ସେହି ସ୍ଥାନକୁ ଯାଇ ଗୋପାଳ ଦେଖାଇଲା ସବୁ ସତ… ଦେଖନ୍ତୁ ପୁରା ଘଟଣା ର କାହାଣୀ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ।  ଆପଣ ଜାଣିଥିବେ ବହୁ ଚର୍ଚ୍ଚିତ ଗୋପାଳ ଦାସ ଗୁଳି କାଣ୍ଡରେ ମନ୍ତ୍ରୀ ନବ କିଶୋର ଦାସ ଙ୍କ ମୃତ୍ୟୁ ହୋଇଛି । ଏହା ସାରା ରାଜ୍ୟରେ ଶୋକର ପରିବେଶ ସୃଷ୍ଟି କରିଛି । ମନ୍ତ୍ରୀ ଙ୍କୁ ଏପରି ରକ୍ଷକ ଗୁଳି କରି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଦେଇଥିଲା । ଗୋପାଳ ପୋଲିସ ଅଧିକାରୀ ହୋଇ ଏମିତି ଏକ କାଣ୍ଡ ଘଟାଇ ଦେବେ ବୋଲି କାହାର ମଧ୍ୟ ବିଶ୍ଵାସ ହେଉନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ। 

 

ବିଶ୍ୱାସ ନହେଲେ ମଧ୍ୟ ସତ ASI ଗୋପାଳ ଦାସ ଙ୍କ ଗୁଳି ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଙ୍କ ମୃ-ତ୍ୟୁ ହୋଇଛି । ତେବେ ସାଙ୍ଗେ ସଙ୍ଗେ ଗୋପାଳ ଙ୍କୁ ରିମାଣ୍ଡ ରେ ନେବାପରେ ତଦନ୍ତ ଆରମ୍ଭ କରିଥିଲେ ପୋଲିସ । ପରେ ASI ଗୋପାଳ ଦାସ ଙ୍କ ପତ୍ନୀ ସାମ୍ନାକୁ ଆସି ତାଙ୍କ ମାନସିକ ରୋଗ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ।  ଗୋପାଳ ଦୀର୍ଘ ୮-୧୦ ବର୍ଷ ହେବ ରୋଗରେ ପୀଡ଼ିତ ଥିଲେ । ଏବଂ ଉଚ୍ଚ ରକ୍ତଚାପ ଦ୍ଵାରା ମଧ୍ୟ ପ୍ରଭାବିତ ଥିଲେ ଯାହାଦ୍ବାରା ଅନେକ ସମୟରେ ତାଙ୍କର ଚିଡିଚିଡ ସ୍ଵଭାବ ଦେଖା ଯାଉଥିଲା ।

 

ଗୋପାଳ ତାଙ୍କ ଜୀବନରେ ୧୨ ଥର ପୁରସ୍କାର ପାଇଛନ୍ତି ୮ ଥର ଆର୍ଥିକ ସହାୟତା ପାଇଛନ୍ତି । ୧୮ ଥର ମେଡାଲ ପାଇଛନ୍ତି ଠିକ୍ ଭାବରେ ଅନୁସନ୍ଧାନ କ୍ଷେତ୍ରରେ । ମାତ୍ର ଆଶ୍ଚର୍ୟ୍ଯ କଥା ତାଙ୍କ ସର୍ଭିସ୍ ବୁକ୍ ରେକର୍ଡ ରେ ତାଙ୍କ ମାନସିକ ରୋଗ ସମ୍ପର୍କରେ କୌଣସି  ପ୍ରକାର ଉଲ୍ଲେଖ ହୋଇନାହିଁ । ତେବେ ଏହି ସବୁ ତଥ୍ୟ ଜାଣି ସାରିବା ପରେ କ୍ରାଇମବ୍ରାଞ୍ଚ ଆହୁରି ତଦନ୍ତ କ୍ଷେତ୍ରରେ ଆଗେଇ ଯାଇଛନ୍ତି । 

 

ଗୋପାଳ ଦାସ ଙ୍କ ସମସ୍ତ ପ୍ରକାର ଗତିବିଧି କୁ ଅନୁଧ୍ୟାନ କରାଯାଇ ଅନେକ ପ୍ରକାର ତଦନ୍ତ ହୋଇଥିଲା । ଗୋପାଳ ୧୫ ପୃଷ୍ଠାର କାଗଜ ଲାଟିନ ରେ ପକାଇ ନଷ୍ଟ କରିବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ଏହା ମଧ୍ୟ ଠାବ କରିଛନ୍ତି । ତେବେ ଆଜି ଗୋପାଳ ଦାସ କେମିତି ଏହି କାଣ୍ଡ ଘଟାଇଥିଲେ ତାହା ସମ୍ପର୍କରେ ସବୁ ତଥ୍ୟ କ୍ରାଇମବ୍ରାଞ୍ଚ୍ କୁ ଦେଖାଇଥିଲେ । ପୋଲିସ ଗୋଟିଏ ଗୋଟିଏ କରି ସମସ୍ତ ପ୍ରକାର ତଥ୍ୟ ଗୋପାଳ ଙ୍କ ଠାରୁ ଆଦାୟ କରୁଛନ୍ତି ।

 

ଗୋପାଳ ଦୀର୍ଘ ଦିନ ଧରି ଯେଉଁ ଫାଣ୍ଡି ରେ କାର୍ଯ୍ୟ କରୁଥିଲେ ପୋଲିସ ଅଫିସର ଭାବେ ସେଠାକୁ ତାଙ୍କୁ ନିଆଯାଇଥିଲା । ଏବଂ ସେଠାରେ ତାଙ୍କଠାରୁ ଅନେକ ତଥ୍ୟ ଆଦାୟ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଗୋପାଳ ଦାସ ଙ୍କୁ ତାଙ୍କ ଘରକୁ ନିଆ ଯାଇଥିଲା ଏବଂ ଅଣା ଯାଇଥିଲା । ଦୁଇ ଦିନ ତଳେ ଗୋପାଳ ଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଉଚରା କରିଥିଲେ କ୍ରାଇମ୍ ବ୍ରାଞ୍ଚ ଆଉ ଏବେ ଗୋପାଳ ଦାସ ଙ୍କୁ ଜେରା କରାଯାଉଛି ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *