ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହିଳାମାନଙ୍କୁ ଗାଧୋଇବା ବେଳେ ଏଭଳି କାଣ୍ଡ କଲେ ବାଲି ମାଫିଆ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।
ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।କିନ୍ତୁ ସେଥି ମଧ୍ୟରେ ଏମିତି କିଛି ଘଟଣା ଘଟିଛି ଯାହା ଆପଣ ଶୁଣିଲେ ବିଶ୍ୱାସ କରିପାରିବେନି।ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି।ବେଳେ ବେଳେ ଆମ ଆଖ ପାଖ ରେ ଏମିତି ସବୁ ଘଟଣl ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।ହଁ ଆଜ୍ଞା ଏହିପରି ଏକ ଅଭାବନୀୟ ଘଟଣା ଘଟିଛି।
ହଁ ଆଜ୍ଞା ମହିଳାମାନେ ନଦୀରେ ଗାଧେଇବା ବେଳେ ବାଲି ମାଫିଆ ମାନେ କମେଣ୍ଟ ମାରିବାକୁ ନେଇ ଗ୍ରାମ ବାସୀ ମାନଙ୍କ ମଧ୍ୟରେ ସୃଷ୍ଟି ହେଇଛି ଉତ୍ତେଜନା।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ବ୍ଲକ ରାମେଶ୍ବର ପଞ୍ଚାୟତ ଅନ୍ତର୍ଗତ ଭିମରାଜପୁର ଗ୍ରାମରେ। ପୂର୍ବରୁ ଗ୍ରାମବାସୀ ମାନେ ବିରୋଧ କରିବା ସହ ବାଲି ଘାଟକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଥିଲା।
କିନ୍ତୁ କିଛିଦିନ ପୂର୍ବରୁ ପୁଣି ବଢ଼ିବାରେ ଲାଗିଛି ବାଲି ମାଫିଆଙ୍କ ରାଜୁତି।ସୂଚନା ମିଳିଛି ବାଲି ଟ୍ରକ୍ ଯାତାୟାତ ଯୋଗୁ ଭିମରାଜପୁର ଗ୍ରାମର ସ୍କୁଲ ପିଲାମାନେ ପାଠ ପଢିବା ଏବଂ ପଡ଼ିଆରେ ଖେଳିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଥି ସହିତ ଘାଟରେ ମହିଳାମାନେ ଗାଧେଇବା ବେଳେ ବାଲି ମାଫିଆମାନେ କମେଣ୍ଟ ମାରିବାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହେବା ସହ ଗ୍ରାମବାସୀ ମାନେ ବିରୋଧ କରି ଆସୁଥିବାର ସୂଚନା ମିଳିଛି।
ହେଲେ ବାଲି ମାଫିଆଙ୍କ ଏହିପରି କାର୍ଯ୍ଯ ବନ୍ଦ ନହେବାରୁ ଲୋକମାନେ ବାଲି ଖାଦାନକୁ ବନ୍ଦ କରିବାକୁ ଜିଦ୍ ଧରି ବସିଛନ୍ତି।ତେବେ ପ୍ରଶାସନ ପକ୍ଷରୁ ବାଲି ଉଠିବା ସମ୍ପୂର୍ଣ୍ଣ ବନ୍ଦ ନକଲେ ବର୍ଷା ଦିନେ ନଦୀବନ୍ଧ ଦୁର୍ବଳ ହେବା ସହ ବନ୍ୟା ଆଶଙ୍କାକୁ ସହଜରେ ଏଡାଇ ଦିଆଯାଇ ନପାରେ। ଯଦି ପ୍ରଶାସନ ବାଲିଘାଟକୁ ବନ୍ଦ କରନ୍ତି ତେବେ ଜୋରଦାର ପ୍ରତିବାଦ କରିବାପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।