ପିଣ୍ଟୁ ନନ୍ଦ ଙ୍କ ପରେ ଏବେ ବବି ମିଶ୍ର ଙ୍କ ପାଳି…!

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲୋକେ କହୁଛନ୍ତି ଯେ ପିଣ୍ଟୁ ପରେ ମୋ ପାଳି, ଏପରି କହିଲେ ବବି ମିଶ୍ର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟରେ ମନୁଷ୍ୟ ସମାଜ ନିମ୍ନଗାମୀ ହେବାରେ ଲାଗୁଛି ଏବଂ ସମସ୍ତେ ଅନ୍ୟ ମାନଙ୍କ ବିଷୟରେ କିଛି ନ କିଛି ଭଲ ମନ୍ତବ୍ୟ ଦେବା ସହ କିଛି କଟୁ ମନ୍ତବ୍ୟ ମଧ୍ୟ ଦେଉଛନ୍ତି।କେହି କାହାର ଖୁସି ଆଶା କରୁନାହାଁନ୍ତି।ସମସ୍ତେ ନିଜ ପାଇଁ ଏବଂ ନିଜ ଭବିଷ୍ୟତ ପାଇଁ ତତ୍ପର।କିନ୍ତୁ ସମସ୍ତେ ଭୁଲି ଯାଉଛନ୍ତି ଯେ ସେମାନେ ପୃଥିବୀ ରେ କ୍ଷଣସ୍ଥାୟୀ ,ଏବଂ ଦିନେ ନା ଦିନେ ସେମାନଙ୍କୁ ଫେରିବାକୁ ପଡ଼ିବ ।ତେଣୁ ସମସ୍ତେ ଖୁସିରେ ରହିବ ସହ ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ପ୍ରୟାସ କରନ୍ତୁ।

 

ଆପଣ ମାନଙ୍କ ପ୍ରିୟ ଅଭିନେତା ପିନ୍ଟୁ ନନ୍ଦ ବୁଧୁବାର ଦିନ ଦେହ ତ୍ୟାଗ କରିଥିଲେ ଯାହା ପାଇଁ ଚଳଚ୍ଚିତ୍ର ଜଗତରେ ଶୋକ ର ଛାୟା ଖେଳିଯାଇଥିଲା।ସେ ଅନେକ ଦିନ  ଲିଭର  ଜନିତ ରୋଗରେ ପୀଡ଼ିତ ଥିଲେ।ଶୁଣିବାକୁ ମିଳୁଥିଲା ତାଙ୍କର ଲିଭର ଖରାପ ହୋଇଯାଇଥିଲା ଏବଂ ଏହାର ଟ୍ରାନ୍ସପ୍ଲାଣ୍ଟ ପାଇଁ ମଧ୍ୟ ଡକ୍ଟର ମାନେ କହିଥିଲେ କିନ୍ତୁ ଲିଭର ଦେବା ଲୋକ ଠିକ୍ ହୋଇପାରି ନଥିଲା ଯାହା ପାଇଁ ସେ ଦିଲ୍ଲୀ ରୁ ହାଇଦ୍ରାବାଦ୍ କୁ ସ୍ଥାନାନ୍ତର ହୋଇଥିଲେ।ଯାହାଦ୍ଵାରା ତାଙ୍କ ମୃ-ତ୍ୟୁ ପରେ ତାଙ୍କ ଘର ସହ ସମସ୍ତ ପାଖ ପଡିଶା ଲୋକମାନେ ବହୁ ଶୋକ ପ୍ରକାଶ କରିବା ସହ ଆ-ତ୍ମା ର ସଦ୍ଗତି ନିମନ୍ତେ କାମନା ମଧ୍ୟ କରିଥିଲେ।

 

ଏହି ଘଟଣା ପରେ ଏବେ ଲୋକମାନେ ବବି ମିଶ୍ର ଙ୍କ ପାଳି ଆସିବ ବୋଲି ସୋସିଆଲ ମିଡିଆରେ ସକ୍ରିୟ ରହିଥିବା କିଛି ଲୋକ କହିଛନ୍ତି।ଏହି କଥାର ପ୍ରତିକ୍ରିୟାରେ ବବି ମିଶ୍ର କହିଛନ୍ତି ଯେ ଯେଉଁମାନେ ଏହି ସବୁ କଥା ବ୍ୟକ୍ତ କରିଛନ୍ତି ସେମାନଙ୍କୁ ମୋର ନମସ୍କାର ଏବଂ ସେ ତାଙ୍କର ସୁଖ କାମନା କରିଛନ୍ତି ଏବଂ ସେମାନେ ଖୁସିରେ ରୁହନ୍ତି ବୋଲି କହିଛନ୍ତି। ଯେଉଁମାନେ କହିଛନ୍ତି ଯେ ପିଣ୍ଟୁ ଙ୍କ ପରେ ବବି ଙ୍କ ପାଳି,ସେମାନଙ୍କୁ ବବି ହସି କରି କହିଛନ୍ତି ଯେ ସେ ଏହା ଶୁଣି ବହୁତ୍ ଖୁସି କି ସେମାନଙ୍କ ପାଖରେ ଏଭଳି ଦୈବ ଗୁଣ ରହିଛି।

 

ବବି ମିଶ୍ର ପିଣ୍ଟୁ ଏବଂ ତାଙ୍କ ବିଷୟରେ କିଛି କଥା ଆଲୋଚନା ମଧ୍ୟ କରିଥିଲେ ଏବଂ କହିଥିଲେ କି ଯେବେ ସୁଟିଂ ହୋଇଥାଏ ଯେବେ ଆମେ ଦୁହେଁ ସେଠାରେ ଉପସ୍ଥିତ ରହୁ ସେତେବେଳେ ସୁଟିଂ ସେଟ୍ ରେ ଖୁସିର ପରିବେଶ ଦେଖାଯାଏ।କାରଣ ଆମେ ସମସ୍ତଙ୍କ ସହ ମିଶିଯିବା ସହ ସମସ୍ତଙ୍କ ସହ ମଯାକ୍ କରିଥାଉ ଏବଂ ସମସ୍ତଙ୍କୁ ଖୁସି କରିଥାଉ।ଲୋକମାନେ ପିଣ୍ଟୁ ଙ୍କ ଅଭିନୟକୁ ବହୁତ ଭଲ ପାଆନ୍ତି ନହେଲେ ସେ ୨୫ ବର୍ଷ ଧରି ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣିପାରି ନଥାନ୍ତା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *