ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସନ୍ୟାସ ହେବା ପାଇଁ ମଧ୍ୟ ଏବେ କ୍ୱାଲିଫକେସନ ଦରକାର । ନହେଲେ ହୋଇପାରିବେ ନାହିଁ ସନ୍ୟାସ । ରାମଦେବ ବାବାଙ୍କ ବଡ଼ ଘୋଷଣା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଯୋଗ ଗୁରୁ ବାବା ରାମଦେବ ଦେଶର ଯୁବପୀଢିଙ୍କୁ ସନ୍ୟାସୀ କରିବାକୁ ଆମନ୍ତ୍ରଣ କରିଛନ୍ତି । ସେ ଏଥିପାଇଁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ସେୟାର କରିବା ସହ ଖବର କାଗଜରେ ବିଜ୍ଞାପନ ଜାରି କରିଛନ୍ତି । ବାବା ରାମଦେବ ଏଥିରେ କହିଛନ୍ତି, ସନ୍ୟାସୀ ହେବାର ଇଛା ରଖିଥିବା ଯୁବକ ଓ ଯୁବତୀଙ୍କୁ କେଉଁ ସର୍ତ୍ତକୁ ପୁରା କରିବାକୁ ହେବ । ଏଥିପାଇଁ ସନ୍ୟାସ ମହୋତ୍ସବର ଆୟୋଜନ କରାଯିବ, ଯାହାକି ୨୨ ମାର୍ଚ୍ଚରୁ ଆରମ୍ଭ ହୋଇ ରାମନବମୀ ଅର୍ଥାତ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ।
ଏଥିପାଇଁ ଦ୍ବାଦଶ ପାସ୍, ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଯୁବପୀଢି ଆବେଦନ କରିପାରିବେ । ରାମଦେବ ବିଜ୍ଞାପନ ଜାରି କରି କହିଛନ୍ତି, ସନ୍ୟାସୀ ହେବାର ଇଛା ରଖିବାକୁ ଯୁବକ ଓ ଯୁବତୀଙ୍କୁ କେଉଁ ସର୍ତ୍ତ ପୂରଣ କରିବାକୁ ହେବ । ସନ୍ୟାସ ମହୋତ୍ସବରେ ଯୁବକମାନେ ଯୋଗ ଦେଇ ବ୍ରହ୍ମଚାରୀ-ସନ୍ୟାସୀ ହୋଇପାରିବେ । ଏଥିପାଇଁ ଦ୍ବାଦଶ ପାସ୍, ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଯୁବକମାନେ ଆପ୍ଲାଇ କରିପାରିବେ । ରାମଦେବ ଜାରି କରିଥିବା ପୋଷ୍ଟରରେ କହିଛନ୍ତି, କୌଣସି ଜାତି ଓ ସମୁଦାୟ ସୃଷ୍ଟି କରିଥିବା ସାଧାରଣ ମଣିଷଟିଏ ବଡ କ୍ରାନ୍ତି କରିପାରିଥାଏ ।
ବାବା ରାମଦେବ ଯୁବ ପୀଢିଙ୍କୁ ରାମନବମୀରେ ପତଞ୍ଜଳି ଆସି ଓ ତାଙ୍କଠାରୁ ଦୀକ୍ଷା ନେଇ ସନ୍ୟାସୀ ଜୀବନ ବଞ୍ଚିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ଯୁବକମାନେ ପତଞ୍ଜଳି ବିଶ୍ବବିଦ୍ୟାଳୟକୁ ଆସି ଶିକ୍ଷା-ଦୀକ୍ଷା ହାସଲ କରନ୍ତୁ ଓ ନିଜ ଭିତରେ ମହାନ ଋଷିଙ୍କ ଭଳି ବ୍ୟକ୍ତିତ୍ବ ସୃଷ୍ଟି କରନ୍ତୁ । ପୋଷ୍ଟରେ ଉଲ୍ଲେଖ ରହିଛି, କୌଣସି ଜାତି ଓ ଅଞ୍ଚଳରେ ବାପା-ମା’ ନିଜର ପ୍ରତିଭାବାନ ପିଲାଙ୍କ ଶିକ୍ଷା-ଦୀକ୍ଷାକୁ ନେଇ କୂଳବଂଶର ନାଁ ଉଜ୍ବଳ କରିବା ପାଇଁ ସ୍ବାମୀ ରାମଦେବଙ୍କ ପାଖକୁ ସନ୍ୟାସ ପାଇଁ ପଠାଇ ପାରିବେ ।
ଏହି ପିଲାମାନେ ସନାତନ ଧର୍ମ ପାଇଁ ସମର୍ପିତ ରହିବେ । ଏଥିରେ ଆହୁରି କୁହାଯାଇଛି ଯେ, ଯଦି କୌଣସି ଯୁବକ ନିଜ ଇଛାରେ ସନ୍ୟାସ ନେବାକୁ ଚାହାନ୍ତି ତେବେ ବାପା-ମା’ଙ୍କ ବିନା ଅନୁମତିରେ ମଧ୍ୟ ପତଞ୍ଜଳି ଯୋଗପୀଠ ଆସିପାରିବେ । ସ୍ବାମୀ ରାମଦେବ ଓ ମହର୍ଷି ଦୟାନନ୍ଦଙ୍କ ଭଳି ଅଧିକାଂଶ ସନ୍ୟାସୀ ଏଭଳି ପ୍ରସ୍ତୁତ ହୋଇଛନ୍ତି । ରାମଦେବ କହିଛନ୍ତି, ପତଞ୍ଜଳି ବିଶ୍ବ ବିଦ୍ୟାଳୟରେ ଯୋଗରେ ବିଏ, ଏମ୍ଏ, ବିଏଏମ୍ଏସ୍ ଓ ବିଓ୍ବାଇଏନ୍ଏସ୍ ସହିତ ଦର୍ଶନଶାସ୍ତ୍ର, ବେଦଶାସ୍ତ୍ର ଓ ବ୍ୟାକରଣ ସହିତ ସଂସ୍କୃତ ଓ ସାହିତ୍ୟରେ ମଧ୍ୟ ବିଏ ଓ ଏମ୍ଏ କରିପାରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।