ଦର୍ଶକ ବନ୍ଧୁ ଆପଣ ମାନେ ତ ଭଲ ଭାବରେ ଜାଣିଛନ୍ତି ଯେ ଏହି ଟି -୨୦ ବିଶ୍ୱକପ୍ ରେ ଭଲ ପ୍ରଦର୍ଶନ ଜାରି ରଖିଥିଲା ପାକିସ୍ତାନ ଟିମ୍ । ଏମିତିକି ପାକିସ୍ତାନ ଟିମ୍ ଲିଗ୍ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ ହାରିନଥିଲା । ଏହି ଟି – 20 ବିଶ୍ୱକପ୍ ରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରି ଆସୁଥିବା ବେଳେ ସେମିଫାଇନାଲରେ ପାକିସ୍ତାନର ବିଜୟ ଧାରାରେ ବ୍ରେକ ଲଗାଇ ଦେଇଛି ଅଷ୍ଟ୍ରେଲିଆ ।
ତେବେ ପାକିସ୍ତାନ ର ଏହି ପରାଜୟ ପରେ ପାକିସ୍ତାନ ଟିମ୍ ର ଅଧିନାୟକ ବାବର ଆଯାମ୍ ଙ୍କ ର ଏକ ଭି-ଡି-ଓ ଭା-ଇ-ରା-ଲ ହେଉଛି ।ସେହି ଭି-ଡ଼ି-ଓ ରେ ଏହା ଦେଖା ଯାଇଛି ଯେ ପରାଜୟ ପରେ ମଧ୍ୟ ବାବର ଆଜମଙ୍କ ଆତ୍ମବିଶ୍ୱାସ ଦୃଢ ରହିଛି । ପାକିସ୍ତାନ ଟିମ୍ ର ଅଧିନାୟକ ବାବର ଆଜମ ନିଜ ଟିମ୍ ର ଖେଳାଳି ମାନଙ୍କୁ ଡ୍ରେସିଂ ରୁମରେ ଉତ୍ସାହଜନକ ଭାଷଣ ଦେଇଥିଲେ । ତେବେ ଡ୍ରେସିଂ ରୁମ୍ ରେ ହୋଇଥିବା ଏହି ଭି-ଡି-ଓ ଟି କୁ ପିସିବି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବାର ଦେଖିବାକୁ ମିଳିଛି।
ସେହି ଭି-ଡି-ଓ ରେ ଏହା ଦେଖାଯାଇଛି ଯେ ବାବର ଆଜମ ନିଜ ଖେଳାଳି ମନଙ୍କ ଆତ୍ମବିଶ୍ୱାସ ଭାଙ୍ଗି ବାକୁ ନ ଦେଇ ଆହୁରି ଦୃଢ଼ କରିବାକୁ ଚେଷ୍ଟା କରୁଛନ୍ତି ।ବାବର ଆଜମ ଏହା କହିଛନ୍ତି ଯେ , ଏହି ପରାଜୟ ଦ୍ଵାରା ଆମ ସମସ୍ତଙ୍କୁ ଦୁଃଖ ଲାଗୁଛି । କିନ୍ତୁ ଏଥିରେ ଭୁଲ କାହାର ଏବଂ କେଉଁଠି ଭୁଲ କିମ୍ବା କେଉଁଠି ଆମେ ଅଟକି ଗଲୁ ବର୍ତ୍ତମାନ ଆଉ ସେ କଥା ର ଦୋଷ କୁ କେହି କାହା ଉପରେ ଲଦିବା ନାହିଁ ବରଂ ଆମକୁ ଆମର ଏହି ୟୁନିଟି ବଜାୟ ରଖିବାକୁ ହେବ ବୋଲି କହିଛନ୍ତି ବାବର ଆଜମ ।
ବାବର ଆଜମ ଶେଷ ରେ ଏହା କହିଛନ୍ତି ଯେ , ଆମେ ମାନେ ଏହି ଏହି ମ୍ୟାଚ୍ ରେ ହାରି ଗଲେ, ସେଥିରେ କିଛି ଅସୁବିଧା ନାହିଁ । ଏହା ପରେ କହିଛନ୍ତି ଯେ ଆମେ ଆମର ଭୁଲ କେଉଁଠି ରହିଲା ଶିଖିବା ଏବଂ ଆଗାମୀ ମ୍ୟାଚ୍ ଗୁଡ଼ିକ ରେ ଯେମିତି ଆଉ ଭୁଲ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ । ସବୁଠୁ ମୁଖ୍ୟ କଥା ଏହା ଯେ ଆମ ଟିମ୍ ର ଏହି ଏକତା ଯେପରି ସବୁବେଳ ପାଇଁ ବଜାୟ ରହିବ ସେଥିପାଇଁ ସମସ୍ତଙ୍କୁ ଏହିକଥା କୁ ନଜର ରେ ରଖିବାକୁ ହେବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।