୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜାଣନ୍ତୁ କେଉଁ ଜିନିଷ ଶସ୍ତା ଆଉ କ’ଣ ମହଙ୍ଗା ହେଲା ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜାଣନ୍ତୁ କେଉଁ ଜିନିଷ ଶସ୍ତା ଆଉ କ’ଣ ମହଙ୍ଗା ହେଲା । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆଜି ସଂସଦରେ ଉପସ୍ଥିତ ହୋଇଛି ସାଧାରଣ ବଜେଟ୍‌ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୫ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ରେ ସୀତାରମଣ ତାଙ୍କର ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ତେବେ ଏଥର ବଜେଟ୍‌ ଭାଷଣ ସେ ଗତବର୍ଷ ଅପେକ୍ଷା ଅଧିକ ସମୟ ଦେଇଛନ୍ତି । ପାଖାପାଖି ୧ ଘଣ୍ଟା ୪୦ ମିନିଟ୍‌ର ଭାଷଣ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ ବର୍ଷର ବଜେଟକୁ ମାତ୍ର ଏକ ଘଣ୍ଟା ୩୦ ମିନିଟ୍‌ରେ ଶେଷ କରିଦେଇଥିଲେ ଅର୍ଥମନ୍ତ୍ରୀ । 

 

୪ ବର୍ଷ ମଧ୍ୟରେ ସବୁଠାରୁ ଅଳ୍ପ ସମୟ ମଧ୍ୟରେ ନିର୍ମଳା ନିଜର ବଜେଟ ଭାଷଣ ଶେଷ କରିଥିଲେ । ସାଧାରଣତଃ ବଜେଟ ଭାଷଣର ହାରାହାରି ସମୟ ହେଉଛି ୯୦ରୁ ୧୨୦ ମିନିଟ୍‌ । ଆଜି ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଛି । ନୂଆ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଆୟକର ଛାଡ଼ସୀମା ବୃଦ୍ଧି କରି ମଧ୍ୟବିତ୍ତ ଶ୍ରେଣୀଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି । ଏହାଛଡ଼ା ସେ କେତେକ ସାମଗ୍ରୀ ଉପରେ ଟିକସ ହ୍ରାସ କରିଛନ୍ତି । ଫଳରେ ସେସବୁ ସାମଗ୍ରୀ ଶସ୍ତା ହେବ । ଆଉ କେତେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଇଛି, ଫଳରେ ସେସବୁ ସାମଗ୍ରୀ ମହଙ୍ଗା ହେବ ।

 

ଏହି ବଜେଟ ଉପରେ ସମସ୍ତଙ୍କ ନଜର ରହିଥିଲା । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପ ଓ ଉଦ୍ୟୋଗ, ଚାକିରିଆ ଓ ମହିଳାମାନେ ଏହି ବଜେଟ ଉପରେ ଅନେକ ଆଶା ରଖିଥିଲେ । ତେବେ ଏହି ବଜେଟରେ କ’ଣ ରହିଛି? ମଧ୍ୟବିତ ପରିବାରଙ୍କ ଚାପ ବଢ଼ିବ ନା କମିବ ତା’ ଉପରେ ବିଶେଷ ନଜର ରହିଥିଲା । ତେବେ ଆଜି ଦିନ ୧୧ଟାରୁ ବଜେଟ ଆରମ୍ଭ କରିଥିଲେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ବଜେଟ ଆଗତ ହେଉଥିବାରୁ ଏହା ବିଶେଷ ଗୁରୁତ୍ଵପୂର୍ଣ୍ଣ ରହିବ ବୋଲି କୁହାଯାଉଥିଲା । 

 

ବିଶ୍ଵର ଅର୍ଥ ବ୍ୟବସ୍ଥାରେ ମନ୍ଥର ଗତି ଆସିଥିବା ବେଳେ ଭାରତରେ ଆଗତ ହେଉଥିବା ଏହି ବଜେଟ ଉପରେ ସମସ୍ତଙ୍କ ନଜର ରହିଥିଲା । ଏବେ ଜାଣନ୍ତୁ କେଉଁ ଜିନିଷ ଶସ୍ତା ହେବ, ଆଉ କ’ଣ ମହଙ୍ଗା । ତେବେ ମହଙ୍ଗା ଭିତରେ ହେଡ୍ ଫୋନ୍ , ସିଗେରେଟ୍ , ସୁନା , ରୁପା, ପ୍ଲାଟିନମ୍ , ଇମ୍ପୋଟେଡ୍ ଡୋର, ସ୍ୱଦେଶୀ ରୋଷେଇ ଚିମିନୀ, ପୋଷାକ ରହିଥିବା ବେଳେ ସ୍ୱଦେଶୀ ମୋବାଇଲ, ଷ୍ଟିଲ୍ , ଟିଭି, କ୍ୟାମେରା ଲେନ୍ସ, ଖେଳନା, ସାଇକେଲ, ଇଲେକ୍ଟ୍ରିକ ଗାଡି ଶସ୍ତା ହୋଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *