ଚଉଠୀ ରାତିରେ ମୀ ସ୍ତ୍ରୀ ମୋ ଦାନ୍ତକୁ ଦେଖିଲେ, କହିଲେ ଅଭିନେତା ଅଶ୍ରୁମୋଚନ।              

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚଉଠୀ ରାତିରେ ମୀ ସ୍ତ୍ରୀ ମୋ ଦାନ୍ତକୁ ଦେଖିଲେ, କହିଲେ ଅଭିନେତା ଅଶ୍ରୁମୋଚନ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ପାଠକ ଗଣ ଆପଣମାନେ ତ ପ୍ରସିଦ୍ଧ “ଛୋଟ ମୋର ଗାଁ ଟି” ଟିଭି ଶୋ କୁ ଭଲ ଭାବରେ ଜାଣିଥିବେ।ଏହି ଶୋ ରେ କଳାକାର ଅଶ୍ରୁମୋଚନ ମହାନ୍ତି ଓଡ଼ିଶା ର ଘରେ ଘରେ ପରିଚିତ।ସେ ଆଜି ନିଜର କିଛି କଥା ଗଣମାଧ୍ୟମ ସହ ସେୟାର କରିଛନ୍ତି।ଆସନ୍ତୁ ଜାଣିବା ସେହି ବିଷୟରେ। ତାଙ୍କୁ ସୁପ୍ରସିଦ୍ଧ କଳାକାର ତଥା ପ୍ରୋଯଜକ ଶ୍ରୀରାମ ପଣ୍ଡା ଙ୍କ ସମ୍ବନ୍ଧ ରେ ପଚାରିବାରୁ ସେ କହିଲେ କି  ଶ୍ରୀରାମ ପଣ୍ଡା ଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା।ସବୁଦିନ ସକାଳୁ ଶ୍ରୀରାମ ବାବୁ ତାଙ୍କ ବୁଲେଟ୍ ଧରି ଆସୁଥିଲେ ଅଶ୍ରୁମୋଚନ ଙ୍କ ପାଖକୁ। 

ତାଙ୍କୁ ଜବରଦସ୍ତି ଧରି ଚା’ ପିଇବା ପାଇଁ ନେଇଯାଉଥିଲେ ଏବଂ ତାଙ୍କର ବିଭିନ୍ନ ସାଙ୍ଗଙ୍କ ସହ ଦେଖା କରୁଥିଲେ।ସେ ଅଶ୍ରୁମୋଚନ ଙ୍କୁ କହୁଥିଲେ ତାଙ୍କ ଆସିଷ୍ଟାଣ୍ଟ ହେବ ପାଇଁ।ଅଶ୍ରୁମୋଚନ ସେତେବେଳେ ବହୁତ କଷ୍ଟ କରୁଥିଲେ ସଫଳ ହେବା ପାଇଁ।ତାଙ୍କର କଷ୍ଟ କରିବା ଦେଖି ସେ କହିଥିଲେ କି ଅଶ୍ରୁମୋଚନ ବହୁତ ଆଗକୁ ଯିବେ।ଶ୍ରୀରାମ ପଣ୍ଡା ଙ୍କ ସ୍ତ୍ରୀ ମଧ୍ୟ ଅଶ୍ରୁମୋଚନ ଙ୍କୁ ବହୁତ ଭଲ ପାଉଥିଲେ ।ତାଙ୍କ ମୁହଁ ଦେଖି ଜଣିନଉଥିଲେ କି ସେ ଖାଇଛନ୍ତି ନା ନାହିଁ ବୋଲି।ଶ୍ରୀରାମ ପଣ୍ଡା କଣ ପାଇଁ ଅଭିନୟ ଜଗତ କୁ ଛାଡ଼ିଦେଲେ ବୋଲି ପଚାରିବାରୁ ସେ କହିଲେ କି ସେମିତି କିଛି କାରଣ ନାହିଁ।ସେ ଏମିତି ଈଶ୍ୱର ଙ୍କ ପାଇବା ଆଶା ରେ ଛାଡ଼ିଦେଇଛନ୍ତି ବୋଲି କହିଲେ।

             

ଆଉ ଅଶ୍ରୁମୋଚନ ଙ୍କୁ କିପରି ଝିଅ ଦରକାର ଥିଲା ପଚାରିବାରୁ ସେ କହିଲେ କି ସେମିତି କିଛି ଦରକାର ନଥିଲା।ତାଙ୍କ ପାଇଁ ଝିଅ ତାଙ୍କ ବାପା ମା ଦେଖିଛନ୍ତି।ତାଙ୍କ ବାପା ଚାହୁଁଥିଲେ କି ଝିଅ ଶିକ୍ଷିତ ହୋଇଥାଉ ଏବଂ ଘରେ ରହୁ ବୋଲି।ଆଉ ସେମିତି ଝିଅ ବି ମିଳିଛି।ଆଉ ସେ ବହୁତ ଖୁସି ଅଛନ୍ତି।ବାହାଘର ପରେ ଚଉଠି ରାତି ରେ ତାଙ୍କ ସ୍ତ୍ରୀ ତାଙ୍କ ଦାନ୍ତ ଦେଖୁଥିଲେ ବୋଲି କହିଲେ ସେ।କାରଣ ସେ ଶୁଣିଥିଲେ କି ଅଶ୍ରୁମଚୋନ ଙ୍କ ଦାନ୍ତ ବଡ଼ ବଡ଼ ବୋଲି। ସେଠି ଅଶ୍ରୁମୋଚନ କହିଥିଲେ କି ସେ ଗୋଟେ ଫିଲ୍ମ ରେ ଭିଲିଆନ ରୋଲ କରିଥିଲେ ସେଠି ତାଙ୍କ ଦାନ୍ତ ବଡ଼ କରାଯାଇଥିଲା।

ତେବେ ଅଭିନେତା ହୋଇଥିବାରୁ ସେ ଘରକୁ ଡେରି ରେ ଆସିଲେ କିଛି ଅସୁବିଧା ହୁଏ କି ଘରେ ପଚାରିବାରୁ ସେ କହିଲେ କି ସେମିତି ଅସୁବିଧା ହୋଇଛି କିନ୍ତୁ ସେ ବୁଝାଇଲେ ସ୍ତ୍ରୀ ବୁଝିଯାନ୍ତି ବୋଲି କହିଲେ।ସେ ତାଙ୍କ ସ୍ତ୍ରୀ ଙ୍କ କଥା ଶୁଣନ୍ତି ଏବଂ ତାଙ୍କ ସ୍ତ୍ରୀ ତାଙ୍କ କଥା ଶୁଣନ୍ତି ବୋଲି କହିଲେ ଏବଂ ତାଙ୍କ ପରିବାର ଖୁସି ରେ ଚାଲିଛି।”ଛୋଟ ମୋର ଗାଁ ଟି” ଟିଭି ଶୋ ରେ ସେ ସାଇକଲ ଚଳାଇଥିଲେ।ତାଙ୍କୁ ଭଲ ଲାଗେ କି ସାଇକଲ ଚଳାଇବା ପାଇଁ ବୋଲି ପଚାରିବାରୁ ସେ କହିଲେ କି ପ୍ରଦୂଷଣ ମୁକ୍ତ କରିବା ପାଇଁ ସେ ସାଇକଲ ଚଳାଇଥିଲେ ଏବଂ ତାଙ୍କୁ ଭଲ ମଧ୍ୟ ଲାଗେ ସାଇକଲ ଚଳାଇବା ପାଇଁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *