ଦିଲ୍ଲୀରୁ ଆସିଲା ବଡ଼ ଦୁଃଖ ଖବର । ପିଣ୍ଟୁ ନନ୍ଦଙ୍କୁ ଫେରାଇ ଦେଲେ ଦିଲ୍ଲୀ ଡ଼ାକ୍ତର ଆଉ କହିଲେ ମୁଁ ଦୁଃଖିତ ପିଣ୍ଟୁଙ୍କୁ ଏଠାରୁ ଶୀଘ୍ର ନେଇଯାଅ । 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିଲ୍ଲୀରୁ ଆସିଲା ବଡ଼ ଦୁଃଖ ଖବର । ପିଣ୍ଟୁ ନନ୍ଦଙ୍କୁ ଫେରାଇ ଦେଲେ ଦିଲ୍ଲୀ ଡ଼ାକ୍ତର ଆଉ କହିଲେ ମୁଁ ଦୁଃଖିତ ପିଣ୍ଟୁଙ୍କୁ ଏଠାରୁ ଶୀଘ୍ର ନେଇଯାଅ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମୟ ଗଡିବା ସହିତ ପିଣ୍ଟୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସମୟକୁ ସମୟ ଗୁରୁତର ହୋଇ ପଡ଼ୁଛି । ହେଲେ ଏବେକାର ସବୁଠାରୁ ବଡ଼ କଥା ଯେ ଦିଲ୍ଲୀର ଡାକ୍ତର ଯେତେବେଳେ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ଚାଲି ଯିବାକୁ କହିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ । ଡାକ୍ତର କାହିଁକି ଏମିତି ହାତ ଟେକିଦେଲେ ତାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଥିଲା । ଆଉ ମେଡ଼ିକାଲରେ ଉପସ୍ଥିତ ରହିଥିବା ସମସ୍ତଙ୍କ ଆଖିରୁ ଲୁହ ଗଡ଼ି ଯାଇଥିଲା । 

 

ସାରା ରାଜ୍ୟ ଅପେକ୍ଷା କରି ବସିଥିଲା ଯେ ପିଣ୍ଟୁ ନନ୍ଦ ନିଶ୍ଚିତ ଭାବରେ ଦିଲ୍ଲୀରୁ ସୁସ୍ଥ ହୋଇ ଫେରି ଆସିବେ । ଆଉ ସେଥିପାଇଁ ମଧ୍ୟ ପିଣ୍ଟୁଙ୍କ ପାଇଁ ଟଙ୍କା ଯୋଗାଡ଼ରେ ସମସ୍ତେ ଲାଗି ପଡ଼ିଥିଲେ । କିନ୍ତୁ ଏବେ ଆଶା ଯେତିକି ଥିଲା ତାଠାରୁ ଅଧିକା ଏବେ ନିରାଶା କରି ଦେଇଛି ସମସ୍ତଙ୍କୁ । ଡାକ୍ତରଙ୍କ କଥା ଶୁଣିବା ପରେ ସମସ୍ତେ ଚିନ୍ତିତ ହୋଇ ପଡ଼ିଥିଲେ । ହଁ ଆଜ୍ଞା ବନ୍ଧୁଗଣ ଏବେ ମଧ୍ୟ ଡୋନର ଅପେକ୍ଷାରେ ପିଣ୍ଟୁ ନନ୍ଦ । ତେଣୁ ଆଜି ତାଙ୍କୁ ନୂଆଦିଲ୍ଲୀରୁ ପୁଣି ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । 

 

ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ଆଇଏଲବିଏସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ କରିବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଲିଭର୍ ସିରୋସିସରେ ପୀଡ଼ିତ ହେବା ପରେ ପିଣ୍ଟୁ ନନ୍ଦ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼ିଲା । ଏଥି ନିମନ୍ତେ ଓଡ଼ିଶାରେ ବ୍ୟବସ୍ଥା ନଥିବା ବେଳେ ପିଣ୍ଟୁ ନନ୍ଦଙ୍କୁ ପଡ଼ିବାରୁ ଗତ ୭ ତାରିଖରେ ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । 

 

ନିୟମ ଅନୁଯାୟୀ, କେବଳ ପରିବାର ଲୋକେ ହିଁ ଲିଭର ଡୋନେଟ କରିପାରିବେ । ମାତ୍ର ପିଣ୍ଟୁଙ୍କୁ ଲିଭର ଡୋନେଟ କରିବାକୁ ସହମତି ପ୍ରକାଶ କରିଥିବା ତାଙ୍କ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ୍‌ ତାଙ୍କ ସହ ମ୍ୟାଚ କଲା ନାହିଁ । ତେଣୁ ବାହାରୁ ଲିଭର ଆଣି ଟ୍ରାନ୍ସପ୍ଲାଣ୍ଟ କରିବା ଉକ୍ତ ହସ୍ପିଟାଲରେ ସମ୍ଭବ ନ ହେବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ପିଣ୍ଟୁଙ୍କ ଲିଭର ୮୦% ଖରାପ୍ ହୋଇ ସାରିଛି ଏବଂ ଯଥାଶୀଘ୍ର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ନିହାତି ଭାବରେ ଦରକାର ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *