ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,”ଯଦି କିଛି ପଇସା ବଞ୍ଚିଛି ତାହେଲେ ପିଣ୍ଟୁ ଭାଇଙ୍କ ଦୁଇ ପୁଅଙ୍କ ପିଛା ଖର୍ଚ୍ଚ ହେଉ” । ଏଭଳି କିଛି କହିଲେ ଶ୍ରୀକୁମାର ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବର୍ତମାନ ସମୟରେ ନୀରବି ଯାଇଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ଶୁଭା ଯାଉନାହିଁ ଆଉ ସେ ଉଚ୍ଚ ସ୍ୱର । ଆଉ ସମସ୍ତଙ୍କ ମନରେ ଖାଲି ଭରି ରହିଛି କୋହ । କାହା ପାଖରେ କିଛି କହିବାକୁ ଶବ୍ଦ ନାହିଁ କି କିଏ କଣ କହିବ ଜାଣି ପାରୁ ନାହିଁ । ସମସ୍ତେ ନିଜ ମନରେ ଚାପି ରଖିଥିବା ଅନେକ କୋହକୁ ବ୍ୟକ୍ତ କରି ପାରୁ ନାହାଁନ୍ତି । କାହିଁକି ନା ହଠାତ୍ ଏପରି ହୋଇଯିବ ବୋଲି କେହି ଜାଣି ନଥିଲେ । ସମସ୍ତେ ଭାବି ଥିଲେ ଦିନେ ନା ଦିନେ ସୁସ୍ଥ ହୋଇ ଘରକୁ ଫେରି ଆସିବେ ପିଣ୍ଟୁ ନନ୍ଦ ।
କିନ୍ତୁ କିଏ ବି ଜାଣି ନଥିଲେ ହଠାତ୍ ସେ ଆମ ସମସ୍ତଙ୍କୁ ଏକୁଟିଆ କରି ଦେଇ ଚାଲିଯିବେ ।ଆଉ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଅଫେରା ରାଇଜକୁ ସବୁ ଦିନ ପାଇଁ ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦ । ଯାହା କେହି କେବେ ସ୍ବପ୍ନରେ ବି ଭାବି ନଥିଲେ, ତାହା ସତ ହୋଇଗଲା । ଦୀର୍ଘଦିନ ଧରି ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିବା ପିଣ୍ଟୁ ନନ୍ଦଙ୍କ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ଘଟିଛି । ତେବେ ଏହି ଦୁଃଖ ଖବର ପାଇବା ପରେ ସ୍ତବ୍ଧ ହୋଇଯାଇଛନ୍ତି ସମ୍ପୂର୍ଣ ଓଡ଼ିଶାବାସୀ ।
ଆଉ ଏବେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଆଦାୟ ହୋଇଥିବା ଟଙ୍କାକୁ ନେଇ ଉଠିଛି ପ୍ରଶ୍ନ । ସେ ଟଙ୍କା ଏବେ କିଏ ନେବ ସେ ବିଷୟରେ ବାଇଟ୍ ଦେଇ ଶ୍ରୀକୁମାର କହିଛନ୍ତି ଯେ, “ମୋ ମତରେ ଏଇଟା ତାଙ୍କର ଫେମିଲି ମେଟର । ପିଣ୍ଟୁ ଭାଇଙ୍କ ବଡ଼ ଭାଇ ଯିଏ ଅଛନ୍ତି ଅଭିରାମ ନନ୍ଦ ସେ ଏବେ ଚିନ୍ତା କରିବେ ସେ ଟଙ୍କା ଏବେ କଣ କରିବେ । କାରଣ ସେ ଏବେ ତାଙ୍କ ଘରର ଅଭିଭାବକ । ପିଣ୍ଟୁ ନନ୍ଦଙ୍କ ଦୁଇଟା ଛୋଟ ପୁଅ ଅଛନ୍ତି ।
ସେମାନେ ଦୁନିଆ ନ ଦେଖିବା ଆଗରୁ ତାଙ୍କୁ ତାଙ୍କ ବାପା ହାତ ଛାଡ଼ି ଦେଇ ଚାଲିଗଲେ ସବୁଦିନ ପାଇଁ । ତେଣୁ ମୋ ମତରେ ଯଦି କିଛି ପଇସା ବଳିଛି ତାହାଲେ ସେଇ ଦୁଇ ପୁଅଙ୍କ ଭବିଷ୍ୟତ ପାଇଁ ବ୍ୟବହାର କରାଯାଉ । ଭବିଷ୍ୟତରେ କେମିତି ସେମାନେ ପାଠ ପଢ଼ିବେ, ଭଲ ଚାକିରୀ ଖଣ୍ଡେ କରିବେ ସେଥିରେ ଉପଯୋଗ କରାଯାଉ । ଏମିତି ହେଲେ ହୁଏତ ସେମାନଙ୍କର ବାପା ଆମ ଭାଇ ପିନ୍ଟୁ ନନ୍ଦଙ୍କ ଆ-ତ୍ମା ଉପରେ ଟିକେ ନିହାତି ଶାନ୍ତି ପାଇବ”।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।