ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ୍ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ କରିଲେ ଏକ ବଡ଼ ଘୋଷଣା।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ୍ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ କରିଲେ ଏକ ବଡ଼ ଘୋଷଣା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଶା ର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର କିଛି ନା କିଛି ଘୋଷଣା କରିଥାନ୍ତି।ବର୍ତ୍ତମାନ ସ୍କୁଲ୍ ଛାତ୍ର ଛାତ୍ରୀଙ୍କ ପାଇଁ ନବୀନ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି।ଫଳରେ ସବୁ ପିଲା ଏଠାରୁ ଲାଭ ମଧ୍ୟ ପାଉଛନ୍ତି।ଶିକ୍ଷା କ୍ଷେତ୍ର ରେ ବିକାଶ କରିବା ପାଇଁ ଓଡ଼ିଶା ସରକାର ସବୁବେଳେ ତତ୍ପର ହୋଇଥାନ୍ତି।ତେବେ ଆଜି ଆମ୍ଭେ ଆପଣମାନଙ୍କୁ ଯେଉଁ ଖବର ଜଣାଇବା ପାଇଁ ଚାହୁଁଛୁ ତାହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ୍ ଛାତ୍ର ଛାତ୍ରୀଙ୍କ ପାଇଁ କରିଛନ୍ତି ଏକ ବଡ଼ ଘୋଷଣା ଯେ ପିଲାମାନଙ୍କୁ ମିଳିବ ୧୦୦୦ ଟଙ୍କା।

 

ଓଡ଼ିଶା ସରକାର ଶିକ୍ଷାର ଗୁଣାତ୍ମକ ମାନବିଧି ବଢ଼ାଇବା ପାଇଁ ଶିକ୍ଷକ ମାନଙ୍କ ପାଇଁ ନୂଆ ନୂଆ ଟ୍ରେନିଂ ଶିବିର ମଧ୍ୟ ଆୟୋଜନ କରିଛନ୍ତି।ସେହି ପରି ଓଡିଶା ସରକାର ଛାତ୍ର ମାନଙ୍କ ପାଇଁ ଗଙ୍ଗାଧର ମେହେର ଶିକ୍ଷା ମାନବୃତ୍ତି ଯୋଜନା ୨୦୨୩ ଆରମ୍ଭ କରିଛନ୍ତି।ଏହି ଯୋଜନା ରେ ଓଡ଼ିଶା ସରକାର ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ୍ ୟୁନିଫର୍ମ, ଯୋତା,ବ୍ୟାଗ୍, ମାଗଣା ସାଇକେଲ ଏବଂ ବହି ଯୋଗାଇ ଦେଉଛନ୍ତି।

             

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବଜେଟ ୨୦୨୩ ରେ ଗଙ୍ଗାଧର ମେହେର ଶିକ୍ଷା ମାନବୃତ୍ତି ଯୋଜନା ୪୩୦ କୋଟି ଅନୁଦାନ ରାଶିର ଘୋଷଣା କରିଛନ୍ତି।୨୦୨୩/୨୪ ମଧ୍ୟରେ ସରକାରୀ ଏବଂ ସରକାରୀ ସହାୟତା ବିଦ୍ୟାଳୟ ଗୁଡିକ ରେ ନବମ ଏବଂ ଦଶମ ଶ୍ରେଣୀ ରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫର୍ମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବଜେଟ ପ୍ରସ୍ତୁତ କରିଛନ୍ତି।

 

ତେବେ ପୂର୍ବରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫର୍ମ ପ୍ରଦାନ ହେଉଥିବା ବେଳେ ବର୍ତ୍ତମାନ ନବମ ଏବଂ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ସ୍କୁଲ ୟୁନିଫର୍ମ ଯୋଗାଇ ଦେବେ ସରକାର ଏବଂ ଆସୋସମେଣ୍ଟ ପାଇଁ ସରକାର ଯୋଗେଇ ଦେଉଥିବା ସହାୟତା ରାଶି ସରକାର ୬୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।ଯାହାଫଳରେ ପିଲା ମାନେ ଉପକୃତ ହୋଇପାରିବେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *