ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶୁକ୍ରବାର ଦିନ ଗୋମତୀ ଚକ୍ର ଏବଂ କଉଡ଼ି ଘରର ଏହି ଜାଗାରେ ଚୁପଚାପ୍ ରଖି ଦିଅନ୍ତୁ ଲକ୍ଷ୍ମୀଙ୍କ କୃପା ବର୍ସିବ ଏବଂ ଧନ ମାଡ଼ି ଆସିବ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକ ଜିନିଷରୁ କେତେକ ଜିନିଷର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ରହିଛି । ଏହାର ପ୍ରଭାବ ମନୁଷ୍ୟଙ୍କ ଜୀବନ ଉପରେ ମଧ୍ୟ ପଡିଥାଏ । ସେଭଳି କେତେକ ଜିନିଷ କାରଣରୁ ଜୀବନରେ ଓ କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ । ପୁଣି କିଛି ସମୟରେ ଅନେକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ । ତେଣୁ ବାସ୍ତୁ ଅନୁଯାୟୀ, ଘରେ ଆଣି କିଛି ଜିନିଷ ରଖିପାରିବେ । ରାଶି ଅନୁଯାୟୀ, ଏହି ସମସ୍ତ ଜିନିଷକୁ ଆଣି ଘରେ ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ସହ ମଜଭୂତ ହୋଇଥାଏ ।
ଏହାସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ । ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି । ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ ଚକ୍ର, କଉଡ଼ି ଆଦି ମାତାଙ୍କର ଅତିପ୍ରିୟ । ରାତିରେ ମାତା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଶ୍ରୀଂ ୫ ମାଳା ଜପ କଲେ ବର୍ଷସାରା ଘରେ ଧନର ଅଭାବ ରହି ନ ଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି । ଗୋମତୀ ଚକ୍ରକୁ ପର୍ସରେ ରଖିଲେ ଏଥିରୁ କେବେ ଟଙ୍କା ଖାଲି ହୋଇ ନ ଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆ ଯାଇଥାଏ ।
ଆଜି ଅମେ କହିବୁ ଗୋମତୀ ଚକ୍ରର ଉପକାରିତା ସମ୍ପର୍କରେ । ତେବେ ଏହାର ମୂଲ୍ୟ ବହୁତ୍ କମ୍ ହୋଇଥିବା ବେଳେ କାମ ବହୁତ ମୂଲ୍ୟବାନ ଅଟେ । ବହୁତ ସମସ୍ୟାର ଗୋଟିଏ ସମାଧାନ ହେଉଛି ଗୋମତୀ ଚକ୍ର । ତେବେ ଆସନ୍ତୁ ଜାଣିବା ଗୋମତୀ ଚକ୍ରର ଆହୁରି ଉପକାରିତା ବିଷୟରେ । ବନ୍ଧୁଗଣ ଗୋମତୀ ଚକ୍ର ସାଧାରଣତଃ ଗୋମତୀ ନଦୀରେ ପ୍ରାପ୍ତ ହୋଇଥାଏ । ଯାହାର ଗୋଟିଏ ପଟେ ଚକ୍ର ଚିହ୍ନ ରହିଥାଏ । ତେବେ ଏହି ଗୋମତୀ ଚକ୍ରକୁ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନାଯାଏ । ବୈଜ୍ଞାନିକ ମତରେ ଏଥିରେ କ୍ୟାଲସିୟମ ମାତ୍ରା ବହୁତ ଅଧିକ ଥାଏ ।
ତେଣୁ ଅଚାନକ ଯଦି ଆପଣଙ୍କର ଧନ ହାନି ଦେଖା ଯାଉଥାଏ ଧନ ଅଭାବ ହେଲେ ଗୋମତୀ ଚକ୍ରର ଉପାୟ ଅବଲମ୍ବନ କରି ପାରିବେ । ଶୁକ୍ଳ ପକ୍ଷର ସୋମବାର ଦିନ ୧୧ଟି ଗୋମତୀ ଚକ୍ରକୁ ଆଣି ଖଣ୍ଡେ ହଳଦିଆ କପଡାରେ ସେହି ୧୧ଟି ଗୋମତୀ ଚକ୍ରକୁ ରଖନ୍ତୁ । ଆଉ ପ୍ରତ୍ୟେକ ଗୋମତୀ ଚକ୍ର ଉପରେ ହଳଦୀ ଟୋପା ଲଗାନ୍ତୁ ଧୂପ ଦୀପ ଦେଇ ଭଗବାନ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ମନ୍ତ୍ର ୧୦୮ ଥର ଉଚ୍ଚାରଣ କରନ୍ତୁ । ତାପରେ ଭୋଳା ଶଙ୍କର ଏବଂ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରନ୍ତୁ । ତାପରେ ଗୋମତୀ ଚକ୍ର ଥିବା ହଳଦିଆ ପୁଡ଼ିଆକୁ ଧରି ସବୁ ରୁମରେ ବୁଲି ଆସନ୍ତୁ ତାପରେ ସେହି ପୁଡିଆକୁ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ଦେଖିବେ ଧୀରେ ଧୀରେ ଧନ ଜନିତ ସମସ୍ୟା ଦୂର ହୋଇଯିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।