ପାଣି ପାଗ ବିଭାଗ ର ସୂଚନା ବର୍ଷା ସମ୍ଭାବନା…!

          

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହୋଲି ରେ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ।ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ସମ୍ପର୍କ ରେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତ୍ତମାନ ଦୁନିଆ ଟି ବହୁତ୍ ଆଗକୁ ଗଲାଣି। କେତେବେଳେ କ’ଣ ଘଟିବ ତାହାର ଆକଳନ କରାଯାଇପାରୁଛି।ଯାହା ଫଳ ରେ ଲୋକ ମାନେ ସଚେତନ ହୋଇପାରୁଛନ୍ତି।ତେବେ ଓଡ଼ିଶା ରେ ହୋଲି ପର୍ବ ରେ ବର୍ଷା ହେବାକୁ ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ସମ୍ପର୍କ ରେ।ପାଠକବନ୍ଧୁ ଆଞ୍ଚଳିକ ପାଣିପାଗ ବିଭାଗ ତରଫ ରୁ ସୂଚନା ଦିଆଯାଇଛି କି ଆସନ୍ତା କିଛି ଦିନ ଭିତରେ ଓଡ଼ିଶା ର ଆଭ୍ୟନ୍ତରୀଣ ଅଞ୍ଚଳ ରେ ବର୍ଷା ହେବାର ସମ୍ଭାବନା ରହିଛି।

 

ବର୍ତ୍ତମାନ ସର୍ବାଧିକ ତାପମାତ୍ରା ତାଳଚେର ଠାରେ ୩୮.୮° ରହିଛି,ସେହିଭଳି ଭୁବନେଶ୍ୱର ଠାରେ ୩୮.୪° ଓ ଝାରସୁଗୁଡ଼ା ତଥା ଅନ୍ୟ କିଛି କିଛି ଜିଲ୍ଲା ରେ ୩୮° ତାପମାତ୍ରା ରହିଛି।ତେଣୁ ଏହା ର ପ୍ରଭାବ ରେ ଆସନ୍ତା କଲି ଠାରୁ ପଶ୍ଚିମ ଓଡ଼ିଶା ର ଆଭ୍ୟନ୍ତରୀଣ ଅଞ୍ଚଳ ରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି।ଯାହାର ପ୍ରଭାବ ୮ ତଥା ହୋଲି ରେ ବି ରହିବାର ଅନୁମାନ କରାଯାଇଛି।ତାପରେ ଧୀରେ ଧୀରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ରେ ବର୍ଷା ହେବା ବୋଲି ସୂଚନା ମିଳିଛି।

 

ବର୍ତ୍ତମାନ ୨୪ ଘନତା ମଧ୍ୟରେ ତାପମାତ୍ରା ର ସର୍ବାଧିକ ବ୍ୟବଧାନ ବାଲେଶ୍ଵର ରେ ୪.୭°,ଝାରସୁଗୁଡ଼ା ରେ ୩.୬° ଓ ଭୁବନେଶ୍ବର ରେ ୩.୨° ରହିଛି।କିନ୍ତୁ ବର୍ତ୍ତମାନ ଶୁଷ୍କ ବାୟୁ ଅପେକ୍ଷା ଆଞ୍ଚଳିକ ବାୟୁ ର ପ୍ରଭାବ ଅଧିକ ରହିଛି ଯାହା ଫଳ ରେ କାଲି ଅପେକ୍ଷା ଆଜି ତାପମାତ୍ରା କମ୍ ରହିପାରେ।୭ ତାରିଖ ରେ ଦେଓଗଡ଼ , ସମ୍ବଲପୁର , କଳାହାଣ୍ଡି ,  ନବରଙ୍ଗପୁର , ନୂଆପଡ଼ା ଏ ସବୁ ସ୍ଥାନ  ରେ ହାଲୁକା ରୁ ମଧ୍ୟମ ଧରଣ ର  ବର୍ଷା ହେବାର ସମ୍ଭାବନା ରହିଛି।୮ ତାରିଖ ରେ କନ୍ଧମାଳ, ବଲାଙ୍ଗୀର , କଳାହାଣ୍ଡି , ଦେଓଗଡ଼ , ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ରେ ବର୍ଷା ହେବାର ସମ୍ଭାବନା ରହିଛି।

 

୯ ତାରିଖରେ ବାଲେଶ୍ଵର , ଯାଜପୁର , କେଉଁଝର ଏବଂ ମୟୂରଭଞ୍ଜ ରେ ବର୍ଷା ହେବାର ସମ୍ଭାବନା ରହିଛି।୧୦ ତାରିଖ ରେ ବାଲେଶ୍ଵର , ଭଦ୍ରକ ଏବଂ ଯାଜପୁର ରେ ବର୍ଷା ହେବାର ସମ୍ଭାବନା ରହିଛି।ବର୍ତ୍ତମାନ ଏହି ପଶ୍ଚିମ ଝଡ଼ ର ପ୍ରଭାବ ମାର୍ଚ୍ଚ ୨ ରୁ ୧୦ ତାରିଖ ପର୍ଯ୍ୟନ୍ତ ରହିବ,ଏହା ପରେ ତାପମାତ୍ରା ରେ ବୃଦ୍ଧି ହେବ ବୋଲି ସୂଚନା ଦିଆ ଯାଇଛି।ମାର୍ଚ୍ଚ ମାସ ରେ ସ୍ଵାଭାବିକ ତାପମତ୍ରା ରୁ ଅଧିକ ତାପମାତ୍ରା ରହିବା ର ଅନୁମାନ କରିଛି ପାଣିପାଗ ବିଭାଗ।ତାପମାତ୍ରା ୩୮° ପାଖାପାଖି ରହିବ ର ଆକଳନ କରାଯାଇଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *