ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଜ୍ୟରେ ବଢ଼ୁଛି ତାତି । ଆଜି ଖରା ହେବା ସହ ତାତି ବଢିବ କିନ୍ତୁ ଆସନ୍ତା ୧୫ ରୁ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପାଖାପାଖି ୨/୩ ଦିନର ମେଘୁଆ ପାଗ ପରେ ପାଣିପାଗ ଖବର ଅନୁସାରେ ଆଜିଠାରୁ ରାଜ୍ୟକୁ ଖରା ଓ ତାତି ଫେରିବ । ୩ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ । ତାପମାତ୍ରା ବି ବଢ଼ିବ । କିନ୍ତୁ ୧୫ ତାରିଖରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବର୍ଷା ଆରମ୍ଭ ହୋଇଯିବ । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ଦିନର ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୫ରୁ ୮ ଡିଗ୍ରି ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଶନିବାର ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିଥିବା ସହିତ କେତେକ ଜିଲ୍ଲାରେ ହାଲୁକା ବର୍ଷା ମଧ୍ୟ ହୋଇଯାଇଛି ।
ଆଜିଠାରୁ ରାଜ୍ୟର ପାଗ ଶୁଖିଲା ରହିବ । ଆକାଶ ମେଘମୁକ୍ତ ଓ ଖରାଟିଆ ହେବ । ଫଳରେ ତାତି ପୁଣି ବଢ଼ିବ । ୧୪ ତାରିଖ ଯାଏ ତାତି ରହିବ । ୧୫ରୁ ରାଜ୍ୟରେ ପୁଣି ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ସମେତ ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୫ ତାରିଖଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ଆକାଶ ମେଘୁଆ ରହିବ । ବର୍ଷା ହେବ ଓ ତାପମାତ୍ରା ସାମାନ୍ୟ କମିବ । ଆକଳନ କରାଯାଉଛି, ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହେବ । ୧୮ ଓ ୧୯ ତାରିଖରେ ବର୍ଷାର ମାତ୍ରା ଅଧିକ ରହିବ । ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ଉପକୂଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।
ବଲାଙ୍ଗୀରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପ୍ରଭାବ ରହିବ ନାହିଁ ବା କମ୍ ରହିବ । ଅବଶିଷ୍ଟ ଅଞ୍ଚଳରେ ବର୍ଷା ପ୍ରତ୍ୟେକ ଦିନ ହାଲୁକାରୁ ସ୍ବଳ୍ପ ହେବ । କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରର ୧/୨ ସ୍ଥାନରେ ୧୭ ବା ୧୮ ତାରିଖରେ କୁଆପଥର ବର୍ଷା ହୋଇପାରେ । ଅନେକ ସ୍ଥାନରେ ତାପମାତ୍ରା ୮ ଡିଗ୍ରିରୁ ଅଧିକ କମିବ । ଆଜି ସାରା ରାଜ୍ୟରେ ତାପମାତ୍ରା ବଢ଼ିବ । ୧୪ ତାରିଖ ଯାଏ ଗରମ ରହିବ । ଓଡ଼ିଶା ଓ ସଂଲଗ୍ନ ରାଜ୍ୟରେ ୧୫ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।