍ଷୀ ଅଧିକାରୀ ଗୁ-ଳି-ମା-ଡ କରିଥିଲେ । ଗୁ-ଳି ସିଧା ହୃତପିଣ୍ଡରେ ବାଜିଥିଲା । ଏବଂ ପ୍ରବଳ ର-କ୍ତ-ଶ୍ରା-ବ ହୋଇଥିଲା । ଦୀର୍ଘ ୯ ଘଣ୍ଟା କାଳ ମୃ-ତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଏହାରି ମଧ୍ୟରେ ମନ୍ତ୍ରୀଙ୍କୁ କଣ ପାଇଁ ଗୁ-ଳି-ମା-ଡ କରାଗଲା ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଖୋଦ୍ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଆରକ୍ଷୀ ଅଧିକାରୀ ହିଁ ଗୁ-ଳି-ମା-ଡ କରିଛି । ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି କରିଥିବା ଗୋପାଳ ଦାସଙ୍କ ପୂରା ନାଁ ଗୋପାଳକୃଷ୍ଣ ଦାସ । ପ୍ରଥମେ ବ୍ରହ୍ମପୁରରେ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ । ଚାକିରିରେ ପଦୋନ୍ନତି ପରେ ଏଏସ୍ଆଇ ଭାବେ ନିଯୁକ୍ତି ପାଇଥିଲେ । ଏଏସ୍ଆଇ ନିଯୁକ୍ତି ପରେ ଝାରସୁଗୁଡ଼ାରେ ଅବସ୍ଥାପିତ ଥିଲେ । ଝାରସୁଗୁଡ଼ାରେ ୧୨ ବର୍ଷରୁ ଅଧକ ସମୟ ହେବ କାର୍ଯ୍ୟ କରିଆସୁଛନ୍ତି । ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଦାୟିତ୍ୱରେ ଥିଲେ ଗୋପାଳ ।
ଅନ୍ୟପଟେ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ମନ୍ତ୍ରୀଙ୍କୁ ଗୁ-ଳି-ମା-ଡ଼ ଘଟଣା ସଂପର୍କରେ ସେ କିଛି ଜାଣି ନାହାଁନ୍ତି । ଝିଅଙ୍କ ସହିତ ଆଜି ଭିଡିଓ କଲିଂରେ କଥା ହୋଇଥିଲେ । ଅଚାନକ କାମ ଅଛି ଆଉ ଏକ କଲ୍ ଆସୁଛି କହି କଲ୍ କାଟି ଦେଇଥିଲେ । ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇପାରିନାହିଁ ବୋଲି ଗୋପାଳଙ୍କ ସ୍ତ୍ରୀ କହିଥିଲେ। ୪ରୁ ୫ ମାସ ଆଗରୁ ଘରକୁ ଆସିଥିଲେ । ସେ ମାନସିକ ରୋଗର ଶିକାର ଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନଥିଲା । ସେଥିପାଇଁ ଔଷଧ ଖାଉଥିଲେ ।ର-କ୍ତ-ଚାପ ପାଇଁ ମଧ୍ୟ ଔଷଧ ଖାଉଥିଲେ ।
ମନ୍ତ୍ରୀଙ୍କ ସହିତ ଶ-ତ୍ରୁ-ତା ନେଇ ମୁଁ କିଛି ଜାଣି ନଥିଲି । ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି । ଘଟଣାର ତଦନ୍ତ ହେବା ଦରକାର । ସେହିଭଳି ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କ କହିବା ଅନୁଯାଇ ସେ ଜଣେ ମାନସିକ ରୋଗୀ ଥିଲେ । ଆଜକୁ ଆଠ ବର୍ଷ ପୂର୍ବେ ସେ ଚିକିତ୍ସିତ ହେଉଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସେ ଆଉ ମେଡିସିନ ନିୟମିତ ଖାଉନଥିଲେ । ବର୍ଷେ ପୂର୍ବେ କେବଳ ଗୋଟିଏ ଥର ଚେକଅପ୍ ପାଇଁ ତାଙ୍କ ନିକଟକୁ ଯାଇଥିଲେ । ଆଜି ଟିଭିରେ ଫଟୋ ଦେଖିବା ପରେ ମୁହଁ ଚିହ୍ନି ପାରିଥିଲେ ବୋଲି ଡାକ୍ତର କହିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।