ଆଜିଠାରୁ ବଡ ନିୟମ ଲାଗୁ । ରାସନ କାର୍ଡ ଥିଲେ ନିଶ୍ଚୟ ପଢି ଦିଅନ୍ତୁ ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାଲିଠୁ ବଡ ନିୟମ ଲାଗୁ । ରାସନ କାର୍ଡ ଥିଲେ ନିଶ୍ଚୟ ପଢି ଦିଅନ୍ତୁ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରଥମ ବଡ଼ ଖବର ହେଉଛି, ରାସନ କାର୍ଡ ଧାରକଙ୍କ ପାଇଁ ଏକ ବଡ଼ ଖବର ଅଛି । ରାସନ କାର୍ଡ ସମ୍ବନ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଅନେକ ପ୍ରକାରର ସୁବିଧା ମିଳିଥାଏ । ବର୍ତ୍ତମାନ ରାସନ କାର୍ଡ ଧାରକମାନେ ମଧ୍ୟ ଆର୍ଥିକ ସହାୟତା ପାଇବେ । ଆଜ୍ଞା ହଁ, ଯଦି ଆପଣଙ୍କର ମଧ୍ୟ ଏକ ରାସନ କାର୍ଡ ଅଛି, ତେବେ ଆପଣ ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ୧୦୦୦ ଟଙ୍କା ପାଇବେ । ଏହା ସହିତ ମାଗଣା ରାସନର ଲାଭ ମଧ୍ୟ ମିଳିବ । ଆପଣଙ୍କୁ କହି ରଖୁଛୁ ଯେ, ଡାମିଲନାଡୁ ସରକାର ଏହି ଘୋଷଣା କରିଛନ୍ତି । 

 

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘୋଷଣା କରିଛନ୍ତି ଯେ, ରାଜ୍ୟର ମହିଳାମାନଙ୍କୁ ୧୦୦୦ ଟଙ୍କା ମିଳିବ । ନିର୍ବାଚନ ପ୍ରଚାର ସମୟରେ ରାଜ୍ୟର ସିଏମ୍ ଏହା ଘୋଷଣା କରିଥିଲେ । କିନ୍ତୁ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ ଏହାର ଘୋଷଣା କରିଛନ୍ତି । ସରକାରୀ ସୂଚନା ଅନୁଯାୟୀ, ଏହି ୧୦୦୦ ଟଙ୍କା ମହିଳା କାର୍ଡ ଧାରକଙ୍କୁ ଜୁନ୍ ୩ରୁ ଦିଆଯିବା ଆରମ୍ଭ ହେବ । ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଜନ୍ମଦିନରେ ଏହାକୁ ଦେବା ପାଇଁ ପ୍ରସ୍ତୁତି ଚାଲିଛି ।

 

ସେହିପରି ୨ୟ ଖବରଟି ହେଉଛି ଆଗକୁ ଆସୁଛି ପଶ୍ଚିମା ଝଡ଼ । ଆଜ୍ଞା ହଁ ଆସନ୍ତା ସପ୍ତାହରୁ ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିବା ଆଶା । ଆସୁଛି ପଶ୍ଚିମା ଝଡ଼ । ରାଜ୍ୟରେ ୧୫ ତାରିଖରୁ ପ୍ରଭାବ ପଡିବା ସମ୍ଭାବନା । ଆସନ୍ତାକାଲି ଘଡଘଡି ବିଜୁଳି ସହ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ । ସକ୍ରିୟ ରହିଛି ପଶ୍ଚିମା-ଝଡ । ପ୍ରଭାବରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା। 

 

ଆଜି ସକାଳ ୮ଟା ୩୦ ସୁଦ୍ଧା କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, ଯାଜପୁର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରକାଶ ଥାଉକି ଗତକାଲି କେନ୍ଦୁଝର, ମୟୂରଭଞ୍ଜର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇସାରିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ପାଖାପାଖି ରେକର୍ଡ ହୋଇଛି । ଆଗାମୀ ଦିନରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ୨ଦିନ ପରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *