ଗୁଳିମାଡ ପୂର୍ବରୁ କଣ କହିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଗତକାଲି ଗୁଳି ମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ୍ ଙ୍କ ପରଲୋକ ହୋଇଛି । ଏହି ଖବର ସାରା ଓଡ଼ିଶାରେ ଚର୍ଚ୍ଚା ହେବା ସହ ଘରେ ଘରେ ମନ୍ତ୍ରୀ ଙ୍କ ପାଇଁ ଶୋକ ପାଳନ କରାଯାଇଛି।  ଏମିତି ବିଚ୍ ରାସ୍ତାରେ ତାଙ୍କୁ ଗୁଳି କରି ହତ୍ୟା କରାଯିବ ବୋଲି କେହି କେବେ ଭାବି ମଧ୍ୟ ନଥିଲେ । ଅଚାନକ ଭାବେ ଏମିତି ମନ୍ତ୍ରୀ ଙ୍କ ସହ ଘଟିଗଲା ଯାହାପାଇଁ ସାରା ରାଜ୍ୟ ଦୁଃଖିତ । ମନ୍ତ୍ରୀ ଙ୍କୁ Asi ଗୁଳି ମାରିଥିବା ସୂଚନା ମିଳିଥିଲା ।

 

ପରବର୍ତ୍ତୀ ସମୟରେ Asi ଙ୍କ ମାନସିକ ସ୍ଥିତି ଠିକ୍ ନଥିବା ନେଇ ଘଟଣା ସାମ୍ନାକୁ ଆସିଥିଲା । ଅନେକ ଦିନ ଧରି ନିଜ ଶାରୀରିକ ଅସୁସ୍ଥତା କାରଣରୁ ଛୁଟି ପାଉନଥିଲେ Asi । ଏବଂ ଏହି କାରଣରୁ ଅନେକ ସମୟ ବିରକ୍ତି ଭାବ ପ୍ରକାଶ କରୁଥିଲେ । ତେବେ ସେଠାରେ ସେ ତାଙ୍କ ଉପରିସ୍ଥ କର୍ମଚାରୀ ମାନଙ୍କୁ ଗୁଳି ମାରିବା ଉଦ୍ଦେଶ୍ୟରେ କିଛି କରିବାକୁ ଚିନ୍ତା କରୁ କରୁ ବଳି ପଡିଗଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । 

 

ରାସ୍ତା ଉପରେ ଏମିତି ମନ୍ତ୍ରୀ ଙ୍କ ଅବସ୍ଥା ହୋଇଥିଲା ଯାହାଦ୍ବାରା ଲୋକମାନେ ଏହା ଦେଖି ଭୟଭୀତ ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ମନ୍ତ୍ରୀ ନବ ଦାସ ଙ୍କୁ ଆପୋଲୋ ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ରାଜ୍ୟ ବାସୀଙ୍କ ପାଇଁ ଏକ ବହୁତ୍ ଦୁଃଖଦାୟକ ଖବର ଥିଲା ଯାହା ପାଇଁ ସମସ୍ତେ ଶୋକାକୁଳ ହୋଇ ପଡ଼ିଥିଲେ । ରାସ୍ତା ମଝିରେ ମନ୍ତ୍ରୀ ଙ୍କ ଏମିତି ଅବସ୍ଥା ଦେଖିବାକୁ ପାଇବେ ବୋଲି ଲୋକମାନେ କେବେ ସ୍ଵପ୍ନରେ ମଧ୍ୟ ଭାବି ନଥିବେ ।

 

ମାତ୍ର ପୋଲିସ କର୍ମଚାରୀ ଙ୍କ ମାନସିକ ଭାରସାମ୍ୟ ହରାଇଥିବା କାରଣରୁ ଘଟିଗଲା ଏତେବଡ଼ ଅଘଟଣ । ନବ ଦାସ୍ ଙ୍କ ପରଲୋକ ପରେ ପରେ ତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ତାଙ୍କ ମୃତ୍ୟୁ ପୂର୍ବରୁ ଶେଷ ବାଇଟ ରେକର୍ଡ କରାଯାଇଥିଲା । ଝାରସୁଗୁଡ଼ା ମୁନସିପାଲଟି ନୂତନ ନିର୍ମାଣ କାର୍ଯ୍ୟରେ ପହଞ୍ଚିଥିଲେ ମନ୍ତ୍ରୀ ନବ ଦାସ । ଏବଂ ସେଠାରେ ମହିଳା ମାନଙ୍କ ସ୍ଵସକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ତଥା ସରକାର କେତେ ମାତ୍ରାରେ ଆଗକୁ ଚେଷ୍ଟା କରୁଛନ୍ତି ତାହା ଦର୍ଶାଇଥିଲେ ।

ଏବଂ ବାଇଟ ରେ ମହିଳା ମାନଙ୍କ ଆଗକୁ ବଢ଼ିବାକୁ ନେଇ ମୂଳ ମୂଦା ରଖିଥିଲେ । ଆଗାମୀ ଦିନରେ ଝାରସୁଗୁଡ଼ା ରେ ଅନେକ କାର୍ଯ୍ୟ କରିବା ନେଇ ଚିନ୍ତା କରିଥିଲେ ମାନ୍ୟବର ମନ୍ତ୍ରୀ । ସମସ୍ତଙ୍କ ସହଯୋଗ ରହିଲେ ଗୋଟିଏ ପରେ ଗୋଟିଏ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇପାରିବ ବୋଲି ମତ ଦେଇଥିଲେ । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ବିଷୟ ପାଲଟିଛି । 

Leave a Reply

Your email address will not be published. Required fields are marked *