ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲିଭର ସିରୋସିସ ରୋଗ କଣ ? କଣ ପାଇଁ ହୋଇଥାଏ ଆଉ କଣ ଅଛି ଏହାର ନିରାକରଣ ଆସନ୍ତୁ ଜାଣିବା ସେ ବିଷୟରେ ସମ୍ପୂର୍ଣ ବୀବରଣୀ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବନ୍ଧୁଗଣ ପ୍ରଥମେ ଆମେ କହିବୁ ଲିଭର ସିରୋସିର ମୁଖ୍ୟ କାରଣ ହେଉଛି ମଦ୍ୟପାନ ଓ ମେଦବହୁଳତା । ହେଲେ ବର୍ତ୍ତମାନ ସମୟରେ ମଦ୍ୟପାନ କରୁନଥିବା ଏବଂ ପତଳା ଲୋକଙ୍କଠାରେ ମଧ୍ୟ ଲିଭର ସିରୋସିସ୍ ଦେଖିବାକୁ ମିଳୁଛି । ତେବେ ଏହି ଲିଭର ସିରୋସିସ୍ କ’ଣ? ସାଧାରଣ ଭାବେ କହିଲେ, ଲିଭର ବା ଯକୃତ ହେଉଛି ଏକ ନରମ ଅଙ୍ଗ, ଅର୍ଥାତ୍ ଲିଭରକୁ ଛୁଇଁଲେ ନରମ ଲାଗେ । ଯେତେବେଳେ ନରମ ଲିଭର ଟାଣ ହୋଇଯାଏ, ସେହି ଅବସ୍ଥାକୁ ଲିଭର ସିରୋସିସ୍ ବୋଲି କହିଥାଉ ।
ଲିଭର ଖରାପ ହେବାର ତିନୋଟି ପର୍ଯ୍ୟାୟ ଥାଏ । ଯଥା ପ୍ରଥମ ପର୍ଯ୍ୟାୟରେ ଲିଭର ଉପରେ ଚର୍ବି ଜମା ହୋଇଯାଏ । ଯାହାକୁ ଫ୍ୟାଟି ଲିଭର କହିଥାଉ । ଦ୍ବିତୀୟ ପର୍ଯ୍ୟାୟରେ ଲିଭର ଭିତରେ ଅଳ୍ପ ପରିମାଣର ଚର୍ବି ପଶିଲେ, ତାକୁ ହେପାଟାଇଟିସ୍ କୁହାଯାଏ । ଆଉ ଶେଷ ପର୍ଯ୍ୟାୟରେ ଲିଭର ଭିତରେ ଚର୍ବି ପଶି ଲିଭରକୁ ଟାଣ କରିଦେଲେ, ତାକୁ ଆମେ ଲିଭର ସିରୋସିସ୍ କହିଥାଉ । ଏବେ ଆମେ ଜାଣିବା ଲିଭର ସିରୋସିସ୍ ରୋଗ ହେବାର କାରଣ କଣ?
ତେବେ ବନ୍ଧୁଗଣ ଭାରତରେ ଲିଭର ସିରୋସିସ୍ର ପ୍ରଥମ ଏବଂ ମୁଖ୍ୟ କାରଣ ହେଉଛି ଅତ୍ୟଧିକ ମ-ଦ୍ୟ-ପାନ । ଆଉ ଦ୍ୱିତୀୟ କାରଣ ହେଉଛି ନ୍ୟାସ୍ ଅର୍ଥାତ୍ ଯେଉଁମାନେ ମ-⁶ଦ ପିଅନ୍ତି ନାହିଁ କିନ୍ତୁ ମଧୁମେହ, ମୋଟାପଣ ଭଳି ସମସ୍ୟାର ଶିକାର ଥାଆନ୍ତି । ଧୀରେ ଧୀରେ ଏହି କାରଣ ଲିଭର ପ୍ରତିରୋପଣର କାରଣ ପାଲଟିବାକୁ ଯାଉଛି । ତୃତୀୟ କାରଣ ହେଉଛି ଅଟୋ ଇମ୍ୟୁନ୍ ହେପାଟାଇଟିସ୍, ଅର୍ଥାତ୍ ନିଜ ଶରୀର ନିଜ ଲିଭରକୁ ଚିହ୍ନିବା ବନ୍ଦ କରିଦେଉଛି ଓ ପ୍ରତିରୋଧକ ଶକ୍ତି କମିଯାଉଛି ଓ ଧୀରେ ଧୀରେ ଲିଭର ନଷ୍ଟ ହୋଇ ଲିଭର ସିରୋସିସ୍ର କାରଣ ପାଲଟୁଛି ।
ଲିଭର ସିରୋସିସ୍ର ଚତୁର୍ଥ କାରଣ ହେଉଛି ହେପାଟାଇଟିସ୍ ବି’ କିମ୍ବା ସି’ର ସଂକ୍ରମଣ । ଏନ୍ୟ ଏକ କାରଣ ହେଉଛି ଓ୍ୱିଲ୍ସନ୍ ରୋଗ । ଏହି ରୋଗ ପିଲାମାନଙ୍କ ଠାରେ ଅଧିକ ଦେଖାଦିଏ । ଏହା ହେବା ଫଳରେ ସ୍ନାୟୁ ଓ ଲିଭରଜନିତ ରୋଗ ଅଧିକ ଦେଖାଦିଏ । ତେଣୁ, ଯଦି ପରିବାରରେ କାହାକୁ ଲିଭରଜନିତ ସମସ୍ୟା ଥାଏ, ତେବେ ନିୟମିତ ବ୍ୟବଧାନରେ ପରୀକ୍ଷା କରାନ୍ତୁ ଏବଂ ଉଚ୍ଚତା ଅନୁସାରେ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।