ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଖୁବ୍ ଶିଘ୍ର ହାଇଦ୍ରାବାଦ୍ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ମିଳିଲା ସୂଚନା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଓଲିଉଡ୍ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି । ଦିଲ୍ଲୀର ଏକ ବେସରକାରୀ ହସପିଟାଲ ଆଇଏଲ୍ବିଏସ୍ ରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏବେ କୁଆଡ଼େ ହାଇଦ୍ରାବାଦ୍ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସିରୋସିସ୍ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା । ତେବେ ଏଥିପାଇଁ କୌଣସି ଡୋନର ମିଳୁ ନାହାନ୍ତି ।
ତା ସହିତ ଅପରେସନ୍ ପାଇଁ ଅର୍ଥର ଅଭାବ ରହିଛି ବୋଲି ପିଣ୍ଟୁଙ୍କ ଭାଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅପରେଶନ ହୋଇପାରିନାହିଁ । ଫେବୃୟାରୀ ୭ରୁ ସେ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ । ତେବେ ଆର୍ଥିକ ସମସ୍ୟା ଯୋଗୁ ତାଙ୍କର ଯକୃତ ପ୍ରତିରୋପଣ ହୋଇ ପାରିନାହିଁ । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟଙ୍କା ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇ ସାରିଲାଣି । ଏବେ ସେ ଆଇସିୟୁରେ ଅଛନ୍ତି ବୋଲି ତାଙ୍କ ଭାଇ ଅଭିରାମ ନନ୍ଦ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଅଭିନେତା ପିଣ୍ଟୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ଦିଲ୍ଲୀ ଯିବାକୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ । ଏହାପରେ ଗତ ଫେବୃୟାରୀ ୭ରେ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା । ତାଙ୍କ ପାଇଁ ଓଡ଼ିଶା ସିନେ ଆସୋସିଏଶନ୍ର ସଦସ୍ୟା ସଦସ୍ୟ ଏବଂ କେତେଜଣ କଳାକାରଙ୍କ ସମେତ ଯୁବ ସାମାଜିକ କର୍ମୀ ପାଣ୍ଠି ସଂଗ୍ରହ କରି ତାଙ୍କୁ ଯୋଗାଇ ଦେଇଥିଲେ ।
ଏଠାରେ କହି ରଖିବୁ ଯେ ଦୀର୍ଘ ବର୍ଷ ହେବ ଓଡ଼ିଆ ଫିଲ୍ମରେ ସକ୍ରିୟ ଅଛନ୍ତି ପିଣ୍ଟୁ ନନ୍ଦ । କେତେବେଳେ ଖଳନାୟକ ତ ଆଉ କେତେବେଳେ ସହ ନାୟକ ପୁଣି କେବେ ହାସ୍ୟ ଅଭିନେତା ଭାବେ ଦର୍ଶକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି । କ୍ୟାରିଅରର ଆରମ୍ଭରେ ଆଲବମ ଗୀତ ଏ ଗଉରା ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।