ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲିଭର ଦେଇ ବାପାଙ୍କ ଜୀବନ ବଞ୍ଚାଇଲେ ୧୭ ବର୍ଷୀୟା ଝିଅ । ପାଲଟିଲେ ଦେଶର ସର୍ବକନିଷ୍ଠ ଅର୍ଗାନ ଡୋନର । ନିୟମ ବଦଳାଇଲେ ହାଇକୋର୍ଟ ଜାଣନ୍ତୁ ସମ୍ପୂର୍ଣ ଖବର ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଭାରତ ଇତିହାସରେ ପ୍ରଥମ ଘଟଣା । ବାପାଙ୍କୁ ଲିଭର ଦେଇ ନୂଆ ଜୀବନ ଦେଲା ନାବାଳିକା ଝିଅ । ଜୀବନ ଦେଇଥିବା ୧୭ ବର୍ଷୀୟ ଝିଅ ଜଣଙ୍କ ହେଉଛନ୍ତି ଦେବାନନ୍ଦା । ନିଜର ଲିଭର ଦାନ କରି ବାପାଙ୍କୁ ନୂଆ ଜୀବନ ଦେଇ ଏବେ ଚର୍ଚ୍ଚାରେ କେରଳ ଥିରୁଅନନ୍ତପୁରମର ଦେବନନ୍ଦା । ସେ ଦେଶର ସର୍ବ କନିଷ୍ଠ ଅର୍ଗାନ ଡୋନର ହୋଇଛନ୍ତି । କେରଳର ତ୍ରିସୁର ଅଧିବାସୀ ପ୍ରତୀଶଙ୍କ ଗୋଡ଼ରେ ପାଣି ଜମି ଯାଇଥିଲା । ପରୀକ୍ଷା ନିରୀକ୍ଷା ପରେ ସେ ଯକୃତ ରୋଗରେ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା ।
ସେ ଯକୃତ ଜନିତ କ୍ୟାନସରରେ ପୀଡ଼ିତ ଥିବା ରିପୋର୍ଟ ଆସିବା ପରେ ତୁରନ୍ତ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏହାପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ସେମାନେ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରି ଲିଭର ଯୋଗାଡ଼ ପାଇଁ ପ୍ରୟାସ ମଧ୍ୟ କରିଥିଲେ । ଲିଭର ଟ୍ରାନ୍ସପ୍ଲାଣ୍ଟ ଶେଷ ରାସ୍ତା ପାଲଟି ଯାଇଥିଲା । ଶେଷରେ ଲିଭର ଦାନ ପାଇଁ ଆଗେଇ ଆସିଥିଲେ ଦେବନନ୍ଦା । ହେଲେ ଲିଭର ଦାନ ପାଇଁ ନିୟମ ସାଜିଥିଲା ବାଧକ । ନିୟମ ଅନୁସାରେ ୧୮ ବର୍ଷରୁ କମ୍ ବୟସର ପିଲା ଅଙ୍ଗ ଦାନ କରିପାରିବେ ନାହିଁ।
ତେଣୁ ଦେବନନ୍ଦା କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାପାଙ୍କୁ ଲିଭର ଦାନ କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲେ । କୋର୍ଟ ମଧ୍ୟ ଲିଭର ଦାନ ପାଇଁ ଅନୁମତି ଦେଇଥିଲେ । ଫେବ୍ରୁଆରୀ ୯ ତାରିଖରେ ବାପା ପ୍ରୀତିଶଙ୍କୁ ତାଙ୍କ ଲିଭରର କିଛି ଅଂଶ ଡୋନେଟ୍ କରିଥିଲେ । ଡାକ୍ତରମାନେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଏହା ପରେ ହସ୍ପିଟାଲ ମ୍ୟାନେଜମେଣ୍ଟ ସେମାନଙ୍କ ମେଡିକାଲ ବିଲ ଛାଡ କରିଥିଲେ । ଦେବନନ୍ଦା ଏବେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ । ବାପା ମା’ଙ୍କ ପାଇଁ ସେମାନଙ୍କ ପିଲାମାନେ ଯେମିତି ମୂଲ୍ୟବାନ, ପିଲାମାନଙ୍କ ପାଇଁ ବାପା ମା’ ମଧ୍ୟ ସେତିକି ସ୍ୱତନ୍ତ୍ର ବୋଲି ଏଇ ଘଟଣାରୁ ଅନୁମାନ କରାଯାଇ ପାରେ ।
ଆଉ ଏହାକୁ ପ୍ରମାଣ କରିଛନ୍ତି ୧୭ ବର୍ଷୀୟ ଝିଅ ଦେବନନ୍ଦା । ରୋଗଗ୍ରସ୍ତ ବାପାଙ୍କୁ ବଞ୍ଚାଇବାକୁ ନାବାଳିକା ଝିଅ ନିଜର ଲିଭର ବା ଯକୃତ ଦାନ କରିଛନ୍ତି । ଝିଅର ଲିଭର ପାଇ ଏବେ ବାପା ଜଣଙ୍କ ନୂଆ ଜୀବନ ପାଇଛନ୍ତି । ସେହିପରି ଏବେ ସମାନ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ନିଶ୍ଚୟ ସୁସ୍ଥ ହୋଇଯିବେ ବୋଲି ଏହିଠାରୁ ଦୃଢ଼ତା ଆସୁଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।