ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦଶମ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ । ଦେଖନ୍ତୁ ଏହାର ସଂପୂର୍ଣ୍ଣ ଘଟଣା ସମ୍ପର୍କରେ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୃଟି । ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ରାଜ୍ୟର ବିଭିନ୍ନ ସ୍କୁଲ୍ରୁ ଆସିଛି ଏଭଳି ଅଭିଯୋଗ । ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭା-ଇ-ରା-ଲ । ଆଜି ମାଟ୍ରିକ ପରୀକ୍ଷାରେ ଇତିହାସ ଓ ରାଜନୀତି ବିଜ୍ଞାନ ପରୀକ୍ଷା ରହିଛି । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭା-ଇ-ରା-ଲ ହେଉଥିବା ଅଭିଯୋଗ ଆସିଛି । ବଲାଙ୍ଗୀରରେ ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚର୍ଚ୍ଚା ।
ପ୍ରଥମ ଦିନରୁ ହିଁ ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ସାମ୍ନାକୁ ଆସିଥିଲା । ଶନିବାର ବଲାଙ୍ଗୀରରେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭା-ଇ-ରା-ଲ ହୋଇଛି । ଏପରିକି ପରୀକ୍ଷା ସକାଳ ୮ଟାରେ ଆରମ୍ଭ ହେଉଥିବା ବେଳେ ସକାଳ ୭ଟା ୩୦ମିନିଟ୍ରେ ମାଟ୍ରିକ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୁରିବୁଲିଛି । ଇତିହାସ ଓ ରାଜନୀତି ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି । ହେଲେ ତାହା କେଉଁ ସ୍ଥାନରୁ ଓ କିଭଳି ଭାବରେ ଆସିଲା ତାହା ଜଣାପଡିନାହିଁ ।
ମେଟ୍ରିକ୍ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ଓ ସ୍ୱଚ୍ଛ ଭାବେ କରାଯିବାକୁ ଯଥେଷ୍ଟ ପନ୍ଥା ଗ୍ରହଣ କରାଯାଉଛି । ତଥାପି ପ୍ରତିବର୍ଷ କିଛି ନା କିଛି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଛି । ଆଜି ଦୁଇଟି ପେପର ଲିକ୍ ହେଉଥିବା ଖବର ଆସିଥିଲେ ବି ଏହାର ସ୍ପଷ୍ଟତା ଜଣାପଡିନାହିଁ । ତେବେ ପରୀକ୍ଷା ପୂର୍ବରୁ ମୋବାଇଲରୁ ମୋବାଇଲ ଦୁଇଟି ପେପର ଘୁରିବୁଲୁଥିବା କୁହା ଯାଉଥିବା ବେଳେ ଏଯାଏଁଁ ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟ କରିନାହିଁ । ଅନ୍ୟପଟେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ହୋଇଥିବା ତ୍ରୁଟିକୁ ସ୍ୱୀକାର କରିଛି ବୋର୍ଡ ।
ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଛି ବୋର୍ଡ । ଖାତା ଦେଖା ବେଳେ ସେସବୁକୁ ଧ୍ୟାନରେ ରଖାଯିବ । ଛାତ୍ରଛାତ୍ରୀମାନେ ଚିନ୍ତିତ ନହେବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ । ଏହି ଘଟଣାର ତଦନ୍ତ କରାଯିବ ଏବଂ ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ କତୃପକ୍ଷ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ମାସ ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି । ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।