ଆପଣଙ୍କ ଲୋକପ୍ରିୟ ଅଭିନେତା NTR ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର । ସାରା ସିନେ ଜଗତ ଓ ସିନେପ୍ରେମୀ ଦୁଃଖରେ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆପଣଙ୍କ ଲୋକପ୍ରିୟ ଅଭିନେତାଙ୍କୁ ନେଇ ଆସିଲା ବଡ ଦୁଃଖ ଖବର । ଶୋକରେ ଫିଲ୍ମ ଜଗତ ଦେଖନ୍ତୁ ହଠାତ୍ କଣ ହେଇଗଲା ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଭାଇଙ୍କୁ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତମାନ ସମୟରେ ପୁଣି ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ସାଉଥ୍ ଅଭିନେତା ଜୁନିୟର୍ ଏନଟିଆରଙ୍କ ପରିବାରରେ ମାଡ଼ି ଆସିଛି ଦୁଃଖର ଛାୟା । ଶୋକରେ ବୁଡ଼ି ଯାଇଛି ସାଉଥ୍ ଫିଲ୍ମ ଜଗତ ସହ ଅଭିନେତା ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ପରିବାର । ଆଜ୍ଞା ହଁ ଦର୍ଶକବନ୍ଧୁ ସମସ୍ତଙ୍କ ପ୍ରିୟର ସାଉଥ୍ ଫିଲ୍ମର ଅଭିନେତା ଜୁନିୟର୍ ଏନଟିଆରଙ୍କ ସାନ ଭାଇ ଅଭିନେତା ତଥା ‘ତେଲୁଗ ଦେଶମ୍ ପାର୍ଟି’ର ନେତା ନନ୍ଦମୁରାଇ ତାରକା ରତ୍ନଙ୍କର ହୃଦଘାତରେ ମୃ-ତ୍ୟୁ ହୋଇଛି । 

 

ମାତ୍ର ୩୯ ବର୍ଷ ବୟସରେ ତାଙ୍କ ପ-ର-ଲୋ-କ ଘଟିଛି । ବେଙ୍ଗାଲୁରୁ ସ୍ଥିତ ‘ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେ-ହା-ନ୍ତ ହୋଇଛି । ନନ୍ଦମୁରାଇଙ୍କ ପରଲୋକରେ ବହୁ ରାଜନେତା ଏବଂ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ସୂଚନା ମୁତାବକ, ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଏକ ରୋଡ୍‌ ଶୋ’ ସମୟରେ ନନ୍ଦମୁରାଇ ତାରକା ରତ୍ନଙ୍କର ହୃଦ୍‌ଘାତ ହୋଇଥିଲା । 

 

ସେ ଚେତାଶୂନ୍ୟ ହୋଇ ଯାଇଥିଲେ । ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ପିସିଆର୍ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । ପରେ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନାରାୟଣ ହୃଦୟାଳୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେବେଠାରୁ ସେ ଲାଇଫ୍ ସପୋର୍ଟରେ ଥିଲେ ଓ ଗତ ୧୮ ଫେବୃୟାରୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ନନ୍ଦମୁରାଇ ହେଉଛନ୍ତି ଜଣେ ଅଭିନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଟି. ରାମାରାଓଙ୍କ ନାତି ଓ ଟଲିଉଡ୍‌ ଅଭିନେତା ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ସମ୍ପର୍କୀୟ ଭାଇ । 

 

ସେ ୨୦୦୨ରେ ‘ଓକାତୋ ନମ୍ବର୍‌ କୁରାଡୁ’ ରେ ସେ ଡେବ୍ୟୁ କରିଥିଲେ । ଏହାପରେ ସେ ‘ୟୁବା ରତ୍ନ’, ‘ତାରକ’, ‘ଭାଦ୍ରାଦ୍ରି ରାମୁଡୁ’ ଏବଂ ‘ଅମରାବତୀ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଆସନ୍ତାବର୍ଷ ସେ ‘ଟିଡିପି’ ଟିକେଟ୍‌ରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଖୁବ୍‌ ଆଗ୍ରହୀ ଥିଲେ । ତାଙ୍କ ପରଲୋକରେ ମହେଶ ବାବୁ, ଅଲ୍ଲୁ ଅର୍ଜୁନଙ୍କ ସମେତ ବହୁ କଳାକାର ଶୋକ ପ୍ରକାଶ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *