ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଷ୍ଟେଟ ବ୍ୟାଙ୍କ ରେ ଖାତା ଥିଲେ ଏବେ ହିଁ ନିଶ୍ଚୟ ଦେଖନ୍ତୁ । ନହେଲେ କଟିଯିବ ଆପଣଙ୍କ ଆକାଉଣ୍ଟରୁ ୧୯୯ ଟଙ୍କା । ଜାରି ହେଲା ଏହି ନୂଆ ନିୟମ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଗ୍ରାହକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ରହିଛି । ଯଦି ଆପଣ ଏସବିଆଇ କ୍ରେଡିଟ୍ କାର୍ଡର ଉପଭୋକ୍ତା ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଅଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଡ ପେମେଣ୍ଟ ସର୍ଭିସେସ୍ ଏହାର ଗ୍ରାହକ ମାନଙ୍କୁ ଖୁବ ଶୀଘ୍ର ଏକ ଝଟକା ଦେବାକୁ ଯାଉଛି । ବାସ୍ତବରେ ବ୍ୟାଙ୍କ ପକ୍ଷରୁ ସୂଚନା ଦେଇଛି ଯେ ଏହା ଏସବିଆଇ କ୍ରେଡିଟ୍ କାର୍ଡ ପାଇଁ ଦେୟ ସଂଶୋଧନ କରିବାକୁ ଯାଉଛି ।
ଯାହା ମାର୍ଚ୍ଚ ୧୭, ୨୦୨୩ ଠାରୁ କାର୍ଯ୍ୟକାରୀ ହେବ । ଏସବିଆଇ କାର୍ଡ ବ୍ୟବହାରକାରୀଙ୍କୁ ପଠା ଯାଇଥିବା ଏକ ଏସଏମଏସ ଏବଂ ଇମେଲ ଅନୁଯାୟୀ, କ୍ରେଡିଟ କାର୍ଡ ଜରିଆରେ ଭଡା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ଠାରୁ ବର୍ତ୍ତମାନ ୧୯୯ ଟଙ୍କା ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଟିକସ ଆଦାୟ କରାଯିବ । ସୂଚନା ମୁତାବକ ନଭେମ୍ବର ୨୦୨୨ ରେ କ୍ରେଡିଟ କାର୍ଡ ଭଡା ଦେୟ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ୯୯ ସହିତ ୧୮% ଜିଏସ୍ଟିକୁ ବୃଦ୍ଧି କରା ଯାଇଥିଲା ।
ଏସବିଆଇ କାର୍ଡ ଦ୍ୱାରା ଏହାର ଗ୍ରାହକଙ୍କୁ ଏକ ଇମେଲ ପଠାଯାଇଥିଲା । ଏହା ଦ୍ବାରା ସେମାନଙ୍କୁ ଜଣାଇ ଦିଆଯାଇଥିଲା ଯେ ସେମାନଙ୍କ ଏସବିଆଇ କ୍ରେଡିଟ କାର୍ଡ ଉପରେ ଚାର୍ଜ ୧୭, ମାର୍ଚ୍ଚ ୨୦୨୩ରୁ ପୁନଃ ସଂଶୋଧିତ ହେବ । ରିପୋର୍ଟ ଅନୁଯାୟୀ, ୬ ଜାନୁୟାରୀ ୨୦୨୩ ଠାରୁ ଏସବିଆଇ କାର୍ଡ ଏବଂ ପେମେଣ୍ଟ ସର୍ଭିସେସ୍ ଏହାର “ସିମ୍ପଲ୍ କ୍ଲିକ୍” କାର୍ଡଧାରୀଙ୍କ ପାଇଁ ସୀମା ବଦ୍ଧତାରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି ।
ଏହା ବ୍ୟତୀତ ଆଗକୁ ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ ସହିତ ଜଡିତ ଫି ସଂଶୋଧନ କରିବାକୁ ଯାଉଛି । ଏହି ସମୟରେ, ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ କ୍ରେଡିଟ କାର୍ଡ ଭଡା ଦେୟ ଉପରେ ଶୁଳ୍କ ଆଦାୟ କରିବ । ଆଇସିସିଆଇ ବ୍ୟାଙ୍କ ଘୋଷଣା କରିଛି ଯେ ୨୦ ଅକ୍ଟୋବର ୨୦୨୨ ରୁ କ୍ରେଡିଟ କାର୍ଡ ଉପରେ ଶୁଳ୍କ ଆଦାୟ କରିବ । ସେହି ଭଳି ଭାବରେ ଏଚ-ଡି-ଏଫ୍-ସି ବ୍ୟାଙ୍କ ମୋଟ କାରବାର ରାଶି ଉପରେ ୧ ପ୍ରତିଶତ ଶୁଳ୍କ ଆଦାୟ କରିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।