ମୋଦିଙ୍କ ଉପରେ ବର୍ଷିଲେ ନବୀନ | ଜାଣନ୍ତୁ କଣ କହିଲେ ନବୀନ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୋଦିଙ୍କୁ ଗାଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ବିଜେପି ନାରୀଙ୍କୁ ଅସମ୍ମାନ କରୁଛି ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ରାଜନୈତିକ ଜୀବନରେ କାହାକୁ କେବେ ଆକ୍ଷେପ କି ସମାଲୋଚନା କରି ନଥିବା ନବୀନ ଏବେ ମୁହଁ ଖୋଲିଛନ୍ତି । ଆଉ କହିଛନ୍ତି କେନ୍ଦ୍ରର ବିଜେପି ସରକାର ମହିଳା ବିରୋଧୀ । ମା’ମାନଂକୁ କିଭଳି ସମ୍ମାନ କରାଯାଏ ତାହା ନରେନ୍ଦ୍ର ମୋଦୀଙ୍କୁ ଜଣାନାହିଁ । ଆଜ୍ଞା ହଁ ବନ୍ଧୁଗଣ ବିଶ୍ଵ ମହିଳା ଦିବସରେ ମହିଳା ସଶକ୍ତିକରଣ ଉପରେ ଜୋର୍ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳାମାନଙ୍କୁ ସମ୍ବୋଧିତ କରି ନବାନ ପଟ୍ଟନାୟକ କହିଛନ୍ତି ମହିଳା ସଶକ୍ତୀକରଣ ବିଜୁ ଜନତା ଦଳର ମୁଖ୍ୟ ଫୋକସ୍‌ । 

 

ଆମର ପ୍ରିୟ ନେତା ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ । ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ଆଜି ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି । ପଞ୍ଚାୟତ ଓ ନଗର ନିର୍ବାଚନରେ ମା’ମାନଙ୍କର ସଂରକ୍ଷଣକୁ ଆମେ 33 % ରୁ 50 %କୁ ବୃଦ୍ଧି କରିଛୁ । ସେହିପରି ସଂସଦ ଓ ବିଧାନସଭାରେରେ ମା’ମାନଙ୍କ ପାଇଁ 33 % ସଂରକ୍ଷଣ ନେଇ ବିଜୁ ଜନତା ଦଳ ଲଢେଇ ଜାରି ରଖିବ । 

 

ଏହି ସମୟରେ କେନ୍ଦ୍ର ଉପରେ ବର୍ଷିଛନ୍ତି ଶ୍ରୀ ପଟ୍ଟନାୟକ । ସେ କହିଛନ୍ତି, ଆମ ସରକାର ଲୋକମାନଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ । କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ପାଞ୍ଚ କିଲୋ କାଟିଦେଲେ । ସେହିପରି ଏଲ୍‌ପିଜି ଦର ଏବେ ଆକାଶଛୁଆଁ ହେଲାଣି । ଚାଉଳ କାଟ୍ ଓ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ଆମର ମା’ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ମୁଁ କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡା ନିନ୍ଦା କରୁଛି । ଏହି ସମୟରେ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଆମର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ମା’ମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । 

 

ନିଷ୍ପତ୍ତି ନେବାରେ ସେମାନଙ୍କ ଗୁରୁତ୍ୱ ବଢିଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମା’ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢିଛନ୍ତି । ଏସ୍‌ଏଚ୍‌ଜିରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ମୁଁ ଚାହେଁ, ଆମର ମା’ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡିଶାର ପରିଚୟ ହେଉ । ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *