Bank ର ୬ ଲକ୍ଷ ଗ୍ରାହକଙ୍କ ଡାଟା ଲିକ,ସୂଚନା ଜାରି କଲା ବ୍ୟାଙ୍କ। ସାବଧାନ ଗ୍ରାହକ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,HDFC ବ୍ୟାଙ୍କର ୬ ଲକ୍ଷ ଗ୍ରାହକଙ୍କ ଡାଟା ଲିକ,ସୂଚନା ଜାରି କଲା ବ୍ୟାଙ୍କ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେମାନେ ଅନେକ ସମୟରେ ଶୁଣିବାକୁ ପାଇଥିବା ଯେ ସାଇବର ଠକେଇର ଅନେକ ଲୋକମାନେ ଶିକାର ହେଉଛନ୍ତି ଯାହାଦ୍ଵାରା କି ଲୋକମାନଙ୍କ ଆକାଉଣ୍ଟ ରେ ଥିବା ଟଙ୍କା ସବୁ ଅଚାନକ୍ ଗାଏବ ହୋଇ ଯାଉଛି। ଏମିତି ଅନେକ ଆପ୍ ରହିଛି ଯାହା ସମ୍ପର୍କରେ ଆମେ କିଛି ଜାଣିନେ ଯାହାକୁ ପ୍ରଥମ ପ୍ରଥମ ବ୍ୟବହାର କରିବାରେ ଲୋକମାନେ ଏହି ଠକେଇର ଶିକାର ହେଉଛନ୍ତି।

 

ଗତ କିଛିଦିନ ଧରି ଏଚଡିଏଫସି ବ୍ୟାଙ୍କର ୬ ଲକ୍ଷ ଗ୍ରାହକଙ୍କ ଡାଟା ଡାର୍କ ୱେବରେ ଲିକ୍ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି, ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଯାଇଥିବା ରିପୋର୍ଟରେ ମଧ୍ୟ ଶୁଣିବାକୁ ମିଳୁଥିବା। ଜଣାଶୁଣା ସାଇବର କ୍ରି-ମି-ନା-ଲ ଫୋରମରେ ଏ ସମ୍ବନ୍ଧୀୟ ପୋଷ୍ଟ କରାଯାଇଥିଲା, ଏହି ରିପୋର୍ଟ ପ୍ରଘଟ ହେବା ପରେ ବ୍ୟାଙ୍କ ଗ୍ରାହକଙ୍କ ଚିନ୍ତା ବଢ଼ିଯାଇଥିଲା। 

 

ସାଇବର କ୍ରି-ମି-ନା-ଲ ମାନେ ଖାତାଧାରୀଙ୍କ ନାମ, ଇ-ମେଲ, ଠିକଣା ଓ ମୋବାଇଲ ନମ୍ବର ସହିତ ଜଡ଼ିତ ଡାଟା ଲିକ୍ କରିଦେଉଥିଲେ। ୬ ଲକ୍ଷ ଲୋକଙ୍କର ଡାଟାକୁ ଡାର୍କ ୱେରେ ଲିକ୍ କରାଯାଇଥିବା କୁହାଯାଉଥିଲା, ତେବେ ଏହି ପୂରା ମାମଲାକୁ ନେଇ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ବୟାନ ସାମ୍ନାକୁ ଆସିଛି । ବ୍ୟାଙ୍କର ଅଫିସିଆଲ ଟ୍ୱଇଟର ଆକାଉଣ୍ଟରେ ଏହି ରିପୋର୍ଟକୁ ଖଣ୍ଡନ କରାଯାଇଛି । 

 

ଏଚଡିଏଫସିର କୌଣସି ପ୍ରକାରର ଡାଟା ଲିକ୍ ହୋଇନାହିଁ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି, ବ୍ୟାଙ୍କର କୌଣସି ସିଷ୍ଟମରେ ଭୁଲ ଭାବେ କିଛି ବି ଆକ୍ସେସ ହୋଇନାହିଁ । ଗ୍ରାହକଙ୍କ ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି, ବ୍ୟାଙ୍କିଂ ଇକୋସିଷ୍ଟମ ଉପରେ ବ୍ୟାଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି।  ଡାଟା ସିକ୍ୟୁରିଟି ବ୍ୟାଙ୍କର ପ୍ରାଥମିକତା ଅଟେ, ଏପରି ତଥ୍ୟକୁ ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *