BCCI ବଦଳେଇଲା ନିଷ୍ପତି । Rohit ଙ୍କ ହାତରୁ ଖସିଲା Captain ପଦ । BCCI କରିବ ଏହି ନୂଆ ଖେଳାଳି ଙ୍କୁ ଅଧିନାୟକ…

 

ରୋହିତ ଙ୍କ ହାତରୁ ଖସିଲା ଅଧିନାୟକ ପଦ । ତେବେ କଣ ରହିଛି ସମ୍ପୁର୍ଣ୍ଣ ଖବର । କାହାକୁ ଅଧନାୟକ କରିବ BCCI ରଖିଛି ଲକ୍ଷ୍ୟ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।

୨୫ ନଭେମ୍ବରରୁ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ସହ ହେବାକୁ ଥିବା ଏହି ସିରିଜ ରେ ଇଣ୍ଡିଆ ଟିମ୍ ରେ ବାହାରେ ରହିବେ ରୋହିତ ଶର୍ମା କାହିଁକି ନା ସେ ପୂର୍ବରୁ ବିସିସିଆଇକୁ କହିଥିଲେ ଆରାମ ନେବେ ବୋଲି ।ଖବର ଅନୁଯାୟୀ , ଆସନ୍ତା ନ୍ୟୁଜିଲ୍ୟାଣ୍ଡ ଗ୍ରସ୍ଥ୍ ସିରିଜ ରେ ରୋହିତ ଶର୍ମା ଟିମ୍ ରୁ ବାଦ୍ ପଡିଛନ୍ତି । ଅନ୍ୟ ପଟ ରେ ମଧ୍ୟ ଟି-୨୦ ସିରିଜ ସହ ପ୍ରଥମ ଟେଷ୍ଟରେ ଖେଳିନପାରନ୍ତି ବିରାଟ କୋହଲି ।

 

 ତେଣୁ ବର୍ତ୍ତମାନ ଖବର ରୁ ଯାହା ଜଣା ପଡ଼ୁଛି ଯେ ପ୍ରଥମ ଟେଷ୍ଟରେ ଅଜିଙ୍କ୍ୟ ରାହାଣେ ଅଧିନାୟକତ୍ବ କରି ପାରନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ସିରିଜ ରେ ଅଜିଙ୍କ୍ୟ ରାହାଣେ ନିଜର ଅଧିନାୟକ ତ୍ବ ରେ ଟିମ୍ କୁ ବିଜୟ ଦେଇଥିଲେ କିନ୍ତୁ ଏହାପରେ ଇଂଲଣ୍ଡ ସହ ହୋଇଥିବା ଟେଷ୍ଟ ସୀରିଜ ରେ ସେ ସେତେ ଭଲ ପ୍ରଦର୍ଶନ କରିପାରିନଥିଲେ । ସେଥିପାଇଁ ବର୍ତ୍ତମାନ ରାହାଣେ ଙ୍କ ଅଧିନାୟକତ୍ଵ ଏବଂ ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଅନେକ ପ୍ରଶ୍ନ ଉଠୁଛି ।

 

 

ଇଂଲଣ୍ଡ ଟେଷ୍ଟ ସିରିଜ ରେ ରାହାଣେ ୭ ଟି ପାରି ଖେଳି ସେଥିରେ ମାତ୍ର ଗୋଟେ ଅର୍ଦ୍ଧଶତକ କରିଥିଲେ । ଏହା ସହିତ ସେ ଟେଷ୍ଟର ଦ୍ୱିତୀୟ ପାରି ଯେଉଁଟା କି ଲର୍ଡ଼ସରେ ଖେଳାଯାଇଥିଲା ସେହିଁ ମ୍ୟାଚ୍ ର ଦ୍ୱିତୀୟ ପାରିରେ ସେ ୬୧ ରନ କରିଥିଲେ । ସେହି ଟେଷ୍ଟ ସିଯିନ୍ ର ୬ ଟି ପାରି ରେ ସେ ଯଥା କ୍ରମେ ୧୪,୦,୧୮, ୧୦,୧,୫ ରନ ସଂଗ୍ରହ କରିଥିଲେ। ରାହାଣେ ନିଜର ଟେଷ୍ଟ କ୍ୟାରିୟର ରେ ୭୮ ଟି ଟେଷ୍ଟ ମ୍ୟାଚ ର ୧୩୨ ପାରି ରେ ୪୦ ରନର ଔସତରେ ୪୭୫୬ ରନ ସଂଗ୍ରହ କରିଛନ୍ତି । ସେଥି ମଧ୍ୟରେ ସେ ୨୪ ଅର୍ଦ୍ଧଶତକ ସହିତ ୧୨ ଟି ଶତକ କରି ଛନ୍ତି । ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଟି ହେଉଛି ୧୮୮ ରନ ।

 

ଗତ କିଛି ଦିନ ତଳେ ଖେଳା ଯାଇଥିବା ଟି -୨୦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ରାହାଣେ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ସେହି ଟୁର୍ଣ୍ଣାମେଣ୍ଟରେ ରେ ରାହାଣେ ୫ ଟି ମ୍ୟାଚରେ ୪ ଟି ଅର୍ଦ୍ଧଶତକ କରିଛନ୍ତି। ଏହା ସହିତ ମଧ୍ୟ ସେ ଦୁଇ ଥର ୭୦ ରନ ରୁ ଅଧିକ ରନ କରିବାରେ ସଫଳ ହୋଇଥିଲେ ।ପୂର୍ଵରୁ ହୋଇଥିବା ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲରେ ଭାରତକୁ ହରାଇ ଥିଲା ନ୍ୟୁଜିଲ୍ୟାଣ୍ଡ । ସେଥିପାଇଁ ଏହି ଟେଷ୍ଟ ସିରିଜକୁ ହାଲକାରେ ନେବା ଉଚିତ ନୁହେଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *