ପିଣ୍ଟୁ ନନ୍ଦ ଙ୍କୁ ସାହାର୍ଯ୍ୟ ହାତ ବଢାଇଲେ ଅଭିନେତା ଅନୁଭବ ମହାନ୍ତି ଦେଖନ୍ତୁ କଣ କହିଲେ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଓଡ଼ିଆ ଇଣ୍ଡଷ୍ଟ୍ରି ବରିଷ୍ଟ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ବେଶ୍ ଭଲ ଭାବେ ଜାଣିଥିବେ । ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଓଡ଼ିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଛନ୍ତି । ଅନେକ ସୁପରହିଟ ଫିଲ୍ମ ଓଡ଼ିଆ ସିନେମା ଜଗତକୁ ସେ ଭେଟି କରିଛନ୍ତି। ଟିଭି ପରଦାରେ ସେ ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ଘରେ ଘରେ ତାଙ୍କ ଅଭିନୟ ସେ ଖୁବ୍ ଚର୍ଚ୍ଚିତ । ଘରେ ଘରେ ଫିଲ୍ମ ଦ୍ଵାରା ପରିଚିତ ଥିବା ପିଣ୍ଟୁ ନନ୍ଦ ସର୍ବ ପ୍ରଥମେ ଦୂର ଦର୍ଶନ ଏବଂ ଆଲବମ୍ ଗୀତରେ ଅଭିନୟ କରି ସାମ୍ନାକୁ ଆସିଥିଲେ । 

 

ଧୀରେ ଧିରେ ତାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଥିଲା।  ଯାହାଦ୍ବାରା ତାଙ୍କୁ ବଡ ପରଦାରେ ଦେଖିବାକୁ ଲୋକମାନଙ୍କ ମଧ୍ୟ ଇଛା ପ୍ରକାଶ ହେଲା । ସମସ୍ତଙ୍କ ଭଲ ପାଇବାକୁ ସାଥିରେ ନେଇ ବଡ ପରଦାରେ ଏଣ୍ଟ୍ରି ମାରିଲେ ପିଣ୍ଟୁ ନନ୍ଦ । କେତେବେଳେ ହିରୋ ତ କେତେବେଳେ ଭିଲିଆନ । ସବୁ ପ୍ରକାର ଅଭିନୟ ପିଣ୍ଟୁ ନନ୍ଦଙ୍କ ଜୀବନ୍ତ ଲାଗେ । ସୋସିଆଲ ମିଡିଆରେ ଅନେକ ଫ୍ୟାନ ମାନେ ତାଙ୍କର ସକ୍ରିୟ ଅଛନ୍ତି । 

 

ପିଣ୍ଟୁ ନନ୍ଦଙ୍କ ଦେହ ଖରାପ ସମ୍ପର୍କରେ ଲୋକମାନେ ଜାଣିବା ପରେ ବହୁତ୍ ଦୁଃଖ ଅନୁଭବ କରିବା ସହ ତାଙ୍କ ଏହି ବିପଦ ସମୟରେ ତାଙ୍କ ପାଖରେ ଠିଆ ହେବାକୁ ଚେଷ୍ଟା କରିଛନ୍ତି। ପିଣ୍ଟୁ ନନ୍ଦଙ୍କ ଲିଭର ଖରାପ ହୋଇଯାଇଥିବା ବେଳେ ତାହା ଆଧୁନିକ ପ୍ରଣାଳୀ ରେ ଚିକିତ୍ସା ହେବ ଏବଂ ଏହା ଚିକିତ୍ସା ପାଇଁ ଅତି କମ୍ ରୁ କମ୍ ୪୦-୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର ମତ ଦେଇଛନ୍ତି । ଏତେ ଟଙ୍କା ଯୋଗାଡ କରିବା ପିଣ୍ଟୁ ନନ୍ଦଙ୍କ ପକ୍ଷେ ସମ୍ଭବ ନୁହେଁ ଯାହାଦ୍ବାରା ପିଣ୍ଟୁ ନନ୍ଦଙ୍କ ଶୁଭ ଚିନ୍ତକ ମାନେ ଅଣ୍ଟା ଭିଡିଛନ୍ତି । 

 

ଯାହା ପକ୍ଷେ ଯାହା ସମ୍ଭବ ପିଣ୍ଟୁ ନନ୍ଦଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଅନେକ କଳାକାର ତଥା ଫ୍ୟାନ ମାନେ ଏବଂ ଅନେକ ଲୋକ ଯେଉଁମାନେ ପିଣ୍ଟୁ ନନ୍ଦ ଙ୍କ ସହ ଗଭୀର ଭାବେ ଜଡ଼ିତ ଥିଲେ ତାଙ୍କ ଏହି ଅସମୟରେ ଠିଆ ହୋଇ ତାଙ୍କୁ କିଛି ଆର୍ଥିକ ସହାୟତା ଦେବା ସହ ତାଙ୍କୁ ଏହି ବିପଦ ସମୟରେ ଧର୍ଯ୍ୟହରା ନ ହେବାପାଇଁ ପରାମର୍ଶ ଦେଇଛନ୍ତି । 

ପିଣ୍ଟୁ ନନ୍ଦଙ୍କ ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତେବେ ବର୍ତ୍ତମାନ ଓଡ଼ିଆ ଇଣ୍ଡଷ୍ଟ୍ରି ର ବରିଷ୍ଟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଆଗେଇ ଆସିଛନ୍ତି । ପିଣ୍ଟୁ ନନ୍ଦ ଙ୍କ ପାଇଁ ଦୁଃଖ କରିବା ସହ ତାଙ୍କ ପକ୍ଷରେ ଯାହା ସମ୍ଭବ ସେ ନିହାତି ଭାବେ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *