କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବଢାଇବା ପରେ କର୍ମଚାରୀଙ୍କୁ ମିଳିବ ଏତିକି ଟଙ୍କା।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବଢାଇବା ପରେ କର୍ମଚାରୀଙ୍କୁ ମିଳିବ ଏତିକି ଟଙ୍କା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମାର୍ଚ୍ଚ ୧୭ ତାରିଖରେ ଏହାକୁ ନେଇ ଏକ ବୈଠକ ହୋଇଥିଲା, ଏହାପରେ ଏହା ଉପରେ ମୋହର ଲାଗିବାକୁ ଶୁଣିବାକୁ ମିଳିଛି, ଏହାପରେ ହିଁ ଅର୍ଥ ମନ୍ତ୍ରାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର, ଯଦି ଆପଣ ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କର ଅପେକ୍ଷା ସତ ହେବାକୁ ଯାଉଛି। କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ଚାରି ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି।

 

ଏହି ବୃଦ୍ଧି ପରେ ଆପଣଙ୍କ ଦରମାରେ ବମ୍ପର ବୃଦ୍ଧି ଘଟିବ। ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଯାହା ପରେ ଦରମା ବୃଦ୍ଧି ପାଇବ ଲକ୍ଷ ଲକ୍ଷ ପେନସନ୍ ଭୋଗୀ ଓ କର୍ମଚାରୀ ଏଥିରୁ ସିଧାସଳଖ ଉପକୃତ ହେବେ। ସରକାର କହିଛନ୍ତି କି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇବ।

 

ତେବେ ଯଦି ଜଣେ କର୍ମଚାରୀଙ୍କ ବେସିକ୍ ସ୍ୟାଲେରୀ ୧୮ ହଜାର ଟଙ୍କା ତେବେ ତାଙ୍କ ବେତନରେ ମାସକୁ ୭୨୯ ଟଙ୍କା ବୃଦ୍ଧି ହେବ। ଅର୍ଥାତ୍ କର୍ମଚାରୀଙ୍କ ବାର୍ଷିକ ବେତନରେ ୮ ହଜାର ୬ ଶହ ୪୦ ଟଙ୍କା ବୃଦ୍ଧି ହେବ, ଅନ୍ୟ ପକ୍ଷରେ ଯଦି କର୍ମଚାରୀଙ୍କ ମାସକୁ ଟଙ୍କା ୫୬ ହଜାର ୯୦୦ ଟଙ୍କା ହୋଇଥିବ ତାହା ହେଲେ ସେମାନଙ୍କ ଦରମା ମାସିକ ୨୨୬୭ ଟଙ୍କାକୁ ବୃଦ୍ଧି ପାଇବ। ଅର୍ଥାତ୍ ବାର୍ଷିକ ବେତନ ୨୭ ହଜାର ୩ ଶହ ୧୨ ଟଙ୍କାକୁ ବୃଦ୍ଧି ହେବ।

 

ବେତନ ବୃଦ୍ଧି ପାଇଁ ସରକାର ଖୁବ୍ ଶୀଘ୍ର ଘୋଷଣା କରି ପାରନ୍ତି। ସୂଚନା ମୁତାବକ ଯଦି କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି ହୁଏ ତେବେ ସେମାନଙ୍କ ମହଙ୍ଗା ଭତ୍ତା ୪୨ ପ୍ରତିଶତରେ ପହଞ୍ଚିବ। ଜୁଲାଇ ୨୦୨୨ ରେ ମଧ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏକୁ ଚାରି ପ୍ରତିଶତ ବୃଦ୍ଧି କରିଥିଲେ, ଡିଏ ଏବଂ ଡିଆର ବୃଦ୍ଧି ଯୋଗୁଁ ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *