ସରକାର କଲେ ବଡ଼ ଘୋଷଣା । ଏବେ ଯୁକ୍ତ ୨ ପରୀକ୍ଷାରେ ଏତିକି ମାର୍କ ରଖିଲେ ମିଳିବ ମାଗଣା ଲାପଟପ୍ । 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାର କଲେ ବଡ଼ ଘୋଷଣା । ଏବେ ଯୁକ୍ତ ୨ ପରୀକ୍ଷାରେ ଏତିକି ମାର୍କ ରଖିଲେ ମିଳିବ ମାଗଣା ଲାପଟପ୍ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ଯୁବ ସଶକ୍ତୀକରଣ ଯୋଜନା ଦ୍ବାରା ପ୍ରଦାନ କରା ଯାଇଥାଏ +୨ ପିଲାଙ୍କ ପାଇଁ ମାଗଣା ଲାପଟପ୍ । ଆଉ ଯାହା ପାଇଁ ଆବେଦନ କରିବାକୁ ପଡ଼ିଥାଏ । ତା ପାଇଁ ବୋର୍ଡ ପରୀକ୍ଷାରେ ଏକ ନିର୍ଦ୍ଦିଷ୍ଟ ମାର୍କ ରଖିବାକୁ ପଡ଼ିଥାଏ । ଗରବି ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଅଧୀନରେ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥାଏ । ପ୍ରଥମରୁ ଏହି ଯୋଜନାରେ ୭୦ ପ୍ରତିଶତ ମାର୍କ ରଖିଲେ ଲାପଟପ୍ ପ୍ରଦାନ କରାଯାଉଥିଲା । 

 

ହେଲେ ପରବର୍ତ୍ତୀ ସମୟରେ ସରକାର ଲାପଟପ୍ କିଣିବା ପାଇଁ ଟଙ୍କା ଦେଇ ଦେଉଛନ୍ତି । ଏହା ଯୋଜନାରେ ଛାତ୍ରଛାତ୍ରୀ ମାନେ ଆବେଦନ କରୁଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଉଥିଲା । ତେବେ ସରକାରଙ୍କ ଠାରୁ ମାଗଣା ଲାପଟପ୍ ପାଇବାର ଯୋଗ୍ୟତା ହେଉଛି ଛାତ୍ରଟି ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଉଚିତ୍ । ଏହି ଯୋଜନା ନିୟମ ଅନୁସାରେ କେବଳ ଦ୍ୱାଦଶର ଅନ୍ତିମ ପରୀକ୍ଷାରେ ୭୦% ମାର୍କ ପାଇଥିବା ଛାତ୍ରମାନଙ୍କୁ ମାଗଣା ଲାପଟପ୍ କିମ୍ବା ଟାବଲେଟ୍ ପ୍ରଦାନ କରାଯିବ । 

 

ଏହା ବାଦ୍ ଛାତ୍ର ଛାତ୍ରୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଦରକାର । ଏହି ଯୋଜନାର ଲାଭ ଉଠାଇବା ପାଇଁ କେବଳ ଆବାସିକ ପ୍ରମାଣପତ୍ର ଆବଶ୍ୟକ । ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ମାର୍ଚ୍ଚ ୨ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ +୨ ବୋର୍ଡ ପରକ୍ଷା । ତେବେ ଯାହାକି ଏହି ବୋର୍ଡ ପରିକ୍ଷାରେ ୨୧୦ ମାର୍କରୁ ଆରମ୍ଭ କରି ୨୯୯ ମାର୍କ ପର୍ଯ୍ୟନ୍ତ ଥାର୍ଡ ଡିଭିଜନ ରହୁଛି । 

 

ସେହି ପରି ୨୯୯ ରୁ ୩୬୯ ମାର୍କକୁ ସେକେଣ୍ଡ ଡିଭିଜନ ରହୁଛି । ଆଉ ଯଦି ବନ୍ଧୁଗଣ ଆପଣ ମାନେ ୩୬୯ରୁ ଅଧିକ ମାର୍କ ରଖୁଛନ୍ତି । ତେବେ ଆପଣ ମାନେ ଫାଷ୍ଟ ଡିଭିଜନ ଭିତରେ ଆସିବେ । ତେଣୁ ମାଗଣା ଲାପଟପ୍ ପାଇବା ପାଇଁ ଏସସି, ଏସଟି ବର୍ଗର ପିଲାମାନଙ୍କ ପାଇଁ ୬୫ ପ୍ରତିଶତ ରଖିବା ଦରକାର । କିନ୍ତୁ ଓବିସି ଏବଂ ସାଧାରଣ ବର୍ଗର ପିଲାଙ୍କ ପାଇଁ ୭୦ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ । ଏହାବାଦ୍ ଆବଶ୍ୟକ ପ୍ରମାଣପତ୍ର ଦେଇ ଲ୍ୟାପଟପ୍ ପାଇବା ପାଇଁ ଆପ୍ଲାଇ କରି ପାରିବେ ।  

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *