ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅବୈଧ ଛୁଆ କହି ମହେଶ ଭଟ୍ଟଙ୍କୁ ପରିହାସ କରୁଥିଲେ ଲୋକେ । ଏକ ସାକ୍ଷାତକାରରେ ପିଲା ବେଳର ସିକ୍ରେଟ୍ ଖୋଲି କହିଲେ ମହେଶ ଭଟ୍ଟ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଅବୈଧ ଛୁଆ କହି ମହେଶଙ୍କୁ ପରିହାସ କରୁଥିଲେ ଲୋକେ । ନିକଟରେ ଏକ ଶୋ’ରେ ପିଲା ବେଳର ଦୁଃଖ ବଖାଣିଲେ ମହେଶ । ବଲିଉଡ୍ ର ଟପ୍ ଫିଲ୍ମ୍ ମେକର ମହେଶ ଭଟ୍ଟ । ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣା ଶୁଣା ଫିଲ୍ମ୍ ମେକର୍ ମହେଶ ଭଟ୍ଟ ଫିଲ୍ମ୍ ଶହ ନିଜର ବ୍ୟକ୍ତିଗତ ଖବରକୁ ନେଇ ଶୀର୍ଷରେ ରହିଥାନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ । ଏବେ ସିଏ ଏକ ଶୋ’ରେ ତାଙ୍କୁ ଅବୈଧ ସନ୍ତାନ କୁହା ଯାଉଥିବା ନେଇ ଚର୍ଚ୍ଚାକୁ ଆସିଛନ୍ତି ।
ଏଥିଲାଗି ତାଙ୍କ ମା’ ମୁସଲମାନ ହୋଇ ମଧ୍ୟ ନିଜର ପରିଚୟ ଲୁଚାଇ ଜଣେ ହିନ୍ଦୁ ଭଳି ଜୀବନ ଯାପନ କରୁଥିଲେ ବୋଲି ସେ କହିଛନ୍ତି । ଅର୍ବାଜ ଖାନଙ୍କ ଶୋ’ର ଏକ ଏପିସୋଡରେ ମହେଶ ଭଟ୍ଟ ନଜର ଆସିଥିଲେ । ଏଥିରେ ସେ ନିଜର ପିଲା ଦିନକୁ ନେଇ ଅନେକ କଥା କହିଥିଲେ । ୧୯୪୮ ରେ ମହେଶ ଜନ୍ମ ଗ୍ରହଣ କରିଥିଲେ ହିନ୍ଦୁ ବାପା ଏବଂ ମୁସଲମାନ ମାଁଙ୍କ ସନ୍ତାନ ଥିଲେ ସେ । ତାଙ୍କ ଜନ୍ମ ସମୟରେ ମା ବାପା ବିବାହିତ ନଥିଲେ । ଏଥିପାଇଁ ତାଙ୍କୁ ଅବୈଧ ବୋଲି କୁହାଯାଉଥିଲା । ତାଙ୍କ ମା ଜଣେ ମୁସଲମାନ ଥିଲେ ହେଲେ ସେ ଶିବାଜୀ ପାର୍କରେ ରହୁଥିଲେ ।
ସେଠାରେ ଅଧିକାଂଶ ଲୋକ ହିନ୍ଦୁ ଥିବା ଯୋଗୁଁ ତାଙ୍କ ମାଆ ପରିଚୟ ଲୁଚାଇ ହିନ୍ଦୁ ଭଳି ରହୁଥିଲେ । ଶାଢ଼ୀ ପିନ୍ଧିବା ସହ ସେ ଟିକିଲି ଲଗାଉଥିଲେ । ତାଙ୍କ ଘରକୁ ଅବୈଧ ଘର ବୋଲି ମଧ୍ୟ କୁହାଯାଉଥିଲା । ତାଙ୍କୁ ସେତେବେଳେ ଅନେକ ତାଙ୍କ ବାପାଙ୍କ ବିଷୟରେ ପଚାରୁଥିଲେ ବୋଲି ସେ କହିଛନ୍ତି । ଅବୈଧ ଶବ୍ଦ ତାଙ୍କୁ ବହୁତ୍ କଷ୍ଟ ଓ ଅପମାନିତ କରିଛି । ତେବେ ମହେଶ ଭଟ୍ଟ ପିଲା ଦିନରୁ ବହୁତ୍ ସଂଘର୍ଷ କରିଛନ୍ତି । କିନ୍ତୁ ବର୍ତ୍ତମାନ ମହେଶ ଭଟ୍ଟ ବଲିଉଡର ଜଣେ ଜଣାଶୁଣା ଫିଲ୍ମ ମେକର।
ତାଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ମହେଶ ଭଟ୍ଟ ବଲିଉଡରେ ଅନେକ ଚଳଚ୍ଚିତ୍ର କରିଛନ୍ତି । ସେ ଅନେକ ମହାନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ସେ ମାତ୍ର ୨୬ ବର୍ଷ ବୟସରେ ଫିଲ୍ମ “ମଞ୍ଜିଲ ଅର ଭି ହେ” ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ମହେଶ ଭଟ୍ଟ ଆଉ ପଛକୁ ଫେରି ନଥିଲେ । ଆଜି ମହେଶ ଭଟ୍ଟ ବଲିଉଡର ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ। ତାଙ୍କର ବିଶ୍ୱଶ ଫିଲ୍ମସ୍ ନାମକ ଏକ ପ୍ରଡକ୍ସନ୍ ହାଉସ୍ ମଧ୍ୟ ଅଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।