ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାହିଁକି ଅନୁଭବ କଲେନି ଶେଷ ଦର୍ଶନ ? କଣ ନିଜର ଗର୍ବ ପାଇଁ ପିଣ୍ଟୁଙ୍କୁ ଦେଖିଲେନି ଅନୁଭବ । ଜାଣନ୍ତୁ ପୁରା କାରଣ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ଖବର ସାମ୍ନାକୁ ଆସିବା ପରଠାରୁ ତାଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିଲେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ତେବେ ପିଣ୍ଟୁଙ୍କ ଦେହ ଅସୁସ୍ଥ ନେଇ ଅନୁଭବ କେବେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତଥାପି ଚର୍ଚ୍ଚା ହେଉଥିଲା କି ପିଣ୍ଟୁ ନନ୍ଦଙ୍କ ଦିଲ୍ଲୀ ଯିବା ଓ ସେଠାରେ ରହିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ ଅନୁଭବ ।ଏପରିକି ଅନୁଭବ ଦିଲ୍ଲୀ ଯିବା ସହ ଡାକ୍ତରଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଛନ୍ତି ବୋଲି ମଧ୍ୟ ଖବର ସାମ୍ନାକୁ ଆସିଥିଲା ।
ହେଲେ ଏହି କଥାରେ କେତେ ସତ୍ୟତା ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପିଣ୍ଟୁ ନନ୍ଦଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ହେଲେ ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ପରେ ତାଙ୍କୁ ସାହାଯ୍ୟ କରିବାକୁ ନେଇ ଚର୍ଚ୍ଚାରେ ରହିଥିବା ଅନୁଭବଙ୍କୁ ପିଣ୍ଟୁ ନନ୍ଦଙ୍କ ଦେ-ହା-ନ୍ତ ପରେ ଦେଖିବାକୁ ମିଳି ନଥିଲା । ଫିଲ୍ମ “ଅଭିମନ୍ୟୁ” ଚଳଚ୍ଚିତ୍ରରେ ଅନୁଭବ ଓ ପିଣ୍ଟୁ ନନ୍ଦଙ୍କ ନିଖୁଣ ଅନୁଭବ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ।
ପରଦା ବାହାରେ ଥିବା ଦୁଇ ଭାଇଙ୍କ କେମିଷ୍ଟ୍ରି ପରଦା ଉପରେ ଆହୁରି ନିଖୁଣ ଭାବେ ନଜର ଆସିଥିଲା । ହେଲେ ପିଣ୍ଟୁ ନନ୍ଦଙ୍କୁ ଶେଷଥର ପାଇଁ ଦେଖିବାକୁ ଅନୁଭବ ଆସିଲେନି । ଏହା ପଛର କାରଣ ଜାଣିବା ପାଇଁ ଅନୁଭବଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା । ହେଲେ ଏ ସମ୍ପର୍କରେ କିଛି କହିବା ପାଇଁ ସିଧା ମନା କରି ଦେଇଥିଲେ ଅନୁଭବ ମହାନ୍ତି । ଅନୁଭବ ଖାଲି ଗୋଟିଏ କଥା କହିଥିଲେ, ପାରିବାରିକ ବିବାଦ ହେଉ କି ଅନ୍ୟ କେଉଁ କାରଣ କୌଣସି କଥା ବିଷୟରେ କିଛି କହିବାକୁ ତାଙ୍କୁ ମନା ।
ଆଉ ସେସବୁର କାରଣ ମୁଁ ନିଜେ ବି ଜାଣିନି ବୋଲି କହିଥିଲେ ଅନୁଭବ । ପିଣ୍ଟୁ ନନ୍ଦ ଦିଲ୍ଲୀ ଗଲାବେଳେ ତାଙ୍କର କିଛି ଦାୟିତ୍ଵ ଅନୁଭବ ବୁଝାବୁଝି କରୁଥିଲେ ବୋଲି ଏହାକୁ ନେଇ ଅନେକ ଚର୍ଚ୍ଚା ଉଠିଥିଲା । ପିଣ୍ଟୁ ନନ୍ଦଙ୍କ ପାଇଁ ଠିକ ସମୟରେ ଲିଭର ନ ମିଳିବାରୁ ସେ ଆଜି ଆମ ଗହଣରେ ନାହାନ୍ତି ।ସମସ୍ତେ ଚାହୁଁଥିଲେ କି ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ଶୀଘ୍ର ଆମ ଗହଣକୁ ଫେରି ଆସନ୍ତୁ ବୋଲି । ସେଥିପାଇଁ ତାଙ୍କ ଦେ-ହା-ନ୍ତ ପରେ ସମସ୍ତେ ଧାଇଁ ଆସିଥିଲେ । ହେଲେ ଅନୁଭବ ମହାନ୍ତି ପିଣ୍ଟୁ ନନ୍ଦଙ୍କୁ ଶେଷ ଦର୍ଶନ କରିବାକୁ ଆସିଲେନି । ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର ଧରିଲାଣି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।