ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କଂଗ୍ରେସ ନେତା ସୁର ରାଉତରାୟଙ୍କ ହାତ ଧରି ଅଣ୍ଟା ହଲାଇନାଚିଲେ ଏବଂ ହୋଲି ପାଳନ କଲେ ଅଭିନେତ୍ରୀ ନିଶା ମହାରଣା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
କଂଗ୍ରେସ ଭବନରେ ରଙ୍ଗର ଆସର, ନେତା ଓ କର୍ମୀଙ୍କ ସହ ହୋଲି ଖେଳିଲେ ସୁର ଆନନ୍ଦ ଓ ଭାଇଚାରାର ପର୍ବ ହୋଲି । ପଲ୍ଲୀରୁ ସହର ସବୁଠି ହୋଲିର ଆସର ଜମିଛି । ରଙ୍ଗ ଲଗେଇ, ମିଠା ଖୁଆଇ ହୋଲି ପାଳୁଛନ୍ତି ସମସ୍ତେ । ସେହିଭଳି ଆଜି ହୋଲି ଅବସରରେ ଚଳଚଞ୍ଚଳ ହୋଇଛି କଂଗ୍ରେସ ଭବନ । କଂଗ୍ରେସ ଭବନରେ ବିଧାୟକ ସୁର ରାଉତରାୟ ହୋଲିର ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀଙ୍କୁ ମଧ୍ୟ କଂଗ୍ରେସ ଭବନରେ ହୋଲି ଖେଳୁଥିବା ଦେଖିବାକୁ ମିଳିଛି ।
ଆଜ୍ଞା ହଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୁର ରାଉତରାୟ ଆଉ ହଟ୍ ନିଶା ମହାରଣା ଆଜି ଗୋଟାଏ କ୍ୟାମେରା ଲେନ୍ସରେ ଧରା ପଡିଛନ୍ତି । ଖାଲି ଧରାପଡି ନାହାନ୍ତି । ହାତରେ ହାତ ଛନ୍ଧି ଧୁମ୍ ନାଚ ବି ନାଚିଛନ୍ତି । ଉଭୟଙ୍କ ବୋବାଲିଆ ଡାନ୍ସ ଲୁକ୍ ଆଜି ଭା-ଇ-ରା-ଲ ହେଉଛି । ନିଶା ମହାରଣା ଏ ନାଁଟା ଓଡ଼ିଶାରେ ଏବେ ଆଦୌ ଅପରିଚିତ ନୁହେଁ । ନିଜ ବୋଲ୍ଡ ଅନ୍ଦାଜ ପାଇଁ ସେ କୁଆଡେ ଆମ ଓଡ଼ିଶାର ସନ୍ନୀ ଲିଓନୀ ହେବେ ବୋଲି ଘୋଷଣା କରିଥିଲେ । ପରେ ପରେ ତାଙ୍କ କିଛି ହଟ୍ ଭିଡିଓ ଫଟୋ ଶୋସିଆଲ ମିଡିଆରେ ନିଆଁ ଲଗାଇଥିଲା ।
ଯାହାକୁ ଦେଖି ସମସ୍ତେ ତାଙ୍କ ଦିଓ୍ବାନା ହେଲେ । ବିତର୍କକୁ ଚାଲି ଆସିଲେ ନିଶା ମହାରଣା । ଆଉ ଏବେ କାଳେ ନିଶା ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଛି । କାରଣଟା ବି ଆପଣଙ୍କୁ କହିଦେଉଛୁ । ନିଶା ଆଜି କଂଗ୍ରେସ ଭବନକୁ ଆସିଥିଲେ । ଯେଉଁଠି ତାଙ୍କ ସହ ଭେଟ ହୋଇଥିଲେ, କଂଗ୍ରେସର ଭେଟେରାନ ରାଜନେତା ତଥା ଜଟଣୀର କୁହାଳିଆ ନେତା ସୁର ବାବୁ ଓରଫ ସୁର ରାଉତରାୟ । ରଙ୍ଗ ବୋଳି ନିଶା ସୁରଙ୍କୁ ଅଭିନନ୍ଦନ ଜଣାଇଥିଲେ । ସୁର ବି ନିଶାଙ୍କ ମୁହଁରେ ରଙ୍ଗ ମାଖି କହିଥିଲେ ହାପି ହୋଲି ।
ତା ପରେ ଉଭୟରେ ହାତ ଧରାଧରି ହୋଇ ଧୂମ୍ ନାଚିଥିଲେ । ଗଣମାଧ୍ୟ ଏ ନେଇ ନିଶାଙ୍କୁ ପ୍ରଶ୍ନ କରିବାରୁ ନିଶା କହିଥିଲେ, ‘ସୁର ଭାଇ ଜଣେ ଭାରି ଭଲଲୋକ । ସେ ଦୁଃଖି ରଙ୍କିଙ୍କୁ ଶାହା ହୁଅନ୍ତି । ସେମାନଙ୍କ ସୁଖ ଦୁଃଖରେ ଠିଆ ହୁଅନ୍ତି । ମୁଁ ତାଙ୍କ ବାଇଟ୍ ଦେଖେ । ସେ ଦରଦି ମଣିଷ । ମୁଁ ଭାରି ଖୁସ ଆଜି ତାଙ୍କୁ ଭେଟିଲି ବୋଲି’ । ତାପରେ ଗଣମାଧ୍ୟମର ରାଜନୀତିରେ ପ୍ରବେଶ ବାବଦରେ ପ୍ରଶ୍ନ କରିବାକୁ ନିଶା କହିଥିଲେ, ମୁଁ କଂଗ୍ରେସକୁ ବହୁତ ଭଲପାଏ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।