ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଙ୍କ ପରଲୋକ ହୋଇଛି ସେ ପୁଣି ଜଣେ ପୋଲିସ କର୍ମଚାରୀ ଙ୍କ ହାତରୁ ଗୁଳି ବାଜି । ଯାହାକି ଏକ ଦୁଃଖଦ ଏବଂ ଲଜ୍ୟା ଜନକ ବିଷୟ ଅଟେ । ତେବେ ମନ୍ତ୍ରୀ ଙ୍କ ପରଲୋକରେ ସମସ୍ତଙ୍କ ମନରେ ଦୁଃଖର ଲହରୀ ଖେଳି ଯାଇଛି । ମନ୍ତ୍ରୀ ଙ୍କ ଏହିପରି ଭାବରେ ପରଲୋକ ହେବ ବୋଲି କେହି କେବେ ବିଶ୍ୱାସ କରିପାରୁ ନାହାନ୍ତି ।
ରକ୍ଷକ କେମିତି ଭକ୍ଷକ ସାଜିଲା ତାହା ନେଇ ବର୍ତ୍ତମାନ ଚିନ୍ତାରେ ସମସ୍ତେ ଏବଂ ସେହି Asi କିଏ ଏବଂ କାହିଁକି ଏମିତି କଲେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି । ପ୍ରଶ୍ନ ଆସିବା ସ୍ୱଭାବିକ କଥା ଜଣେ Asi ପୋଲିସ ଅଫିସର କେମିତି ଏପରି କରିପାରିବେ ଶୁଣିଲେ ହିଁ ବିଶ୍ୱାସ ହେଉନି । ତେବେ ବିଶ୍ୱାସ ନହେଲେ ବି ସତ କଥା Asi ପୋଲିସ ଅଫିସର ଭାବେ ନିଯୁକ୍ତି ଥିବା ଗୋପାଳକୃଷ୍ଣ ଦାସ ଘଟାଇଛନ୍ତି ଏମିତି କାଣ୍ଡ ।
ଯିଏ ଏହି ଘଟଣା ସଂପର୍କରେ ଜାଣୁଛନ୍ତି ସେମାନେ ଦୁଃଖ ପ୍ରକାଶ କରିବା ସହ ଗୋପାଳକୃଷ୍ଣ ଦାସ ଙ୍କୁ ନିନ୍ଦା କରୁଛନ୍ତି । ଗୋପାଳକୃଷ୍ଣ ଦାସ ପ୍ରଥମେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ ବ୍ରହ୍ମପୁର ଠାରେ ଏହା ପରେ ପ୍ରମୋସନ୍ ପାଇ ଝାରସୁଗୁଡ଼ା ରେ Asi ଭାବେ ନିଯୁକ୍ତି ପାଇଥିଲେ ଏବଂ କାର୍ଯ୍ୟରତ ମଧ୍ୟ ଥିଲେ । ତେବେ ଝାରସୁଗୁଡ଼ା ରେ ଗୋପାଳକୃଷ୍ଣ ଦାସ ୧୨ ବର୍ଷ ହେବ ପୋଲିସ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି ।
ବ୍ରଜରାଜ ନଗର ଗାନ୍ଧୀ ଛକ ଫାଣ୍ଡି ଠାରେ କାର୍ଯ୍ୟରତ ଥିଲେ ଗୋପାଳକୃଷ୍ଣ ଦାସ । ତେବେ କିଛିଦିନ ତଳେ ପତ୍ନୀ ମଧ୍ୟ ଗୋପାଳକୃଷ୍ଣ ଦାସ ଙ୍କ ପାଖକୁ ଆସିଥିଲେ ଏବଂ ୫ ମାସ ତଳେ ଗୋପାଳ ତାଙ୍କ ଘରକୁ ଯାଇଥିଲେ । ଗୋପାଳକୃଷ୍ଣ ଦାସ ୮ ବର୍ଷ ଧରି ମାନସିକ ରୋଗ ରେ ପୀଡ଼ିତ ଥିଲେ ଏବଂ ଔଷଧ ମଧ୍ୟ ସେବନ କରୁଥିଲେ । ବ୍ରହ୍ମପୁର ଏକ କ୍ଲିନିକ୍ ରେ ତାଙ୍କର ଚିକିତ୍ସା ଚାଲିଥିବାର ଶୁଣିବାକୁ ମିଳୁଛି ।
ଗୋପାଳକୃଷ୍ଣ ଦାସ ମାନସିକ ରୋଗ ସହ ଉଚ୍ଚ ରକ୍ତଚାପ ରେ ମଧ୍ୟ ଆକ୍ରାନ୍ତ ଥିଲେ । ଗୋପାଳକୃଷ୍ଣ ଦାସ ଏପରି କାଣ୍ଡ ଘଟାଇବା ପରେ ପରେ ଗୋପାଳ ଙ୍କ ପତ୍ନୀ ଜୟନ୍ତୀ ସାମ୍ନାକୁ ଆସି ସମସ୍ତଙ୍କୁ ଗୋପାଳକୃଷ୍ଣ ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜଣାଇଛନ୍ତି । ତେବେ ଅନେକ ଦିନ ଛୁଟି ନ ମିଳିବା କାରଣରୁ ଚିନ୍ତାରେ ମଧ୍ୟ ରହିଥିବାର ସୂଚନା ମିଳିଛି । ଗୋପାଳ ମନ୍ତ୍ରୀ ଙ୍କୁ ଗୁଳି ମାରିବା ପରେ ତାଙ୍କଠୁ ବିଜେଡି କର୍ମୀ ବନ୍ଧୁକ ଛଡାଇ ନେଇଥିଲେ ବୋଲି ସୂଚନା ମିଳିଛି ।