ପିଣ୍ଟୁର ତା ସ୍ତ୍ରୀ ସହ ଏମିତି ସମ୍ପର୍କ ଥିଲା । ମିଡ଼ିଆ ସାମ୍ନାରେ ସତ କହିଲେ ଅଭିନେତା ବବି ମିଶ୍ର । 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଣ୍ଟୁର ତା ସ୍ତ୍ରୀ ସହ ଏମିତି ସମ୍ପର୍କ ଥିଲା । ମିଡ଼ିଆ ସାମ୍ନାରେ ସତ କହିଲେ ଅଭିନେତା ବବି ମିଶ୍ର ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ବେଶ ଭାବରେ ଜାଣିଥିବେ । ବର୍ତମାନ ସେ ଆଉ ଆମ ଗହଣରେ ନାହାଁନ୍ତି । ସମସ୍ତଙ୍କୁ ଛାଡ଼ି ଦେଇ ଆରପାରିକୁ ଚାଲି ଯାଇଛନ୍ତି । ଆଉ ଚାହୁଁ ଚାହୁଁ ଏହାରି ଭିତରେ ୧୨ ଦିନ ବିତି ଗଲାଣି । ପିଣ୍ଟୁ ନନ୍ଦଙ୍କ ଦ୍ବାଦଶ କ୍ରିୟାରେ ଯୋଗ ଦେଇଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରାୟ ସବୁ ବରିଷ୍ଠ ଅଭିନେତା ଗଣ । ଆଜ୍ଞା ହଁ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତ କାଲି ଥିଲା ଦ୍ୱାଦଶାହ । ଭୁବନେଶ୍ୱରର ଏକ ମଣ୍ଡପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 

 

ଭଜନ ସମାରୋହ ସହ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା ଉକ୍ତ ମଣ୍ଡପରେ । ସେଠାକୁ ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ କଳାକାର ପରିବାରର ଅନେକ ସଦସ୍ୟ ସାମିଲ ହୋଇ ପିଣ୍ଟୁଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପିଣ୍ଟୁଙ୍କ ପ୍ରଶଂସକମାନେ ମଧ୍ୟ ପହଞ୍ଚି ତାଙ୍କ ଫଟୋରେ ଫୁଲ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତେବେ ଏହି ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା ଯେ ପିଣ୍ଟୁଙ୍କ ପତ୍ନୀ ନିଜର କାନ୍ଦକୁ ସମ୍ଭାଳି ପାରି ନଥିଲେ । ପୁଅକୁ ଧରି ପୁଅର କାନ୍ଧରେ ମୁଣ୍ଡ ଦେଇ ଭୋ ଭୋ ହୋଇ କାନ୍ଦିଥିଲେ ।

 

ତେବେ ବବି ମିଶ୍ର ମଧ୍ୟ ଯୋଗ ଦେଇ ପିଣ୍ଟୁ ନନ୍ଦ ଏବଂ ତାଙ୍କ ପତ୍ନୀଙ୍କ ସମ୍ପର୍କ ବିଷୟରେ କଣ ପ୍ରତିକ୍ରିୟା ଦେଉଛନ୍ତି ଶୁଣନ୍ତୁ । ତେବେ ଅଭିନେତା ବବି ମିଶ୍ର ସାକ୍ଷାତକାରରେ ବାଇଟ୍ ଦେଇ କହିଛନ୍ତି ଯେ, “ବଞ୍ଚିଥିଲା ବେଳେ ପିଣ୍ଟୁ ସବୁବେଳେ ଶିଳ୍ପା ଶିଳ୍ପା ହୁଏ । ଆଉ କୁହେ କି ବବି ଭାଇ ଶିଳ୍ପା ଫେରି ଆସିବ ନା । ନିଶ୍ଚିତ ଭାବରେ ଲୋକ ଜୀବନରେ ଗୋଟେ ଦୁଃଖ ଆସିଲେ କିଛି ନା କିଛି ସେ କରେ ସେ ଇମୋସନ ପାଇଁ ଲୋକ ନିଜେ ନିଜକୁ କ୍ଷତି ପହଞ୍ଚାଏ ଆ-ତ୍ମ-ହ-ତ୍ୟା କରିଦିଏ । 

 

ସେଇଭଳି ତାଙ୍କ ଭିତରେ କଣ ଗୋଟେ ଘଟିଥିବ ଯେଉଁଥି ପାଇଁ ପିଣ୍ଟୁ ଶିଳ୍ପା ଦୁହେଁ ଅଲଗା ହେଇ ଯାଇଛନ୍ତି । ଡି-ଭୋ-ର୍ସ ପେପର୍ ରେ ଗୋଟେ ଦସ୍ତଖତ କରିଦେଇ ଅଲଗା ହୋଇଯିବା ଟା ଗୋଟେ ଅଭିମାନ୍ । ପଛରେ ଆ-ତ୍ମ ସମୀକ୍ଷା କରନ୍ତି କିନ୍ତୁ ଆଉ ଫେରି ପାରନ୍ତିନି । କିନ୍ତୁ ଶିଳ୍ପା ଆଜି ସାନ ପୁଅକୁ ଧରି ପିଣ୍ଟୁ ଦ୍ୱାଦଶରେ ଆସିଛି । ପାରିବାରିକ କଳହ ତୋ ସମସ୍ତଙ୍କର ଅଛି । ଦୁହିଁଙ୍କ ଭିତରେ କଣ ହେଇଥିଲା ତୋ ମୁଁ ଜାଣିନି ସେଇଟା ତାଙ୍କ ପାରିବାରିକ କଥା କିନ୍ତୁ ଶିଳ୍ପା ଏବେ ମଧ୍ୟ ପିଣ୍ଟୁକୁ ଭଲପାଏ । ମୁଁ ଜାଣିଛି କାହିଁକି ନା ତାଙ୍କ ପ୍ରେମ ଆରମ୍ଭ ବେଳୁ ମୁଁ ଦେଖୁଛି” ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *